ପ୍ରମୂଖ ଖବର
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଡବ୍ଲ୍ୟୁଏଚ୍‌ଓର ଚାଞ୍ଚଲ୍ୟକର ରିପୋର୍ଟ: ଭାରତରେ ଦିନକୁ ୫୨ ଗର୍ଭବତୀଙ୍କ ମୃତ୍ୟୁ, ବିଶ୍ୱରେ ୨ ମିନିଟରେ ଯାଉଛି ଜଣଙ୍କ ଜୀବନ

Published By : Prameya | April 10, 2025 8:25 AM

ନୂଆଦିଲ୍ଲୀ,୧୦/୦୪ : ବିଶ୍ୱରେ ପ୍ରତି ୨  ମିନିଟ୍‌ରେ ଜଣେ ଗର୍ଭବତୀ କିମ୍ବା ପ୍ରସୂତିଙ୍କ ମୃତ୍ୟୁ ଘଟୁଛି । ପ୍ରତିଦିନ ଭାରତରେ ହାରାହାରି ୫୨ ଗର୍ଭବତୀ ବା ପ୍ରସୂତି ମହିଳାଙ୍କ ଜୀବନ ଯାଉଛି ।  ଜାତିସଂଘ ପକ୍ଷରୁ ଜାରି ଏକ ସଦ୍ୟ ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି । 

ରିପୋର୍ଟ ଅନୁସାରେ, ୨୦୨୩ରେ ଭାରତରେ ପ୍ରାୟ ୧୯ ହଜାର  ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏହି  ସଂଖ୍ୟା ଦୁନିଆରେ ଗର୍ଭବତୀ ଥିବା ସମୟରେ ମୃତ୍ୟୁ ଘଟୁଥିବା ମୋଟ ମହିଳାଙ୍କର ୭.୨% ।  ତାଲିକାରେ ନାଇଜେରିଆ ପରେ ଭାରତ ଦ୍ୱିତୀୟ  ସ୍ଥାନରେ ରହିଛି । ରିପୋର୍ଟରେ ପାକିସ୍ତାନରେ ହେଉଥିବା ମାତୃ ମୃତ୍ୟୁସଂଖ୍ୟା ମଧ୍ୟ ସାମିଲ କରାଯାଇଛି ।  ପାକିସ୍ତାନରେ ୨୦୨୩ରେ ୧୧ ହଜାର ଗର୍ଭବତୀ/ପ୍ରସୂତି ମହିଳାଙ୍କ ମୃତ୍ୟୁ ହୋଇଛି ।  ଅର୍ଥାତ ପ୍ରତିଦିନ ହାରାହାରି ୩୦ ମାତୃ ମୃତ୍ୟୁ  ଘଟଣା ଘଟିଛି । ସେହିପରି ତାଲିକାର ପ୍ରଥମ  ସ୍ଥାନରେ ଥିବା ନାଇଜେରିଆରେ ୨୦୨୩ରେ ୭୫  ହଜାର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି ।  ଏହା ଦୁନିଆର ମୋଟ ମାତୃ ମୃତ୍ୟୁର ୨୮.୭% ।  ଡେମୋକ୍ରାଟିକ୍‌ କଙ୍ଗୋରେ ମଧ୍ୟ ୨୦୨୩ରେ ୧୯  ହଜାର ଗର୍ଭବତୀଙ୍କ ମୃତ୍ୟୁ ଘଟିଥିଲା । ବିଶ୍ୱରେ  ମୃତ୍ୟୁ ଘଟିଥିବା ମୋଟ ଗର୍ଭବତୀଙ୍କ ମଧ୍ୟରେ  ୪୭% କେବଳ ଏହି ୪ ଦେଶରେ ରହିଥିଲେ । 

୨୦୨୩ରେ ମହିଳାଙ୍କ ଗର୍ଭାବସ୍ଥାରେ ସ୍ୱାସ୍ଥ୍ୟଗତ ଜଟିଳତା ଯୋଗୁ ବିଶ୍ୱରେ ପ୍ରାୟ ୨  ଲକ୍ଷ ୬୦ ହଜାର ଜଣଙ୍କ ମୃତ୍ୟୁ ଘଟିଛି । କେତେକ ଦେଶରେ ମାନବିକ ସହାୟତା ନ ପହଞ୍ଚିବା, ଜରୁରି  ସ୍ୱାସ୍ଥ୍ୟ ସେବା ନ ମିଳିବା ଯୋଗୁ ଏହି ସ୍ଥିତି ଆହୁରି  ଜଟିଳ ହୋଇପାରେ ବୋଲି ଜାତିସଂଘ ରିପୋର୍ଟରେ  ସତର୍କ କରାଯାଇଛି । ୨୦୨୦ରୁ ୨୦୨୩ ମଧ୍ୟରେ  ଭାରତରେ ମାତୃ ମୃତ୍ୟୁ ହାରରେ ୭୮% ହ୍ରାସ  ଘଟିଛି । ଭାରତରେ ମାତୃ ମୃତ୍ୟୁ ହାର(ପ୍ରତି ୧ ଲକ୍ଷ  ଜୀବନ୍ତ ଶିଶୁ ଜନ୍ମ ଦେଉଥିବା ପ୍ରସୂତିଙ୍କ ମଧ୍ୟରେ  ମୃତ୍ୟୁ ଘଟୁଥିବା ମହିଳାଙ୍କ ସଂଖ୍ୟା) ୨୦୦୦ ମସିହାରେ ୩୬୨ ଥିବାବେଳେ ୨୦୨୩ରେ ତାହା  ୮୦କୁ ଖସିଛି । ଚୀନ୍‌ରେ ଏହି ସମୟ ମଧ୍ୟରେ  ମାତୃ ମୃତ୍ୟୁ ହାର ୫୬ରୁ ୧୬କୁ ହ୍ରାସ ପାଇଛି । 

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)  ଅନୁସାରେ, ସ୍ୱାସ୍ଥ୍ୟସେବା ସୁବିଧାରେ ବୃଦ୍ଧି ଯୋଗୁ  ୨୦୦୦ରୁ ୨୦୨୩ ମଧ୍ୟରେ ଦୁନିଆରେ ମାତୃ ମୃତ୍ୟୁ  ହାରରେ ୪୦% ହ୍ରାସ ଘଟିଛି । କିନ୍ତୁ ୨୦୧୬ ପରେ  ଏହି ହାରରେ ସୁଧାର ହେବା କମିଛି । ତେବେ  ସ୍ୱାସ୍ଥ୍ୟଗତ ଜଟିଳତା ଦେଇ ଗତି କରୁଥିବା  ଗର୍ଭବତୀ ମହିଳାଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ରିପୋର୍ଟରେ କୁହାଯାଇଛି ।  ଅତ୍ୟଧିକ ରକ୍ତସ୍ରାବ, ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ, ସଂକ୍ରମଣ,  ଅସୁରକ୍ଷିତ ଗର୍ଭପାତ ଆଦି ମୃତ୍ୟୁର ପ୍ରମୁଖ କାରଣ । ସେହିଭଳି  ମଧୁମେହ, ହୃଦ୍‌ରୋଗ ମଧ୍ୟ ଗର୍ଭବତୀଙ୍କ ଜୀବନକୁ ଅଧିକ ବିପଦରେ  ପକାଉଥିବା ଜାତିସଂଘ ରିପୋର୍ଟ ଦର୍ଶାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.