ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ମୋବାଇଲ୍‌ରେ ଖେଳୁଥିଲେ ଗେମ୍‌, ଉଡ଼ିଗଲା ଲକ୍ଷେ

ଚନ୍ଦ୍ରଶେଖରପୁର, ୦୩/୦୭ : ଅଧିକ ଟଙ୍କା ପାଇବା ଆଶାରେ ମୋବାଇଲରେ ଗେମ ଖେଳୁଥିଲେ। ପ୍ରତି ପଏଣ୍ଟ୍‌ ଅନୁସାରେ ୫୦ ଟଙ୍କା ଲେଖାଏଁ ମିଳୁଥିଲା । ହେଲେ ଏହି ଖୁସି ବେଶୀ ସମୟ ରହିଲାନି । ମାତ୍ର ୧ ହଜାର ଟଙ୍କା ପାଇବା ଆଶାରେ ତାଙ୍କ ଆକାଉଣ୍ଟ୍‌ରୁ ଏକ ଲକ୍ଷ ଟଙ୍କା ଉଡିଗଲା । ପଟିଆ କାନନ ବିହାରରେ ଠକାମିର ଶିକାର ଯୁବକ ହେଲେ ଅନିମେଶ ରାଉତରାୟ । ସେ ସାଇବର ହେଲ୍ପ ଡେକ୍ସରେ ଅଭିଯୋଗ କରିଛନ୍ତି । 

ଅନିମେଶ ଏକ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ୍‌ରେ କାମ କରନ୍ତି । ମଙ୍ଗଳବାର ସନ୍ଧ୍ୟାରେ ସେ ଇନଷ୍ଟିଚ୍ୟୁଟ୍‌ରୁ ଆସିବା ପରେ ମୋବାଇଲ୍‌ରେ ସୋସିଆଲ ମିଡିଆ ଦେଖୁଥିଲେ । ଏହି ସମୟରେ ଏକ ଅନ୍‌ଲାଇନ୍‌ ଗେମ୍‌ର ବିଜ୍ଞାପନ ଆସିଥିଲା । ଗେମ୍‌ରେ ପ୍ରତି ପଏଣ୍ଟ୍‌ରେ ୫୦ ଟଙ୍କା ମିଳିବ ବୋଲି ଉଲ୍ଲେଖ ଥିଲା । ଗେମ୍‌ର ଲେଭଲ୍‌ ଶେଷ କରିବା ପରେ ୧ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟ୍‌କୁ ଟ୍ରାନ୍ସଫର ହେବ ବୋଲି ଲେଖାଥିଲା । ଅନିମେଶ ପଞ୍ଜିକରଣ କରି ଗେମ୍‌ ଖେଳିଥିଲେ । କିଛି ସମୟ ଖେଳିବା ପରେ ସେ ଦୁଇ ପଏଣ୍ଟ୍‌ ହାସଲ କରିଥିଲେ । ଖୁସି ହୋଇ ଲେଭଲ୍‌ ଶେଷ କରି ୧ ହଜାର ଟଙ୍କା ଉଠାଇବାକୁ ଲାଗି ପଡିଥିଲେ । ୨୦ ପଏଣ୍ଟ୍‌ ଶେଷ ହେବା ପରେ ବ୍ୟାଙ୍କ ଆକାଉଣ୍ଟ୍‌ ଲିଙ୍କ୍‌ କରିବାକୁ କୁହାଯାଇଥିଲା । ଅନିମେଶ ତୁରନ୍ତ ବ୍ୟାଙ୍କ୍‌ର ତଥ୍ୟ ପୂରଣ କରିଦେଇଥିଲେ । ଏହାପରେ ଏକ ଓଟିପି ଆସିଥିଲା । ସେ ଓଟିପି ଦେବା ମାତ୍ରେ ୩ଟି କସ୍ତିରେ ୧ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟ୍‌ରୁ କଟି ଯାଇଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.