ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଆସନ୍ତା ୩ରୁ ୪ ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ, ୧୨ରୁ ପୁଣି ବଢ଼ିପାରେ ତାତି

ଭୁବନେଶ୍ୱର,୦୬/୦୬: ଆସନ୍ତା ୩ରୁ ୪ ଦିନ ଭିତରେ ରାଜ୍ୟରେ ମୌସୁମୀ ବର୍ଷା ହେବ । ୯ ତାରିଖ ସୁଦ୍ଧା ମୌସୁମୀ ଦକ୍ଷିଣ ଓଡ଼ିଶା ଛୁଇଁବ। ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି । 

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ  ଡ. ଶରତ ସାହୁ କହିଛନ୍ତି, ଓଡ଼ିଶାକୁ ମୌସୁମୀ ଆସିବା ପାଇଁ ପାଗ ଅନୁକୂଳ ଅଛି । ୯ ବା ୧୦ ତାରିଖରେ ମୌସୁମୀ ବର୍ଷା ହେବ । ଉତ୍ତର ଓଡ଼ିଶାରେ ସାମାନ୍ୟ ତାତି ରହିବ । ୧୨ ଓ ୧୩ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରେ ତାତି ପୁଣି ବଢ଼ିବ । କିଛି ସ୍ଥାନରେ ୪୫ ଡିଗ୍ରୀ ଟପିପାରେ । ଆସନ୍ତା ୩ରୁ ୪ ଦିନ ଭିତରେ ମୌସୁମୀ ଓଡ଼ିଶା ଆସିବା  ପାଇଁ ପାଗ ଅନୁକୂଳ ଅଛି ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା  ଡ. ମନୋରମା ମହାନ୍ତି କହିଛନ୍ତି । ତେବେ ୨ ଦିନ ପରେ  ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବ । ତାପମାତ୍ରା ୪୨ ଡିଗ୍ରୀ ଉପରେ  ରହିବ । ଗୁଳୁଗୁଳି ଅଧିକ ରହିବା ଯୋଗୁ ତାପମାତ୍ରା ଅଧିକ  ଅନୁଭୂତ ହେବ । ଉପକୂଳରେ ବି ପ୍ରବଳ ଗୁଳୁଗୁଳି ହେବ । 

ପାଣିପାଗ ବିଭାଗର ଆକଳନ ଅନୁସାରେ, ୭, ୮ ଓ  ୯ ତାରିଖରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ୭ ଓ ୮ରେ  ବଲାଙ୍ଗୀର ଓ ନୂଆପଡ଼ାରେ ଗ୍ରୀଷ୍ମପ୍ରବାହ ବହିବ । ତେବେ  ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ ଓଡ଼ିଶାରେ କିଛି ସ୍ଥାନରେ  ବର୍ଷା ସମ୍ଭାବନା ଅଛି । ୯ରେ ବଲାଙ୍ଗୀର, ନୂଆପଡ଼ା, ବରଗଡ଼  ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ବହିପାରେ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଏହି ଦୁଇ  ଦିନ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ତାତି ଓ ଗୁଳୁଗୁଳି ଅନୁଭୂତ ହେବ । 

ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଅନୁସାରେ, ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା  ୩୬କୁ ବଢ଼ିଛି । ଆଜିସୁଦ୍ଧା ମୋଟ ୧୫୧ ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିଛି । ୩୧ଜଣଙ୍କର  ଅଂଶୁଘାତରେ ମୃତ୍ୟୁ ହୋଇନି । ବାକି ୮୪ଟି ମୃତ୍ୟୁ ମାମଲାର ତଦନ୍ତ ଚାଲିଛି । ଗତ ଦୁଇ  ଦିନରେ ଆଉ ୨ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ୧୦ ଓ  ୧୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ବିଭାଗ ଆକଳନ  କରିଛି । ଆଜି ବୌଦ୍ଧରେ ତାତି ୪୨.୫ଡିଗ୍ରୀ ରେକର୍ଡ ହୋଇଛି । ବଲାଙ୍ଗୀରରେ ୪୧.୪,  ଟିଟିଲାଗଡ଼ରେ ୪୦.୮ ଓ ନୂଆପଡ଼ାରେ ୪୦.୪ଡିଗ୍ରୀ ରେକର୍ଡ ହୋଇଛି।

  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.