ନୂଆଦିଲ୍ଲୀ,୧୭/୦୪: ଦକ୍ଷିଣ କାରୋଲିନାର ଏକ ଘଟଣାକୁ ନେଇ ଏବେ ବେଶ୍ ଚର୍ଚ୍ଚା। ଘରର ବଗିଚାରେ କାମ କରୁଥିଲେ ଉଭୟ ପତି ପତ୍ନୀ। ୮୪ ବର୍ଷୀୟ ବୃଦ୍ଧ ଜଣକ କାମ କରୁଥିବା ବେଳେ ହଠାତ୍ ଏକ କୁମ୍ଭୀର ବୃଦ୍ଧଙ୍କୁ ଆକ୍ରମଣ କରିଥିଲା। ରିପୋର୍ଟ ଅନୁସାରେ, ପରିସ୍ଥିତି ଗମ୍ଭୀର ହେବା ପୂର୍ବରୁ, ତାଙ୍କ ସ୍ତ୍ରୀଙ୍କ ତ୍ୱରିତ ପଦକ୍ଷେପ ବୃଦ୍ଧଙ୍କ ଜୀବନ ରକ୍ଷା କରିଥିଲା।
ଏନବିସି ପାମ୍ ସ୍ପ୍ରିଙ୍ଗସ୍, ଏବିସି ନ୍ୟୁଜ୍ ଏବଂ ଡବ୍ଲୁଜେସିଏଲ ୨୨ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଜୋ ରୋଜର ନାମକ ୮୪ ବର୍ଷିୟ ବୃଦ୍ଧ ସନ୍ ସିଟିରେ ସେମାନଙ୍କ ଘର ନିକଟରେ ଥିବା ଏକ ପୋଖରୀ ନିକଟରେ ଖତ ବିଛାଉଥିଲେ, ସେତେବେଳେ ପାଣିରୁ ଏକ କୁମ୍ଭୀର ତାଙ୍କ ପାଖକୁ ମାଡ଼ିଆସିଥିଲା। ଆଉଟଲେଟ୍ ଅନୁଯାୟୀ, ତାଙ୍କ ସ୍ତ୍ରୀ ମାରିଅନ୍ ରୋଜର ତାଙ୍କ ସ୍ୱାମୀଙ୍କୁ ରକ୍ଷା କରିବା ପାଇଁ ଏକ ଘୋଟିଏ ଖୁଣ୍ଟି ସାହାଯ୍ୟରେ କୁମ୍ବୀରକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ପତ୍ନୀ କହିଛନ୍ତି ଯେ,'
"ମୁଁ ଅଚାନକ କୁମ୍ବୀରଟିକୁ ଘଉଡ଼ାଇବାକୁ ଗୋଟିଏ ଖୁଣ୍ଟିକୁ ଓପାଡ଼ି କୁମ୍ଭୀରର ଆଖି ଏବଂ ମୁଣ୍ଡକୁ ଆକ୍ରମଣ କରିଥିଲି। ସେ ସମୟରେ ମୁଁ ମୋ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ଯେକୌଣସି ପଦକ୍ଷେପ ନେବାକୁ ତପ୍ତର ଥିଲି।'
ଡବ୍ଳୁଜେସିଏଲ୍ ଦ୍ୱାରା ପ୍ରାପ୍ତ ୯୧୧ କଲରେ, ମାରିଅନ୍ ଅପରେଟରଙ୍କୁ ଭୟଙ୍କର ଆକ୍ରମଣ ବିଷୟରେ କହୁଥିବାର ଶୁଣିବାକୁ ମିଳୁଛି। "ମୋ ସ୍ୱାମୀଙ୍କୁ ଏକ କୁମ୍ଭୀର ଆକ୍ରମଣ କରିଛି, "ତାଙ୍କ ଶରୀରରୁ ରକ୍ତ ବାହାରୁଛି। ତାଙ୍କ ଗୋଡ଼ରେ ଆଘାତ ଲାଗିଛି।" ଜୋଙ୍କ ଗୋଡ଼ରେ କୁମ୍ଭୀର ଆକ୍ରମଣର କ୍ଷତ ଏବଂ ମୁଣ୍ଡରେ ମଧ୍ୟ କ୍ଷତଚିହ୍ନ ଥିଲା ଏବଂ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା, କିନ୍ତୁ ସେ ସୁସ୍ଥ ହେବା ଆଶା କରାଯାଉଛି ବୋଲି ଡବ୍ଳୁଜେସିଏଲ୍ କର୍ତ୍ତୃପକ୍ଷ ଏବିସି ନ୍ୟୁଜକୁ କହିଛନ୍ତି। ପରେ କୁମ୍ଭୀରଟିକୁ ଧରାଯାଇ ହତ୍ୟା କରାଯାଇଛି ବୋଲି ରିପୋର୍ଟ ହୋଇଛି।
ଏନବିସି ପାମ୍ ସ୍ପ୍ରିଙ୍ଗସ୍ ଅନୁଯାୟୀ, କୁମ୍ଭୀରମାନେ ଏହି ଅଞ୍ଚଳରେ ଏପ୍ରିଲ ଓ ମେ ମାସରେ ଚଳପ୍ରଚଳ ଏବଂ ପ୍ରଜନନ କରୁଥିବାରୁ ସେରିଫ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଏମିତିକି ଏହି ସମୟରେ କୁମ୍ଭୀରମାନେ ଆକ୍ରମଣାତ୍ମକ ହୋଇଥାଆନ୍ତି ବୋଲି କୁହାଯାଇଛି। ଯଦି ଏପରି ପରିସ୍ଥିତି ଘଟେ ତେବେ ଏହାର ମୁକାବିଲା କରିବା ଆବଶ୍ୟକ ବୋଲି କୁହାଯାଇଛି।