ପ୍ରମୂଖ ଖବର
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ସନ୍ତାନଙ୍କ ଆର୍ମି ଗଢ଼ିବେ ଏଲନ ମସ୍କ, ଜାପାନୀ ମହିଳାଙ୍କୁ ପଠାଇଲେ ଶୂକ୍ରାଣୁ

Published By : Prameya | April 18, 2025 8:17 AM

ନୂଆଦିଲ୍ଲୀ ୧୮/୦୪: ସନ୍ତାନଙ୍କର ଏକ ଆର୍ମି ଗଢ଼ିବା ପାଇଁ ସକ୍ରିୟ ଭାବେ ଲାଗିପଡ଼ିଛନ୍ତି ଏଲନ ମସ୍କ । ୱାଲ୍‌ ଷ୍ଟ୍ରିଟ୍‌ ପତ୍ରିକାର ରିପୋର୍ଟ ଅନୁସାରେ, ମସ୍କ ଏଥିପାଇଁ ସମ୍ଭାବ୍ୟ ମା’ମାନଙ୍କର ନିଯୁକ୍ତି ଲାଗି ନିଜର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ର ଉପଯୋଗ କରୁଛନ୍ତି । ଏହି ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ସେ ସରୋଗେସୀର ପ୍ରସ୍ତାବ ଦେଉଛନ୍ତି । ଏହି ପ୍ରୟାସରେ ମସ୍କ ଆର୍ଥିକ ପ୍ରୋତ୍ସାହନ ଓ କଠୋର ଗୋପନୀୟ ଚୁକ୍ତି ଜରିଆରେ ନିଜ ସନ୍ତାନଙ୍କ ମା’ଙ୍କୁ ନିୟନ୍ତ୍ରଣରେ ରଖୁଛନ୍ତି । 

୨୬ ବର୍ଷୀୟା କନ୍‌ଜର୍ଭେଟିଭ୍‌ ଇନ୍‌ଫ୍ଲୁଏନ୍ସର ଆଶ୍‌ଲି ସେଣ୍ଟ୍‌ କ୍ଲେୟର ଗତ ସେପ୍ଟେମ୍ବରରେ ମସ୍କଙ୍କ ୧୩ତମ ସନ୍ତାନକୁ ଜନ୍ମ ଦେଇଥିଲେ । ସେ କହିଛନ୍ତି, ମସ୍କ ତାଙ୍କୁ ଅନେକ ମେସେଜ୍‌ ଦେଇଥିଲେ, ଯେଉଁଥିରେ ନିଜ ସନ୍ତାନଙ୍କର ଏକ ବିଶାଳ ପ୍ଲାଟୁନ୍‌ ଗଠନର ଇଚ୍ଛା ବିଷୟରେ ସେ ଆଲୋଚନା କରିଥିଲେ । ଗୋଟିଏ ମେସେଜ୍‌ରେ ସେ କହିଥିଲେ ‘ମୁଁ ପୁଣି ତୁମର ସାହାଯ୍ୟ ନେବାକୁ ଚାହୁଁଛି ।’ ପିଲାଙ୍କର ବିଶାଳ ଆର୍ମି ଗଢ଼ିବା ପାଇଁ ସେ ସରୋଗେଟ୍‌ଙ୍କ ଉପଯୋଗର ପ୍ରସ୍ତାବ ଦେଇଥିଲେ । 

୪ ଜଣ ମହିଳାଙ୍କଠୁ ମସ୍କ ଅତିକମ୍‌ରେ ୧୪ ସନ୍ତାନଙ୍କ ବାପା ଭାବେ ପରିଚିତ । ଏହି ୪ ମହିଳା ହେଉଛନ୍ତି ସେଣ୍ଟ୍‌ କ୍ଲେୟର, ଗାୟିକା ଗ୍ରାଇମ୍ସ, ନ୍ୟୁରାଲିଙ୍କ୍‌ କାର୍ଯ୍ୟନିର୍ବାହୀ ଅଧିକାରୀ ଶିଭନ୍‌ ଜିଲିସ୍‌ ଓ ତାଙ୍କ ପୂର୍ବତନ ପତ୍ନୀ ଜଷ୍ଟିନ୍‌ ମସ୍କ । କିନ୍ତୁ ତାଙ୍କ ସନ୍ତାନ ସଂଖ୍ୟା ଏହାଠୁ ଅଧିକ ବୋଲି ଅନୁମାନ କରାଯାଉଛି । ରିପୋର୍ଟ ଅନୁସାରେ, ଜଣେ ହାଇ-ପ୍ରୋଫାଇଲ ଜାପାନିଜ୍‌ ମହିଳାଙ୍କୁ ମସ୍କ ନିଜର ଶୂକ୍ରାଣୁ ପ୍ରଦାନ କରିଛନ୍ତି । ମସ୍କଙ୍କ ୪ ସନ୍ତାନ ଜନ୍ମ ଦେଇଥିବା ଶିଭନ୍‌ ଜିଲିସ୍‌ଙ୍କୁ ଅନ୍ୟ ମା’ଙ୍କ ମଧ୍ୟରେ ଖାସ୍‌ ସ୍ଥାନ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ ଏବଂ ବିଶ୍ୱ ନେତା ଓ ଟେକ୍‌ ଗୁରୁଙ୍କ ଉପସ୍ଥିତିରେ ଆୟୋଜିତ ଏକ ରାତ୍ରିଭୋଜନ ଭଳି ଉଚ୍ଚ-ସ୍ତରୀୟ କାର୍ଯ୍ୟକ୍ରମରେ ସେ ମସ୍କଙ୍କ ସହ ସାମିଲ ହୋଇଛନ୍ତି ।

