ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ରତ୍ନଭଣ୍ଡାର କମିସନ୍‌ ରିପୋର୍ଟ ସାର୍ବଜନୀନ ମାମଲା: କ୍ୟାବିନେଟ୍‌ରେ ଉପସ୍ଥାପନ ହେବ ଚାବିହଜା ରିପୋର୍ଟ

କଟକ,୨୦/୦୬: ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ଗଠିତ ଜଷ୍ଟିସ୍‌ ରଘୁବୀର ଦାଶ କମିସନଙ୍କ ରିପୋର୍ଟ ନୂତନ ସରକାରର କ୍ୟାବିନେଟ୍‌ ବୈଠକରେ ଉପସ୍ଥାପନ କରାଯିବ । ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଏହା କୁହାଯାଇଛି । ସରକାରଙ୍କ ଏଭଳି ଜବାବ ପରେ ହାଇକୋର୍ଟ ଆବେଦନକାରୀଙ୍କୁ ଏ ସଂପର୍କରେ ପରବର୍ତ୍ତୀ ଶୁଣାଣିରେ ପ୍ରତିଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜୁଲାଇ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ କମିସନ୍‌ଙ୍କ ରିପୋର୍ଟ ସାର୍ବଜନୀନ କରାଯାଉନଥିବାରୁ ସମାଜସେବୀ ଦିଲ୍ଲୀପ କୁମାର ବରାଳଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।  

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିଯାଇଥିବା ନେଇ ୨୦୧୮ ମସିହାରେ ଜଣାପଡ଼ିଥିଲା । ରତ୍ନଭଣ୍ଡାର ଶ୍ରୀଜଗନ୍ନାଥ ପରିଚାଳନା କମିଟି ଅଧୀନରେ ରହିଥାଏ । ବାହାର ରତ୍ନଭଣ୍ଡାରର ତିନିଟି ଚାବି ରହିଥାଏ । ଗୋଟିଏ ଚାବି ପୁରୀ ଗଜପତି ମହାରାଜଙ୍କ ନିକଟରେ ରହିଥିଲାବେଳେ ଅନ୍ୟଟି ଶ୍ରୀମନ୍ଦିର ପ୍ରଶାସନ ଏବଂ ଆଉ ଏକ ଚାବି ଭଣ୍ଡାର ମେକାପଙ୍କ ନିକଟରେ ରହିଥାଏ । ତେବେ ଭିତର ରତ୍ନଭଣ୍ଡାରର ମରାମତି ଆବଶ୍ୟକତା ଥିବାରୁ ସେତେବେଳେ ଚାବି ଖୋଜାପଡ଼ିଲା । କିନ୍ତୁ ଟ୍ରେଜେରୀରେ ଏହି ଚାବି ନଥିବା କଥା ପୁରୀର ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଥିଲେ । ଜିଲ୍ଳାପାଳଙ୍କ ଏଭଳି  ଘୋଷଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ରାଜ୍ୟବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହେବା ପରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଜିଲ୍ଲା     ରେକର୍ଡ ରୁମ୍‌ରେ ରତ୍ନଭଣ୍ଡାରର ଏକ ଡୁପ୍ଲିକେଟ୍‌ ଚାବି ଜଉମୁଦ ଲଫାପାରେ ରହିଥିବା କହିଥିଲେ । ଏହାକୁ ନେଇ ଅଧିକ ସନ୍ଦେହ ସୃଷ୍ଟି ହୋଇଥିଲା । 

ଫଳରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଜୁନ୍‌ରେ ଜଷ୍ଟିସ୍‌ ରଘୁବୀର ଦାଶଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିସନ ବସାଇଥିଲେ । ସେହିବର୍ଷ ନଭେମ୍ବର ୨୯ରେ କମିସନ ତାଙ୍କ ରିପୋର୍ଟ ଗୃହ ବିଭାଗକୁ ପ୍ରଦାନ କରିଥିଲେ । କିନ୍ତୁ ରାଜ୍ୟ ସରକାର ଉକ୍ତ ରିପୋର୍ଟକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରିବା ପରିବର୍ତ୍ତେ ତାକୁ ଚାପି ଦେଇଥିବା ଅଭିଯୋଗ ହୋଇଥିଲା । ନିୟମ ଅନୁଯାୟୀ ଏହି ରିପୋର୍ଟକୁ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପନ କରିବା କଥା । କିନ୍ତୁ ବିଧାନସଭାରେ ଉପସ୍ଥାପନ ନହେବାରୁ ଏବଂ ରିପୋର୍ଟ ସାର୍ବଜନୀନ କରାନଯିବାରୁ ଆବେଦନକାରୀ ଶ୍ରୀ ବରାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ରାଜ୍ୟ ସରକାର ଜବାବ ଦାଖଲ ଲାଗି ବାରମ୍ବାର ସମୟ ଗଡ଼ାଇ ଚାଲିଥିଲେ । କିନ୍ତୁ ଆଜି ଅଦାଲତଙ୍କୁ ଏହି ରିପୋର୍ଟ ଦାଖଲ ସଂକ୍ରାନ୍ତରେ ଅବଗତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅରୂପ କୁମାର ମହାପାତ୍ର ଏବଂ ହରପ୍ରିୟା ରାଉତରାୟ ମାମଲା ପରିଚାଳନା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.