ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ବଜ୍ରପାତରେ ୨୦ ଗାଈ ଓ ବଳଦ ମୃତ

ମାଲକାନଗିରି,୧୬।୬(ଆପ୍ର ): ମାଲକାନଗିରି ଜିଲ୍ଲାର ଦୁଇଟି ଆଦିବାସୀ ଗାଁରେ ବଜ୍ରାଘାତରେ ୨୦ଟି ଗାଈ ବଳଦ ଓ ବାଛୁରୀଙ୍କ ମୃତ୍ୟୁ ଘଟିଛି । ଗୋଟିଏ ଦିନରେ ଗରିବ ଆଦିବାସୀଙ୍କ ୨୦ଟି   ବଳଦ, ଗାଈ, ବାଛୁରୀ ଙ୍କ ମୃତ୍ୟୁ ଘଟିବା ଘଟଣା ରେ ମୃତ ପଶୁଙ୍କ ମାଲିକ ମାନେ ଦୁଃଖ ରେ ଭାଙ୍ଗିପଡିଛନ୍ତି।

ଶନିବାର ରାତ୍ର ରେ ମାଲକାନଗିରିରେ ବର୍ଷା ସହ ପ୍ରବଳ ଜୋରରେ ବିଜୁଳି ଘଡ ଘଡି ମାରିଥିଲା । ବର୍ଷାର ପରିମାଣ ସ୍ୱଳ୍ପ ସତ୍ବେ ପ୍ରବଳ ଜୋର ବିଜୁଳି ମଧ୍ୟରେ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ତଣ୍ଡିକି ପଞ୍ଚାୟତ ସ୍ଥ କୁସୁମଗୁଡା ଓ ବୁରୁଦିରେ ବଜ୍ରାଘାତରେ ଗୁହାଳ ଓ ବାହାରେ ରେ ଥିବା ମୋଟ ୨୦ଟି ଗାଈ, ବଳଦ ଓ ବାଛୁରିଙ୍କ ମୃତ୍ୟୁ ଘଟିଛି । ଏହି ଦୁଇ ଗ୍ରାମର ୧୧ ଜଣ ଲୋକଙ୍କ ଗାଈ ବଳଦ ମୃତ୍ୟୁ ଘଟିଥିବା ବେଳେ ଏମାନେ ସମସ୍ତେ ଅତ୍ୟନ୍ତ ଗରିବ ଶ୍ରେଣୀର ଥିବା ଜଣା ପଡିଛି । ବଳଦ ଦ୍ୱାରା ଚାଷ ଓ ଗାଈ କ୍ଷୀର ଏମାନଙ୍କ ମୁଖ୍ୟ ଜୀବିକା ହୋଇଥିବା ବେଳେ ବର୍ତ୍ତମାନ ଜୀବିକା ଯୋଗଉଥିବା ଗାଈ ଓ ବଳଦଙ୍କ ମୃତ୍ୟୁ ପରେ ଏହି ଲୋକମାନେ ଭାଙ୍ଗି ପଡିଛନ୍ତି । ଏହା ସହ କ୍ଷତି ପୂରଣ ମଧ୍ୟ ଦାବିକରିଛନ୍ତି । ତେବେ ଏନେଇ ଖବର ପାଇବା ପରେ ରବିବାର ସକାଳୁ ସ୍ଥାନୀୟ ସରପଞ୍ଚ ବାବୁଲା ପଡିଆମୀ, ରାଜସ୍ୱ ନିରିକ୍ଷକ ସନ୍ଦିପ ବେହେରା,ପଶୁ ଚିକିତ୍ସା ବିଭାଗର ଏଲଆଇ ସୁକୁମାର ସାନା, ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୟାନିଧି ନିମାଲ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କିପରି ଏହି ଗାଈ ଓ ବଳଦ ମୃତ୍ୟୁର ଅନୁକମ୍ପା ଗରିବ ଲୋକଙ୍କୁ ପ୍ରଦାନ  କରାଯିବ।  ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.