ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

‘ମୋ ଧରମ ଭାଇ ପାଖେ ମୋତେ ଛାଡ଼’...ରାତି ଅଧିଆ ପାଲା କଲେ ଯୁବତୀ, ହଟହଟା ହେଲେ ପୁଲିସ ଓ ସ୍ଥାନୀୟ ଯୁବକ

ଭୁବନେଶ୍ୱର,୦୧/୦୭: ମୁଁ ଧରମ  ଭାଇ ପାଖକୁ ଯାଉଛି । ମୋତେ ମୋ ଧରମ  ଭାଇ ପାଖେ ଛାଡ଼ । ଏଭଳି ଜିଦ୍‌ ଧରି ଜଣେ  ଯୁବତୀ ରାତି ଅଧରେ ପୁଲିସ ଓ କିଛି ଯୁବକଙ୍କୁ ନାକେଦମ୍‌ କରିଛନ୍ତି । ଏଭଳି ଯୁବତୀଙ୍କ ରାତି ଅଧିଆ ପାଲା ଦେଖିବାକୁ ମିଳିଛି ଶନିବାର  ବିଳମ୍ବିତ ରାତିରେ ରେଣ୍ଟାଲ କଲୋନୀ- ଫାୟାରଷ୍ଟେସନ ରାସ୍ତାରେ । ଶେଷରେ ପୁଲିସ ଓ ସ୍ଥାନୀୟ ଯୁବକମାନେ ଯୁବତୀଙ୍କୁ ନେଇ ସେ  ରହୁଥିବା ହଷ୍ଟେଲ୍‌ରେ ଛାଡ଼ିଛନ୍ତି ।  

ଶନିବାର ରାତି ସାଢ଼େ ୧୨ଟା । ରେଣ୍ଟାଲ  କଲୋନୀ ଛକରୁ ଫାୟାର ଷ୍ଟେସନ ଛକ ଅଭିମୁଖେ  ଦୌଡ଼ୁଥିଲେ ଜଣେ ଜିନ୍‌ ପ୍ୟାଣ୍ଟ୍‌ ସାର୍ଟ ପିନ୍ଧା ଯୁବତୀ ।  ରାତି ଅଧରେ ରାସ୍ତାରେ ଜଣେ ଯୁବତୀ ଏକୁଟିଆ ଦୌଡ଼ୁଥିବା ଦେଖି ସ୍ଥାନୀୟ ଦୁଇଟି ହୋଟେଲ୍‌ ମାଲିକ ଓ କିଛି ଯୁବକ ସଂପୃକ୍ତ ଯୁବତୀଙ୍କୁ ପିଛାକରି ବାଟରେ ଅଟକାଇଥିଲେ । ବେଶଭୂଷାରୁ ସେ ଜଣେ  ଉଚ୍ଚଶିକ୍ଷିତା ଭଳି ଲାଗୁଥିଲେ । ଏତେ ରାତିରେ ଏକୁଟିଆ କୁଆଡ଼େ ଯାଉଛ, ତୁମ ଘର କେଉଁଠି ଯେତେ ପଚାରିଥିଲେ ମଧ୍ୟ ମୁଁ ମୋ ଧରମ ଭାଇ ପାଖକୁ ଯାଉଛି ବୋଲି ସେ କହୁଥିଲେ । ମଝିରେ ମଝିରେ ସେ ମୋବାଇଲ୍‌କୁ ଧରି କେଉଁ ନମ୍ବରକୁ ଲଗାଉଥିଲେ । କିନ୍ତୁ ସେପଟରୁ ଫୋନ୍‌ କାଟି ଦିଆ ଯାଉଥିବା ଜଣା ପଡ଼ୁଥିଲା ।  

ଯୁବତୀଙ୍କୁ ରାସ୍ତା କଡ଼ରେ ଦେଖି ସେହିବାଟ ଦେଇ ଯାଉଥିବା ଲୋକେ  ଅଟକି ଯାଇଥିଲେ । କୌଣସି ଅଘଟଣ ପୂର୍ବରୁ ଯୁବତୀଙ୍କୁ କେମିତି ରୋକାଯାଇ ପାରିବ, ସେନେଇ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଚିନ୍ତା ବଢ଼ି ଯାଇଥିଲା । ଏହି ସମୟରେ ସେହିବାଟ ଦେଇ ପିସିଆର ବାଇକ୍‌ରେ ଦୁଇ ଜଣ ପୁଲିସ ଯାଉଥିଲେ । ଯୁବକମାନେ ପୁଲିସଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ । ପୁଲିସ ଯୁବତୀଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେ ମୋ ଧରମ ଭାଇ ପାଖକୁ ମୋତେ ଯିବାକୁ ଦିଅ ବୋଲି ବାରମ୍ବାର କହି ଚାଲିଥିଲେ । ପୁଲିସ ଧରମ ଭାଇର ଠିକଣା ପଚାରିବାରୁ ସେ କେତେବେଳେ ଖଣ୍ଡଗିରି ତ ଆଉ କେତେବେଳେ ବରମୁଣ୍ଡା ହାଉସିଂବୋର୍ଡ କଲୋନୀ ବୋଲି କହୁଥିଲେ ।  ତେଣୁ ଯୁବତୀ ଜଣଙ୍କୁ ପିସିଆର ପୁଲିସ ବାଇକ୍‌ ପଛରେ ବସାଇଥିଲେ । ସେମାନଙ୍କ ସହ କିଛି ପିଲା ବି ଯାଇଥିଲେ ।  

ଫାୟାରଷ୍ଟେସନ ଛକରେ ଯୁବତୀ  ଜଣଙ୍କ କହିଲେ ସେ ଘାଟିକିଆ କଳିଙ୍ଗନଗର  ଅଞ୍ଚଳରେ ରହନ୍ତି ବୋଲି କହିବାରୁ ତାଙ୍କୁ  ସେଠାକୁ ନିଆ ଯାଇଥିଲା । ସେ ରହୁଥିବା ହଷ୍ଟେଲ୍‌ ପାଖ ହୋଇଯିବାରୁ ବାଇକ୍‌ରୁ ଡ଼େଇଁପଡ଼ି ଯୁବତୀ ଜଣଙ୍କ ଗେଟ୍‌ ଡ଼େଇଁ ହଷ୍ଟେଲ ଭିତରକୁ ପଶି ଯାଇଥିଲେ । ପୁଲିସ ସେଠାରେ ପହଞ୍ଚିବାରୁ ସେ ତାଙ୍କ ସହପାଠୀମାନଙ୍କୁ ଡକାଇ ମୁଁ ଏଥର ସୁରକ୍ଷିତ ବୋଲି କହିବାରୁ ପୁଲିସ  ଓ ଯୁବକମାନେ ଫେରି ଆସିଥିଲେ । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.