ପ୍ରମୂଖ ଖବର
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ଫ୍ଲୋରିଡ଼ା ୟୁନିଭର୍ସିଟିରେ ଆଖିବୁଜା ଗୁଳିମାଡ଼; ୨ ମୃତ, ୫ ଆହତ

Published By : Ankita S | April 18, 2025 8:00 AM

ୱାଶିଂଟନ,୧୮/୦୪: ଆମେରିକାର ଫ୍ଲୋରିଡ଼ା ଷ୍ଟେଟ୍ ୟୁନିଭର୍ସିଟି (ଏଫଏସୟୁ)ରେ ଆଖିବୁଜା ଗୁଳିମାଡ଼ ହୋଇଛି । ଫ୍ଲୋରିଡ଼ା ବିଶ୍ୱବିଦ୍ୟାଳୟର ତାଲାହାସୀ କ୍ୟାମ୍ପସରେ ଜଣେ ୨୦ ବର୍ଷୀୟ ଯୁବକ କିଛି ଛାତ୍ରଙ୍କ ଉପରକୁ ଗୁଳି ଚଳାଇ ଥିଲେ । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି ।

ତାଲାହାସୀ ମୋମୋରିଆଲ ହେଲଥକେୟାର ଅନୁଯାୟୀ ୫ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଥିରେ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଗୁଳିମାଡ଼ରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସନ୍ଦିଗ୍ଧ ଯୁବକ ଜଣଙ୍କ ଡେପୁଟିଙ୍କ ପୁଅ ହୋଇଥିବା ସୂଚନା ମିଳିଛି । ପୋଲିସ ଗୁଳିମାଡ଼ କରିଥିବା ଯୁବକଙ୍କୁ ଅଟକ ରଖିଛି । ସନ୍ଦିଗ୍ଧ ବ୍ୟକ୍ତିକୁ ପୋଲିସ ଅଟକ ରଖିଛି।

ସ୍ଥାନୀୟ ସମୟ ମଧ୍ୟାହ୍ନ ପ୍ରାୟ ୧୨ଟା ୦୧ ମିନିଟରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏକ ଜରୁରୀ ସୂଚନା ଜାରି କରି କ୍ୟାମ୍ପସର ଷ୍ଟୁଡେଣ୍ଟ ୟୁନିଅନ ନିକଟରେ ଜଣେ ସକ୍ରିୟ ବନ୍ଧୁକଧାରୀ ଦେଖାଯାଇଥିବା ସୂଚନା ଦେଇଥିଲେ । ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ନିରାପଦ ସ୍ଥାନରେ ଆଶ୍ରୟ ନେବା ସହ କବାଟ ଓ ଝରକାଗୁଡ଼ିକ ବନ୍ଦ ରଖିବା  ସହ ପୋଲିସର ନିର୍ଦ୍ଦେଶ ଆସିବାଯାଏ ଅପେକ୍ଷା କରିବାକୁ କୁହାଯାଇଥିଲା। ତେବେ ଫାଙ୍କା ଗୁଳିଚାଳନାରେ କିଛି ଛାତ୍ର ଓ କଲେଜ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ସକଂଟାପନ୍ନ ରହିଛି । ଯୁବକ ଜଣଙ୍କ କାହିଁକି ଗୁଳିମାଡ଼ କଲେ ତାର କାରଣ ଖୋଜୁଛି ପୋଲିସ ।

ଅଧିକ ପଢନ୍ତୁ...Gaza: ଗାଜାରେ ଇସ୍ରାଏଲୀ ଆକ୍ରମଣରେ ଗୋଟିଏ ପରିବାରର ୧୦ ନିହତ; ଖାଦ୍ୟ ଅଭାବ ନେଇ ଚେତାବନୀ ଦେଲା ଜାତିସଂଘର

ଫ୍ଲୋରିଡ଼ା ଗଭର୍ଣ୍ଣର ରନ ଡିସାଣ୍ଟିସ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ''ମୋର ପ୍ରାର୍ଥନା ଏଫଏସୟୁ ପରିବାର ସହିତ ରହିଛି । ସୁରକ୍ଷା ଏଜେନ୍ସିଂ ସକ୍ରିୟ ଭାବରେ ମାମଲାର ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ।''  ଫ୍ଲୋରିଡ଼ା ୟୁନିଭର୍ସିଟି ଷ୍ଟେଟ କ୍ୟାପିଟାଲ ତାଲାହାସୀରେ ଅବସ୍ଥିତ । ଏହା ଫ୍ଲୋରିଡ଼ାର ୧୨ ପବ୍ଲିକ ୟୁନିଭର୍ସିଟି ମଧ୍ୟରୁ ଗୋଟିଏ । ଏଠାରେ ୪୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହାପୂର୍ବରୁ ୨୦୧୪ରେ ମଧ୍ୟ ଫ୍ଲୋରିଡ଼ା ୟୁନିଭର୍ସିଟିର ଏକ ଲାଇବ୍ରେରୀରେ ଗୁଳିକାଣ୍ଡ ହୋଇଥିଲା । ଏଥିରେ ୩ଜଣ ଆହତ ହୋଇଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.