ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଓ୍ବାଇନାଡ ଭୂସ୍ଖଳନରେ ୩୫୦ରୁ ଅଧିକ ମୃତ, ମାଟି ତଳୁ ଜୀବନ ଖୋଜିବ ରାଡାର ଡ୍ରୋନ୍

ଓ୍ବାଇନାଡ,୩।୮:  କେରଳର ଓ୍ବାଇନାଡରେ ଭୂସ୍ଖଳନର ୫ ଦିନ ପରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏପର୍ଯ୍ୟନ୍ତ ୩୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ସେଭଳି ୨୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ତେବେ ଉଦ୍ଧାର ଅଭିଯାନରେ ଲାଗିଥିବା ଏଜେନ୍ସିମାନେ ନିଜର ସାହାସ ହାରି ନାହାନ୍ତି। ଶୁକ୍ରବାର ମାଟି ତଳୁ ଜୀଅନ୍ତା ଅବସ୍ଥାରେ ବହୁ ଲୋକଙ୍କୁ ବାହାର କରାଯାଇଛି। ଏଭଳି ସ୍ଥିତିରେ ଏବେ ଟେକ୍ନୋଲୋଜିର ସାହାଯ୍ୟ ନିଆଯାଇଛି। ଫଳରେ ତଲାସୀ ଅଭିଯାନକୁ ଆହୁରି ଦ୍ରୁତ କରିହେବ।

ଏବେ ଓ୍ବାଇନାଡରେ ଉଦ୍ଧାର କାର୍ଯ୍ୟରେ ରାଡାର ଡ୍ରୋନ୍‌ର ବ୍ୟବହାର କରାଯାଇଛି। ଏହି ଡ୍ରୋନ୍ ମାଟିଠାରୁ ୧୨୦ ମିଟର ଉଚ୍ଚତାରେ ଉଡିଥାଏ ଓ ଗୋଟିଏ ଥରରେ ୪୦ ହେକ୍ଟରରେ ସର୍ଚ୍ଚ କରିଥାଏ। ଏହା ଚାରିଆଡେ ତରଙ୍ଗ ବା ସିଗ୍‌ନାଲ ପଠାଏ ଯାହା ସାହାଯ୍ୟରେ ମାଟି ତଳେ ପୋତି ହୋଇଥିବା ଲୋକ ଚିହ୍ନଟ କରାଯାଏ।ଏଥିରେ ରାଡାର ସିଷ୍ଟମର ବ୍ୟବହାର କରାଯାଇଛି। ଏହାଦ୍ବାରା ମାଟି ତଳେ ଥିବା ଲୋକଙ୍କ ବିଷୟରେ ସୂଚନା ମିଳିପାରିବ। 

ସେନା ୧୯୦ ଫୁଟ ଲମ୍ବର 'ବେଲି ବ୍ରିଜ୍' ନିର୍ମାଣ କାର୍ଯ୍ୟ ଶେଷ କରିବା ପରେ ସର୍ଚ୍ଚ ଅପରେସନ୍ ତୀବ୍ର ହୋଇଛି। ଉଦ୍ଧାରକାରୀ ଦଳ ଶୁକ୍ରବାର ଦିନ ଜିପିଏସ୍ କୋର୍ଡିନେଟ୍ ଏବଂ ଡ୍ରୋନ୍ ଚିତ୍ର ବ୍ୟବହାର କରି, ଭୂସ୍ଖଳନ ଘଟିଥିବା ଅଞ୍ଚଳରେ ରହୁଥିବା ଲୋକଙ୍କ ମୋବାଇଲ୍ ଫୋନରୁ ଶେଷ ଲୋକେସନ୍‌କୁ ସର୍ଚ୍ଚ କରି ମାଟି ତଳେ ଫସି ରହିଥିବା ଲୋକଙ୍କୁ ଖୋଜାଖୋଜି ଚଳାଇଛି। ଭୂସ୍ଖଳନ ଦୁର୍ଘଟଣା ପରେ ବ୍ୟବସାୟୀ ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ବିଭିନ୍ନ ସଂସ୍ଥା ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ କୋଟି କୋଟି ଟଙ୍କା ଦାନ ଦେବାରେ ଲାଗିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.