ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଅଭିଯୋଗ ପଞ୍ଜୀକରଣ ପାଇଁ ୧୦ କାଉଣ୍ଟର୍‌

ଭୁବନେଶ୍ୱର,୦୧/୦୭: ଆଜିଠୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ  ଅଭିଯୋଗ ପ୍ରକୋଷ୍ଠ । ଏଠାକୁ ଲୋକେ ଆସି  ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ  କରିପାରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କୁ  ଭେଟି ଅଭିଯୋଗ ଦେବା ପାଇଁ ପ୍ରଥମେ  ନିଜ ନାଁ ପଞ୍ଜୀକରଣ କରିବାକୁ ହେବ । ୱେବସାଇଟ୍‌, ପୋର୍ଟାଲ, ଚିଠି ଓ ଇ-ମେଲ  ମାଧ୍ୟମରେ ନାଁ ପଞ୍ଜୀକରଣ କରିହେବ ।  ଲୋକେ ୟୁନିଟ୍‌-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ  ଅଭିଯୋଗ ପ୍ରକୋଷ୍ଠକୁ ଆସି ଖୋଲିଥିବା  ୧୦ଟି କାଉଣ୍ଟରରେ ସିଧାସଳଖ ଅଭିଯୋଗ  ପଞ୍ଜୀକରଣ କରିପାରିବେ । 

ସକାଳ ୯ଟାରୁ ଦିନ ୧୨ଟା ଯାଏ  ଏଠାରେ ନାମ ପଞ୍ଜୀକରଣ ଚାଲିବ ।  www.janasunani.odisha.gov.in ୱେବସାଇଟ୍‌କୁ ଯାଇ ଲୋକେ  ନାମ ପଞ୍ଜୀକରଣ କରିବେ । ୱେବସାଇଟ୍‌ରେ  ପ୍ରଥମେ ନିଜର ପୂରା ନାମ ଓ ମୋବାଇଲ  ନମ୍ବର ଦେବା ସହ ଏକ ପାସ୍‌ୱାର୍ଡ ଦେଇ  ସାଇନ ଅପ୍‌ କରିବାକୁ ହେବ । ଏହାପରେ  ଲଗ୍‌ ଇନ୍‌ କରି ନିଜ ଅଭିଯୋଗ ପଞ୍ଜୀକରଣ  କରିବାକୁ ପଡ଼ିବ । ଏହାପରେ ଯାଇ ନିଜ  ପାଳି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । 

ସେହିଭଳି ୬୩୭୦୯୫୧୯୩୦ ହ୍ୱାଟସ୍‌  ଆପ୍‌ ନମ୍ବରକୁ ମେସେଜ୍‌ କରି ନିଜ ନାମ  ପଞ୍ଜୀକରଣ କରିହେବ । ଇ-ମେଲ୍‌ ଓ ଚିଠି  ମାଧ୍ୟମରେ ମଧ୍ୟ ପଞ୍ଜୀକରଣ କରିପାରିବେ ।  ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀ ଅଭିଯୋଗ  ଶୁଣାଣି ଆରମ୍ଭ କରିବେ । ପ୍ରତି ସୋମବାର  ଏହି ଅଭିଯୋଗ ଶୁଣାଣି ଚାଲିବ ।  ମୁଖ୍ୟମନ୍ତ୍ରୀ ଯେଉଁ ସମ୍ମିଳନୀ କକ୍ଷରେ ବସି  ଅଭିଯୋଗ ଶୁଣିବେ ସେଠାରେ ଏକକାଳୀନ  ୩୦ ଜଣ ଲୋକ ବସିପାରିବେ । ଏହାଛଡ଼ା  ଅନ୍ୟ ସମସ୍ତଙ୍କ ପାଇଁ ବସିବାର ବ୍ୟବସ୍ଥା  କରାଯିବ । ସମସ୍ତଙ୍କ ପାଇଁ ପାନୀୟଜଳ  ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି । 

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ  ସବୁ ବିଭାଗର ମନ୍ତ୍ରୀମାନେ ଉପସ୍ଥିତ  ରହିବେ ବୋଲି ନିଜେ ମୁଖ୍ୟମନ୍ତ୍ରୀ ସୂଚନା  ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସବୁ ବିଭାଗର  ସମସ୍ୟା ଶୁଣିବା ସହ ଅଭିଯୋଗକୁ  ସଂପୃକ୍ତ ବିଭାଗକୁ ପଠାଇବେ । ବିଭାଗୀୟ  ମନ୍ତ୍ରୀମାନେ ତ୍ୱରିତ ପଦକ୍ଷେପ ନେଇ  ଅଭିଯୋଗ ସମାଧାନ ବ୍ୟବସ୍ଥା କରିବେ ।  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ  ସୁବିଧାରେ ନାମ ପଞ୍ଜୀକରଣ ପାଇଁ  ବାରିକେଡ୍‌ ବ୍ୟବସ୍ଥା ହୋଇଛି । ଲୋକେ  ପ୍ରଥମେ ଧାଡ଼ିରେ ରହି ପଞ୍ଜୀକରଣ  କରିବେ । ଲୋକଙ୍କୁ ବର୍ଷା ଓ ଖରାରୁ ରକ୍ଷା  ପାଇଁ ପର୍ଯ୍ୟାପ୍ତ ସେଡ୍‌ ବ୍ୟବସ୍ଥା ହୋଇଛି ।  ଦିବ୍ୟାଙ୍ଗଙ୍କୁ ଛିଡ଼ା ନ କରି ବସାଇବା ସୁବିଧା  କରାଯାଇଛି । ଜରୁରିକାଳୀନ ଚିକିତ୍ସା ପାଇଁ  ଅଭିଯୋଗ ପ୍ରକୋଷ୍ଠ ପରିସରରେ ଆଶୁ  ଚିକିତ୍ସା ସୁବିଧା ରହିବ । ଏଠାରେ କ୍ୟାପିଟାଲ  ହସ୍ପିଟାଲର ଡାକ୍ତର ନିୟୋଜିତ ହେବେ ।  ପ୍ରାଥମିକ ଚିକିତ୍ସା ସେବା ପାଇଁ ସବୁ ସୁବିଧା  ରହିବ । ଗୋଟିଏ ଆମ୍ବୁଲାନ୍ସ ମଧ୍ୟ ମହଜୁଦ  ରହିବ । ଏହାବାଦ୍‌ ମୁଖ୍ୟମନ୍ତ୍ରୀଙ୍କ ବିଶ୍ରାମ ପାଇଁ  ଏକ ସ୍ୱତନ୍ତ୍ର ବିଶ୍ରାମ କକ୍ଷ ରହିବ ।

  • PrameyaOdia
  • prameya
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.