ପ୍ରମୂଖ ଖବର
  • ରାଜଧାନୀରେ ଚାଞ୍ଚଲ୍ୟ: ଘର ମାଲିକକୁ ହତ୍ୟା କଲା ଭଡ଼ାଟିଆ, ମୃତଦେହ ଜବତ କଲା ପୋଲିସ
  • ||
  • T-20 ସୁପର-୮, ଗ୍ରୁପ୍‌-୧ରେ ଅଷ୍ଟ୍ରେଲିଆକୁ ଭେଟିବ ବାଂଲାଦେଶ,ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ଜାମିନ, ସନ୍ଧ୍ୟା ୮ଟା ସୁଦ୍ଧା ତିହାର ଜେଲରୁ ମୁକ୍ତି
  • ||
  • ଅନ୍ତର୍ଜାତୀୟ ଯୋଗ ଦିବସ, ଶ୍ରୀନଗରରେ ଯୋଗ ପାଳିଲେ ପ୍ରଧାନମନ୍ତ୍ରୀ, କଲେ ଯୋଗ ମୁଦ୍ରା
  • ||
  • କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳିତ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଲେ ସାମିଲ, ୫୨ଟି ସ୍ଥାନରେ ଭବ୍ୟ ଆୟୋଜନ
  • ||
  • ରାଜ୍ୟରେ ଏଯାଏ ୫୦% ନିଅଣ୍ଟିଆ ବର୍ଷା: ୨୬ ଜିଲ୍ଲାରେ ବର୍ଷାଭାବ, ୧୦ ଜିଲ୍ଲା ଶୁଖିଲା ପଡ଼ିଛି
  • ||

ନବନିର୍ମିତ ଇଣ୍ଡୋର ଷ୍ଟାଡିୟମରେ ଗଳୁଛି ପାଣି

ମାଲକାନଗିରି, ୯।୬ : ମାଲକାନଗିରି ଜିଲ୍ଲା ସଦରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ କିଛି ମାସ ପୂର୍ବେ ବିଜୁ ପଟ୍ଟନାୟକ ବହୁ ମୁଖି କ୍ରିଡା ଭବନ ନିର୍ମାଣ କରଯାଇଥିଲା । ଏହି ନବ ନିର୍ମିତ କ୍ରିଡା ଭବନ ତଥା ଇଣ୍ଡୋର ଷ୍ଟାଡିୟମ ହେବା ପରେ ଏଠାରେ ଅନେକ ଯୁବ ପିଢୀ ବ୍ୟାଡମିଣ୍ଟନ, କସରତ, ଜିମ ଭଳି ବିଭିନ୍ନ ତାଲିମ ନେବା ସହ ଅଭ୍ୟାସ କରୁଥିଲେ । ତେବେ ଏହି ଷ୍ଟାଡିୟମକୁ ବର୍ତ୍ତମାନ ମାତ୍ର କିଛି ମାସ ହୋଇଥିବା ବେଳେ ଏହା ଆଉ ଖେଳପୋଯୋଗୀ ହୋଇ ରହି ନାହି । ହାଲକା ବର୍ଷା ହେଲେ ଏଠାରେ ଜମା ହେଉଛି ପାଣି । 

ଖେଳାଳିଙ୍କ ପାଇଁ ଖେଳିବା ଲାଗି ହୋଇଥିବା ସ୍ଥାନରେ ବର୍ଷା ପାଣି ପଡୁ ଥିବାରୁ ଖେଳାଳି ବଦଳରେ ପାଣି ସଫା କରୁଥିବା ଅଭିଯୋଗ କରିଛନ୍ତି । ଏହି ଷ୍ଟାଡିୟମରେ ବିଭିନ୍ନ ସ୍ଥାନରେ ବର୍ଷା ପାଣି ଗଳୁ ଥିବା ବେଳେ ଏହାର ଶୁଭାରମ୍ଭର ମାତ୍ର ମାସ କେଇଟା ମଧ୍ୟରେ ସ୍ଥିତି ଏପରି ହେବ ଓ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡିୟମରେ ଯେ ପାଣି ଗଳିବ ତାହା କେବେ କେହି ଭାବି ନଥିଲେ । ଷ୍ଟାଡିୟମରେ ଲାଗିଥିବା ଏକଜଷ୍ଟ ଫ୍ୟାନ ଗୁଡିକ ଦେଇ ମଧ୍ୟ ପାଣି ଆସୁଥିବାରୁ ତାହା ଅକାମି ହୋଇ ପଡିଥିବା ବେଳେ ଏଠାରେ ଲାଗିଥିବା ସିସିଟିଭି ମଧ୍ୟ କାର୍ଯ୍ୟ କରୁ ନାହି । ଯାହାକୁ ନେଇ ଖେଳାଳି ଓ ଯୁବ ପିଢୀଙ୍କ ମହଲରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି । 

ତେବେ ଏନେଇ ଜିଲ୍ଲା କ୍ରିଡା ଅଧିକାରୀ ମାଧବ ପାଙ୍ଗିଙ୍କୁ ଯୋଗାଯୋଗ କରିବାରୁ ସେ ଏହି ଘଟଣାକୁ ସ୍ଵୀକାର କରିବା ସହ ଷ୍ଟାଡିୟମରେ ପାଣି ଗଳୁ ଥିବା ବିଷୟରେ ସେ ଅବଗତ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏନେଇ ସେ ରାଜ୍ୟ କ୍ରିଡା ବିଭାଗର ଯୁଗ୍ମ ନିର୍ଦେଶକଙ୍କୁ ଅବଗତ କରାଇଥିବା ବେଳେ ଉପରିସ୍ଥ ଅଧିକାରୀ ଏହା ଉପରେ ଯାହା ଆଦେଶ ଦେବେ ସେନେଇ ସେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.