ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଧ୍ୱଜ ବତାରେ ଲାଗିବ ଆଜ୍ଞାମାଳ, ବୁଲୁଛି ମଣ୍ଡଣି ବତା

ପୁରୀ, ୦୩/୦୭ : ଆଉ ମାତ୍ର ୪ଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଏଣୁ ରଥ ନିର୍ମାଣ ସାରିବାକୁ ବ୍ୟଗ୍ର ନିର୍ମାଣକାରୀ । ମଙ୍ଗଳବାର ରଥରେ ଧ୍ୱଜବତା ଲଗାଯାଇଛି । ଦୁଆରଘଡ଼ାକୁ ମଜଭୁତ କରି ଧରି ରଖେ ଧ୍ୱଜ ବତା । ଧ୍ୱଜବତାରେ କଣ୍ଟା ବାଡ଼ିଆ ହୋଇ ରଥରେ ଫିଟିଂ ହୋଇଛି । ଧ୍ୱଜବତାରେ ମହାପ୍ରଭୁଙ୍କ ଆଜ୍ଞାମାଳ ସ୍ଥାପନ ହେବ । ତିନି ରଥରେ ୪ଗୋଟି କରି ୧୨ ଗୋଟି ଧ୍ୱଜବତା ଲାଗିଛି । ଏଥିସହ ରଥରେ କଣ ଫାଉଡ଼ା ଓ ମଣ୍ଡଣି ବତା ଲଗାଯାଇଛି । ପ୍ରତି ଭୂଇଁର କୋଣରେ ୧୨ଟି କଣଫାଉଡ଼ା ଲାଗିଲା । ସେଥିରେ ମଣ୍ଡଣି ବତା ଲଗାଯାଇଛି । ଏହାଯୋଗୁ ରଥ ହୃଷ୍ଟପୃଷ୍ଠ ଓ ସୁନ୍ଦର ଦେଖାଯିବ । ରଥରେ କନାମଣ୍ଡଣିରେ ଏହା ସହାୟକ ହେବ । ଆଗକୁ ରଥର ଚାରିପଟେ ଠେକରାବାଡ ଲାଗିବ । 

କମାର ସେବକମାନେ ଧୂଳିଦଣ୍ଡା କଣ୍ଟା, ଧ୍ୱଜ ବତା କଣ୍ଟା ତିଆରି ରଥ ଖଳାକୁ ଯୋଗାଇଥିଲେ । ସିଂହାସନ ଉପରେ କନକମୁଣ୍ଡି କାମ ଶେଷ ପର୍ଯ୍ୟାୟରେ । କନକମୁଣ୍ଡିରେ ପିତଳ ଚାଦର ବୁଲିବ । ଯେପରି ରଥରେ ଅବସ୍ଥାନ ସମୟରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଓଦା ହେବ ନାହିଁ । ରଥ ଉପରେ ଅଁଳାଶ୍ରୀ ଲଗାଇ ରଥ ରକ୍ଷକଙ୍କୁ ସ୍ଥାପନ କରାଗଲେ ରଥକାମ ସରିବ କୁହନ୍ତି ନିର୍ମାଣକାରୀ ।  ଏବେ ରଥ ଉପରେ ଠାକୁରମାନଙ୍କ ସିଂହାସନ କାମ ଜାରି ରହିଛି । ବିଶ୍ୱକର୍ମାମାନେ ପଟା ବାଡ଼େଇ ସିଂହାସନ ବୁଜିଛନ୍ତି । ବୁଜା ସ୍ଥାନରେ ଗାଈପଲ ଚିତ୍ର କରିଛନ୍ତି ଚିତ୍ରକର । ପୂର୍ବରୁ ଧମକ ଉପରେ ଜଗତପୃଷ୍ଠଶ୍ରେଣୀ ରଖିଥିଲେ । ତା’ଉପରେ ପଟା ପଡି ସିଂହାସନ ପରିଛା ପଡିଲା । ପୁଣି ପଟା ପଡ଼ି ଚକା ପଡିବ । 

ଚକାବେଦିରେ ଠାକୁରେ ଅବସ୍ଥାନ କରିବେ । ବେଦି ପଛପଟେ ରହିବ ପ୍ରଭା । ପ୍ରଥମେ ବିଶ୍ୱକର୍ମାମାନେ ପ୍ରଭାକାମ ସାରିଥିଲେ । ତାପରେ ରୁପକାରମାନେ ସେଥିରେ କିର୍ତ୍ତୀମୁଖ ଓ ଉଭୟପାଶ୍ୱର୍ରେ ମଗରମୁଣ୍ଡ କରୁଛନ୍ତି ।  ଓଲଟ ଶୁଆ ଫିଟିଂ ପାଇଁ ନାରାଜ କଣ୍ଟା ୧୨ ଓ କଳସ ଫିଟିଂ ପାଇଁ ବାଗିଆ କଣ୍ଟା ୩୬ଟି ତିଆରୁଛନ୍ତି କମାରସେବକ । ଚିତ୍ରକରମାନେ ରଥର ଗୁଜ ସମେତ ବିଭିନ୍ନ ଅଂଶକୁ ରଙ୍ଗଦେଇ ସୌନ୍ଦର୍ଯ୍ୟପୂର୍ଣ୍ଣ କରୁଛନ୍ତି । ପାଶ୍ୱର୍ଦେବାଦେବୀଙ୍କୁ ରଙ୍ଗ କରିବାରେ ଚିତ୍ରକର ନିମଗ୍ନ ରହିଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପର ମହଲାରେ ରଥ କନାମଣ୍ଡଣି କାର୍ଯ୍ୟ ଆଗେଇ ଚାଲିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.