ପ୍ରମୂଖ ଖବର
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଲାଲ୍ ଠାରୁ ହଳଦିଆ ତରଭୁଜ ବେଶୀ ଲାଭଦାୟକ

ଲାଲ୍ ଓ ରସାଳିଆ ତରଭୁଜ ଦେଖିଲେ ସମସ୍ତଙ୍କର ଖାଇବାକୁ ଇଚ୍ଛା ହୋଇଥାଏ। ତରଭୁଜ ଏପରି ଏକ ଫଳ ଯେଉଁଥିରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ପାଣି ରହିଥାଏ।

ଫଳର ରାଜାଠାରୁ କମ୍ ନୁହେଁ;

ଖରାଦିନେ ଫଳମାନଙ୍କର ରାଜା ଆମ୍ୱ ପରେ ତରଭୁଜର ହିଁ ଚାହିଦା ରହିଥାଏ। ଅତ୍ୟଧିକ ଗରମ ଏବଂ ଗୁଳୁଗୁଳିରେ ତରଭୁଜ ଖାଇବାକୁ ଭଲ ଲାଗିବା ସହ ଶରୀରରେ ଜଳର ଅଭାବକୁ ମଧ୍ୟ ପୁରଣ କରିଥାଏ। ସାଧାରଣତଃ ସମସ୍ତେ ଭାବନ୍ତି କି ଲାଲ୍ ତରଭୁଜ ହିଁ ମିଠା କିନ୍ତୁ ଗତ କିଛି ସମୟରେ ବୈଜ୍ଞାନିକମାନେ ହଳଦିଆ ରଙ୍ଗର ତରଭୁଜର ଏକ କିସମ ପ୍ରସ୍ତୁତ କରିଛନ୍ତି।

 ଇଣ୍ଟରନେଟ୍‌ରେ ଭାଇରାଲ୍ ହଳଦିଆ ତରଭୁଜ; 

ପିଲାବେଳୁ ଲାଲ୍ ତରଭୁଜ ଖାଇଆସୁଥିବାରୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି, ଅନ୍ୟ ପାର୍ଶ୍ୱରେ ଏହି ହଳଦିଆ ତରଭୁଜ ନିଜର ବିଭିନ୍ନ ପ୍ରକାରର ଲାଭ ପାଇଁ ଇଣ୍ଟରନେଟ୍‌ରେ  ଚର୍ଚ୍ଚାରେ ରହିଛି।  

କେଉଁଠୁ ଆସିଲା ତରଭୁଜ;

ସୂଚନା ଅନୁଯାୟୀ, ତରଭୁଜର ଚାଷ ସର୍ବପ୍ରଥମେ ଆଫ୍ରିକାରେ ହୋଇଥିଲା। ହଜାର ହଜାର ବର୍ଷ ତଳେ ଆଫ୍ରିକାରେ ପ୍ରଥମେ ଏହାର ମଞ୍ଜି ମିଳିଥିଲା। ଭାରତକୁ ଏହିଫଳ ଆଣିବାର ଶ୍ରେୟ ମୋଗଲ୍ ବାଦଶାହଙ୍କୁ  ଦିଆ ଯାଉଛି। 

ଲାଲ୍ ତରଭୁଜଠାରୁ ଦୁଇ ଗୁଣା ଅଧିକ ଲାଭଦାୟକ ହଳଦିଆ;

ଯଦି ସ୍ୱାଦ କଥା କହିବା ତେବେ, ହଳଦିଆ ତରଭୁଜ ମଧ୍ୟ ଲାଲ୍ ତରଭୁଜ ଭଳି ମିଠା। କେବଳ ଏହାର ରଙ୍ଗ ହିଁ ହଳଦିଆ, କିନ୍ତୁ ଏହା ଖାଇବାକୁ ଲାଲ୍ ତରଭୁଜଠାରୁ ଅଧିକ ଭଲ ଲାଗିଥାଏ। ଏହା ଲାଲ୍ ତରଭୁଜ ଅପେକ୍ଷା ସ୍ୱାସ୍ଥ୍ୟ ପାଇଁ ୨ଗୁଣା ଅଧିକ ଲାଭଦାୟକ।

ହଳଦିଆ ରଙ୍ଗର କାରଣ;

ଲାଲ୍ ତରଭୁଜରେ ଲାଇକୋପିନ୍ ନାମକ କେମିକାଲ୍ ବହୁତ ମହତ୍ତ୍ୱପୂର୍ଣ ଅଟେ। ଏହି କାରଣରୁ ହିଁ ଏହାର ରଙ୍ଗ ଲାଲ୍ ହୋଇଥାଏ। ହଳଦିଆ ତରଭୁଜରେ ଏହି କେମିକାଲ୍ ନଥାଏ। 

ଲାଲ୍ ନୁହେଁ ଅଧିକ ମିଠା;

ହଳଦିଆ ତରଭୁଜ ଲାଲ୍ ଅପେକ୍ଷା ଅଧିକ ମିଠା। ଏହାର ତୁଳନା ମହୁ ସହ କରାଯାଉଛି। ଥରେ ଖାଇଲେ ଏହା ବାରମ୍ୱାର ଖାଇବାକୁ ଇଚ୍ଛା ହୁଏ। 

ହଳଦିଆ ତରଭୁଜରେ ରହିଛି ଆଣ୍ଟି ଅକ୍ସିଡେଣ୍ଟସ୍;

ହଳଦିଆ ତରଭୁଜରେ  ଆଣ୍ଟି ଅକ୍ସିଡେଣ୍ଟସ୍ ରହିଛି। ଏହା ଶରୀରର କୋଷିକା ଗୁଡିକରେ ହେଉଥିବା କ୍ଷତିରୁ ରକ୍ଷା କରି ଏହାର ପୁନଃନିର୍ମାଣ କରିଥାଏ। 

ବିଟା କେରୋଟିନ୍;

ହଳଦିଆ ତରଭୁଜରେ ଭିଟାମିନ୍ ଏ ଏବଂ ସି ର ଏକ ଉତ୍ତମ ମାତ୍ରା ରହିଛି। ଏଥିରେ ଲାଲ୍ ତରଭୁଜ ଅପେକ୍ଷା ଅଧିକ ବିଟା କେରୋଟିନ୍ ମଧ୍ୟ ଅଛି। ବିଟା କେରୋଟିନ୍ କର୍କଟରୁ ରକ୍ଷାକରିବା ସହ ଆଖିପାଇଁ ମଧ୍ୟ ଲାଭଦାୟକ। 

ଓଜନ ନିୟନ୍ତ୍ରଣ ପାଇଁ ଲାଭପ୍ରଦ;

ବିଟା କେରୋଟିନ୍ ନାରଙ୍ଗୀ ଏବଂ ହଳଦିଆ ରଙ୍ଗର ପରିବାରେ ମିଳିଥାଏ। ଏଥିରେ କମ୍ କ୍ୟାଲୋରୀ ରହିଥାଏ। ଯଦି ଆପଣ ନିଜ ଓଜନକୁ ନିୟନ୍ତ୍ରଣ କରି ରଖିବାକୁ ଚାହୁଁଛନ୍ତି, ତେବେ ହଳଦିଆ ତରଭୁଜକୁ ନିଜ ଡାଏଟ୍ ରେ ଗ୍ରହଣ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.