ପ୍ରମୂଖ ଖବର
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ

ଭୁବନେଶ୍ଵର, ୦୧/୦୭ : ନୂଆ ଆଇନ ଲାଗୁ ପରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ରୁଜୁ ହେଲା ପ୍ରଥମ ମାମଲା। ଆରମ୍ଭ ହେଲା ପ୍ରଥମ କେସ୍ ରେଜିଷ୍ଟର। କେସ୍ ରୁଜୁ କରିଛନ୍ତି ଚିନ୍ତାମଣିଶ୍ଵର ଅଞ୍ଚଳର ରୁଦ୍ର ପ୍ରସାଦ ଦାଶ। ହତ୍ୟା ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ, ୨୯ ଜୁନରେ ରୁଦ୍ର ପ୍ରସାଦଙ୍କ ବାପାଙ୍କୁ ଚିନ୍ତାମଣିଶ୍ଵର ମନ୍ଦିର ନିକଟରେ ତିନି ଜଣ ବ୍ୟକ୍ତି ଆକ୍ରମଣ କରିଥିଲେ। ପ୍ରଥମ FIR ନମ୍ବର ୩୭୦ ରହିଛି।

ପୂର୍ବରୁ ଏନେଇ IPC 307ରେ ମାମଲା ରୁଜୁ ହେଉଥିଲା। ଏବେ ଭାରତୀୟ ନ୍ୟାୟ ସଂହିତା ଦଫା 126 (2) , 115 (2) , 109, 118 (1) ରେ ପ୍ରଥମ ମାମଲା ରୁଜୁ କରାଯାଇଛି। ଦ୍ୱିତୀୟ ମାମଲା ଖଣ୍ଡଗିରିରେ ମଧ୍ୟ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି। ତେବେ ନୂଆ ଆଇନ ଲାଗୁ ହେବା ପରେ ତଦନ୍ତ ତ୍ୱରାନ୍ୱିତ ହୋଇପାରିବ। ପୂର୍ବ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ହୋଇପାରିବ ବୋଲି କହିଛନ୍ତି ପ୍ରତୀକ ସିଂ । 

ଆଜିଠୁ ବ୍ରିଟିଶ ଅମଳରୁ ଚଳିଆସୁଥିବା ଭାରତୀୟ ପିଙ୍ଗଳ କୋଡ (ଆଇପିସି), ଫୌଜଦାରୀ ଦଣ୍ଡବିଧି ଆଇନ୍‌ (ସିଆର୍‌ପିସି) ଓ ଭାରତୀୟ ସାକ୍ଷ୍ୟ ଆଇନ୍‌ (ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ) ଇତିହାସ ପାଲଟି ଯାଇଛି । ଏହା ବଦଳରେ ୩ ନୂଆ ଫୌଜଦାରୀ ଆଇନ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌), ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌) ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ (ବିଏସ୍‌ଏ) କାର୍ଯ୍ୟକାରୀ ହୋଇଛି । ଏହି ନୂଆ ଆଇନରେ ଦଣ୍ଡବିଧାନ ଅପେକ୍ଷା ନ୍ୟାୟ ପ୍ରଦାନକୁ ପ୍ରାଥମିକତା ଦେବ। ସଂଶୋଧିତ ଧାରା ଓ ଦଣ୍ଡବିଧାନ ଅନୁସାରେ ଦୋଷୀକୁ ଦଣ୍ଡ ମିଳିବ । ନ୍ୟାୟ ପାଇବ ନିର୍ଦ୍ଦୋଷ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.