ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ରଣପୁର ବିଧାୟିକା ସୁରମା ପାଢ଼ୀ ହେବେ ନୂଆ ବାଚସ୍ପତି: ଆଜି ହେବ ଘୋଷଣା, ନେବେ ଦାୟିତ୍ୱ

ଭୁବନେଶ୍ୱର,୨୦/୦୬: ବିଜେପିର ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ ହେବେ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି । ବାଚସ୍ପତି ପଦବି ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ସୁରମା ଦାଖଲ କରିଛନ୍ତି ନାମାଙ୍କନ ନୋଟିସ । ଗୁରୁବାର ବିଧାନସଭାରେ ବିଧିବଦ୍ଧ ଭାବେ ନୂଆ ବାଚସ୍ପତି ନେଇ ଘୋଷଣା ହେବ । ନୂଆ ବାଚସ୍ପତି ଭାବେ ସୁରମା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା, ଏକପ୍ରକାର ଥୟ । 

ପୂର୍ବ ନିର୍ଦ୍ଧାରିତ ସମୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ନିକଟରେ ବୁଧବାର ବାଚସ୍ପତି ପଦବୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୁରମା । ଏହି ସମୟରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ମନ୍ତ୍ରୀ ସୁରେଶ ପୂଜାରୀ, ମୁକେଶ ମହାଲିଙ୍ଗଙ୍କ ସମେତ ବିଜେପିର ବହୁ ବିଧାୟକ ଉପସ୍ଥିତ ଥିଲେ । ନାମାଙ୍କନ ପୂର୍ବରୁ ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକମାନଙ୍କ ବୈଠକ ହୋଇଥିଲା । ବୈଠକରେ ସୁରମାଙ୍କ ନାଁ ଉପରେ ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା ।

ରଣପୁର ବିଧାୟିକା ସୁରମାଙ୍କ ଜନ୍ମ ୧୯୬୦ ମସିହାରେ । ହୋମ୍‌ ସାଇନ୍ସରେ ଏମ୍‌ଏ କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟରୁ  ଏଲ୍‌ଏଲ୍‌ବି ଡିଗ୍ରୀ ହାସଲ କରିଛନ୍ତି ସୁରମା । ପ୍ରଥମେ ଓକିଲାତିକୁ ସେ ନିଜ ପେଷା କରିଥିଲେ । ୧୯୮୮ରେ ବିଜେପିରେ ଯୋଗ ଦେଇଥିଲେ । ଏକଦା ସୁରମା ଥିଲେ ରାଜ୍ୟ ବିଜେପିର ସବୁଠାରୁ ବଡ଼ ମହିଳା ନେତ୍ରୀ । ୧୯୯୮ରୁ ୨୦୦୦ ମସିହା ପର୍ଯ୍ୟନ୍ତ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ମଙ୍ଗ ରହିଥିଲା ସୁରମାଙ୍କ ହାତରେ । ୨୦୦୦ରୁ ୨୦୦୨ ଯାଏଁ ସୁରମା ବିଜେପିର ଜାତୀୟ ମହିଳା ମୋର୍ଚ୍ଚାର ନେତୃତ୍ୱ ନେଇଥିଲେ । ସେ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟନିର୍ବାହୀ ସଦସ୍ୟ ରହିବା ସହ ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଦାୟିତ୍ୱ ବି ତୁଲାଇଛନ୍ତି । ଉଭୟ ରାଜ୍ୟ ଓ ଜାତୀୟ ରାଜନୀତି ପତିଆରା ସୃଷ୍ଟି କରିଥିବା ସୁରମା ପ୍ରଥମ ଥର ପାଇଁ ୨୦୦୪ରେ ରଣପୁରରୁ ବିଧାୟିକା ନିର୍ବାଚିତ ହୋଇଥିଲେ । ସେତେବେଳେ ବିଜେଡି-ବିଜେପି ମେଣ୍ଟ ସରକାରରେ ସୁରମା ଥିଲେ ସମବାୟ ମନ୍ତ୍ରୀ । 

ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିଛି । ବିଜେପି ସରକାରକୁ ଆସିଥିବାବେଳେ ସୁରମାଙ୍କୁ ବାଚସ୍ପତି ଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦ ମିଳିବାକୁ ଯାଉଛି । ବିଜେଡିର ଶେଷ ପାଳି ସରକାରର ଶେଷ ଭାଗରେ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି (ସ୍ୱାଧୀନତା ପରବର୍ତ୍ତୀ) ହୋଇଥିଲେ । ପ୍ରମିଳାଙ୍କ ପରେ ଏବେ ସୁରମା ବିଧାନସଭା ଗୃହ କାର୍ଯ୍ୟକୁ ପରିଚାଳନା କରିବେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.