ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର,୨୯/୦୬: ବଙ୍ଗୋପସାଗରରେ ସୃଷ୍ଟି  ହୋଇଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପରେ ପରିଣତ  ହୋଇଛି । ଏହା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର  ଓଡ଼ିଶା ଉପକୂଳ ଉପରେ କେନ୍ଦ୍ରୀଭୂତ ହୋଇଛି । ଲଘୁଚାପ  ପ୍ରଭାବରେ ଶନିବାର ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା  ହୋଇପାରେ । ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି । 

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହୋଇ  ଶୁକ୍ରବାର ସକାଳ ସାଢ଼େ ୮ଟାରେ ଲଘୁଚାପରେ ପରିଣତ ହୋଇଛି ।  ଲଘୁଚାପ ପ୍ରଭାବରେ ଶନିବାର ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।  ଏହି ୭ ଜିଲ୍ଲାରେ ମୋଟ ୭୦ରୁ ୧୧୦ମିମି ବର୍ଷା ହୋଇପାରେ ।  କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ  ବର୍ଷା ସମ୍ଭାବନା ଅଛି । ଏହି ତିନି ଜିଲ୍ଲାରେ ୭୦ରୁ ୨୦୦ ମିମି ଯାଏ ବର୍ଷାହୋଇପାରେ। ୩୦ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼  ଓ କେନ୍ଦୁଝରରେ ଭାରୀ ବର୍ଷା ହେବ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୩୦ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ  କେନ୍ଦୁଝରରେ ୭୦ରୁ ୧୧୦ମିମି ଯାଏ ବର୍ଷା ଢାଳିପାରେ । ଜୁଲାଇ  ୧ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

ଶୁକ୍ରବାର ସକାଳୁ ସନ୍ଧ୍ୟା ସାଢ଼େ ୬ଟା ଭିତରେ ଅନୁଗୁଳରେ  ୧୦୨ମିମି ବର୍ଷା ହୋଇଛି । ନୟାଗଡ଼ରେ ୩୨, ବଲାଙ୍ଗୀରରେ ୨୬, ଭବାନୀପାଟଣାରେ ୧୬.୪, ଟିଟିଲାଗଡ଼ରେ ୧୩.୨, ସୋନପୁରରେ  ୧୧, ଜଗତସିଂହପୁରରେ ୯.୨ ଓ ଚାନ୍ଦବାଲିରେ ୪.୨ ମିମି  ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ କୋରାପୁଟର ଜୟପୁରରେ  ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଏଠାରେ ମୋଟ ୧୨୦ମିମି  ବର୍ଷା ହୋଇଛି । କୋରାପୁଟ ନନ୍ଦପୁରରେ ୧୧୦ମିମି, ଢେଙ୍କାନାଳ  ଭୁବନରେ ୧୧୦, ମାଲକାନଗିରିରେ ୯୦, ବୋଲଗଡ଼ରେ ୮୦, ରାୟଗଡ଼ା ଗୁଣପୁରରେ ୭୦, ଜଟଣୀରେ ୭୦, ଚିତ୍ରକୋଣ୍ଡାରେ  ୭୦ ଓ ଯାଜପୁର ଜେନାପୁରରେ ୭୦ମିମି ବର୍ଷା ହୋଇଛି ।  

ଏ ମାସରେ ରାଜ୍ୟରେ ୩୪% ନିଅଣ୍ଟିଆ ବର୍ଷା ହୋଇଛି ।  କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼,  ସମ୍ବଲପୁର, ଅନୁଗୁଳ, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼,  କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଗଞ୍ଜାମ ଓ  ଗଜପତିରେ ନିଅଣ୍ଟିଆ ବର୍ଷା ହୋଇଛି । ମୟୂରଭଞ୍ଜ, ବାଲେଶ୍ୱର  ଓ ପୁରୀରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ହୋଇଛି।

  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.