ସେଣ୍ଟ୍‌ କ୍ଲେୟର କହିଛନ୍ତି, ତାଙ୍କ ସନ୍ତାନର ଜନ୍ମ ପ୍ରମାଣପତ୍ରରୁ ମସ୍କଙ୍କ ନାଁ ହଟାଇବା ପାଇଁ ଏବଂ ସେ ଉକ୍ତ ସନ୍ତାନର ବାପା ବୋଲି ସାର୍ବଜନୀନ ନ କରିବା ପାଇଁ ତାଙ୍କୁ ପ୍ରଥମେ ମାସକୁ ୧.୫ କୋଟି ଡଲାର ଓ ୧ ଲକ୍ଷ ଡଲାର ଅଫର୍‌ ହୋଇଥିଲା । କ୍ଲେୟର ପ୍ରସବ ପାଇଁ ଯିବାବେଳେ ମସ୍କଙ୍କ ଅତି ନିକଟତମ ସହଯୋଗୀ ଜାରେଡ୍‌ ବିର୍ଚହଲ୍‌ ତାଙ୍କୁ ଏହି ଅଫର୍‌ ଦେଇଥିଲେ । କିନ୍ତୁ ସେ ଗୋପନୀୟତା ପାଇଁ ରାଜି ହେଲେ ନାହିଁ । ତଥାପି ଔପଚାରିକ କାଗଜପତ୍ରରେ ଏବେ ବି ମସ୍କଙ୍କ ନାଁ ନାହିଁ । ଗତ ଫେବ୍ରୁଆରୀରେ କ୍ଲେୟର ମସ୍କଙ୍କ ସହ ନିଜ ସମ୍ପର୍କକୁ ସାର୍ବଜନୀନ କରିବା ପରେ ଆର୍ଥିକ ସମର୍ଥନ ମାସକୁ ୪୦ ହଜାର ଡଲାର ଏବଂ ପରେ ୨୦ ହଜାର ଡଲାରକୁ ହ୍ରାସ କରାଗଲା । 

ରିପୋର୍ଟ ଆହୁରି ଦର୍ଶାଇଛି, ସନ୍ତାନ ଜନ୍ମର ଅଫର୍‌ ନେଇ ମସ୍କ କ୍ରିପ୍ଟୋ ଇନ୍‌ଫ୍ଲୁଏନ୍ସର ଟିଫାନି ଫଙ୍ଗ୍‌ଙ୍କ ପାଖରେ ମଧ୍ୟ ପହଞ୍ଚିଥିଲେ । ଫଙ୍ଗ୍‌ ଏହି ମେସେଜ୍‌ ସାର୍ବଜନୀନ କରିବା ପରେ ମସ୍କ ତାଙ୍କୁ ଅନ୍‌ଫଲୋ କରିଦେଲେ । ସେଣ୍ଟ୍‌ କ୍ଲେୟରଙ୍କ ସମେତ ଅନେକ ମହିଳା ଦାବି କରନ୍ତି ଯେ ସନ୍ତାନ ଜନ୍ମ ମାମଲାରେ ନିୟନ୍ତ୍ରଣରେ ରହିବା ପାଇଁ ମସ୍କଙ୍କ ଟିମ୍‌ ଅର୍ଥ ଓ କଠୋର ଗୋପନୀୟତାର ଡିଲ୍‌ କରନ୍ତି । ସହଯୋଗୀ ଜାରେଡ୍‌ ବିର୍ଚହଲ୍‌ ମସ୍କଙ୍କ ମାମଲାରେ ମେସେଜ୍‌ କରନ୍ତି । ଜନ୍ମହାର ହ୍ରାସ ମାନବତାକୁ ସଙ୍କଟରେ ପକାଇବ, ଏହି ବିଶ୍ୱାସ ମସ୍କଙ୍କ ମନରେ ଅଧିକ ସଂଖ୍ୟକ ସନ୍ତାନ ଜନ୍ମର ଇଚ୍ଛାକୁ ଜାଗ୍ରତ କଲା । ସେ ଅନେକ ସମୟରେ କହିଛନ୍ତି, ଜନସଂଖ୍ୟା ବୃଦ୍ଧି ବିନା ସଭ୍ୟତା ଖଣ୍ଡ ଖଣ୍ଡ ହେବାକୁ ଯାଉଛି । ମାନବତାର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସ୍ମାର୍ଟ ଲୋକମାନେ ଅଧିକ ସନ୍ତାନ ଜନ୍ମ ଦେବା ଆବଶ୍ୟକ ବୋଲି ତାଙ୍କ ବିଶ୍ୱାସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.