ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ନୂଆ ସରକାରର ମନ୍ତ୍ରୀମଣ୍ଡଳରେ କେଉଁ ଦଳକୁ କିଏ ହେବେ ସାମିଲ? ଟିିଡିପି ଏବଂ ଜେଡିୟୁ ଯୋଜନା ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୦୭/୦୬: ଲୋକସଭା ନିର୍ବାଚନ ୨୦୨୪ ର ଫଳାଫଳ ଶେଷ ହେବା ପରେ ବର୍ତ୍ତମାନ ଏକ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ଆଜି ଏନଡିଏ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଛି ଏବଂ ଏଥିରେ ନରେନ୍ଦ୍ର ମୋଦୀଙ୍କୁ ସଂସଦୀୟ ଦଳର ନେତା ଭାବେ ଚୟନ କରାଯାଇଛି। ଏହାରି ଭିତରେ କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କ୍ୟାବିନେଟ ଗଠନ ଏବଂ ଏହାର ଢ଼ାଞ୍ଚାକୁ ନେଇ। ପ୍ରଶ୍ନ ହେଉଛି ଏଥର ମିଶ୍ରିତ ସରକାରରେ କେଉଁ ଦଳରୁ କେତେ ମନ୍ତ୍ରୀ ରହିବେ ଏବଂ କେଉଁ ମନ୍ତ୍ରଣାଳୟ କାହା ପାଖକୁ ଯିବ? ସୂଚନାନୁସାରେ, ଜେଡିୟୁ ଏବଂ ଟିଡିପିର ନିଜସ୍ୱ ଦାବି ରହିଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

କେଉଁ ଦଳକୁ କେତେ ମନ୍ତ୍ରାଳୟ

କୁହାଯାଉଛି ଯେ, ବିଜେପି ୪:୧ ଫର୍ମୁଲା ଅନୁଯାୟୀ ଆଗକୁ ବଢ଼ିପାରେ। ଯାହାର ଅର୍ଥ ହେଉଛି ଗୃହ, ଅର୍ଥ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ପରି ବଡ଼ ମନ୍ତ୍ରଣାଳୟ ବିଜେପି ସହିତ ରହିବ, ଏବଂ ଏହାର ସହଯୋଗୀମାନଙ୍କୁ ଏହି ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଦିଆଯାଇପାରେ। ବିଶେଷ ସୂତ୍ରରୁ ପ୍ରକାଶ ଯେ ରେଳବାଇ, କୃଷି ଏବଂ ଅର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟକୁ ଜେଡିୟୁ ମାଗିଥିବା ବେଳେ ଟିଡିପି ଲୋକସଭା ବାଚସ୍ପତି ପଦ ଏବଂ ଦୁଇଟି ଅତିରିକ୍ତ ମନ୍ତ୍ରଣାଳୟ ମାଗିଛି। ତେବେ ବିଜେପି ସୂତ୍ର ଅନୁଯାୟୀ ଜେଡିୟୁ ତିନିଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ଜଣେ କିମ୍ବା ଦୁଇ ଜଣ ରାଷ୍ଟ୍ର ମନ୍ତ୍ରୀ ପାଇବାର ସମ୍ଭାବନା ଥିବାବେଳେ ଟିଡିପି ଦୁଇଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ଜଣେ  ମନ୍ତ୍ରୀ ପଦ ପାଇପାରନ୍ତି। 

ଗୋଟିଏ ଫର୍ମୁଲା ବା ସୂତ୍ର ଚାରିଜଣ ସାଂସଦଙ୍କ ପାଇଁ, ଗୋଟିଏ ଦଳକୁ ଗୋଟିଏ କ୍ୟାବିନେଟ ମିଳିବା ଉପରେ ଆଧାରିତ। ଏହାର ଅର୍ଥ ହେଉଛି ଯଦି ଟିଡିପିରେ ୧୬ ଜଣ ସାଂସଦ ଅଛନ୍ତି, ତେବେ ଏଥିରୁ ଚାରିଜଣ କ୍ୟାବିନେଟ ମନ୍ତ୍ରୀ ପାଇବାକୁ ଥିବାବେଳେ ୧୨ ଜଣ ସାଂସଦଙ୍କ ସହ ଜେଡିୟୁ ତିନିଜଣ କ୍ୟାବିନେଟ ମନ୍ତ୍ରୀ ପାଇପାରେ। ସାତଜଣ ସାଂସଦଙ୍କ ସହ ଶିବସେନା-ସିନ୍ଦେ ଦଳ ଦୁଇଟି କ୍ୟାବିନେଟ ମନ୍ତ୍ରୀ ପଦ ମିଳିବାରେ, ତତ୍‌ସହିତ ପାଞ୍ଚଜଣ ସାଂସଦଙ୍କ ସହ ଏଲଜେପି-ରାମ ବିଲାସ ଦଳକୁ ଗୋଟିଏ କ୍ୟାବିନେଟ ମନ୍ତ୍ରୀ ଏବଂ ଜଣେ ରାଷ୍ଟ୍ରମନ୍ତ୍ରୀ ପଦ ମିଳିପାରେ। 

କାହାର ନାଁ ଆଗରେ?

ଶିବସେନା (ସିନ୍ଦେ ଦଳ) ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଯିଏକି ଏନଡିଏର ଅଂଶ, କିଛି ଅଭିଜ୍ଞ ସାଂସଦଙ୍କ ନାଁ ଉପରେ ବିଚାର କରୁଛନ୍ତି। ଏମାନଙ୍କ ନାଁ ସେ ପ୍ରକାଶ କରିପାରନ୍ତି। ବିଶେଷ ସୂତ୍ରରୁ ଜଣାପଡିଛି ଯେ ସିନ୍ଦେ ତାଙ୍କ ସାଂସଦ ପ୍ରତାପ ରାଓ ଯାଦବଙ୍କ ନାଁ କହିପାରନ୍ତି। ସେହିପରି ଟିଡିପି ରାମମୋହନ ନାଇଡୁଙ୍କ ନାଁକୁ ପରାମର୍ଶ ଦେଇପାରେ।ଅନ୍ୟପକ୍ଷରେ ଜେଡିୟୁରୁ ସଞ୍ଜୟ ଝା ଏବଂ ଲଲନ ସିଂ ମନ୍ତ୍ରୀ ହୋଇପାରନ୍ତି। ସେପଟେ ଏଲ୍‌ଜେପିରୁ ଚିରାଗ ପାସୱାନଙ୍କୁ ମନ୍ତ୍ରୀ କରାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.