ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ଗଛରେ ପିଟି ହୋଇ ୫୦ଫୁଟ ଉଚ୍ଚକୁ ଉଠି କଚାଡି ହେଲା କାର, ଡ୍ରାଇଭର ମୃତ

ମାଲକାନଗିରି/ମାଥିଲି, ୨୫/୬(ଆପ୍ର ):  ଗଛରେ ପିଟି ହୋଇ ୫୦ଫୁଟ ଉଚ୍ଚକୁ ଉଠି କଚାଡି ହୋଇ ଖଣ୍ଡ ବିଖଣ୍ଡିତ ହୋଇଛି କାର। ଦୁର୍ଘଟଣାରେ କାର ଡ୍ରାଇଭରର ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି  ମାଲକାନଗିରି ଜୟପୁର  ୩୨୬ ନମ୍ବର ଜାତୀୟ ରାଜପଥର ମାଥିଲି ବ୍ଲକ ସିଙ୍ଗଲାବେଛା ଛକ ନିକଟରେ।

  ମାଲକାନଗିରି ଜିଲ୍ଲା ପାଙ୍ଗମ ରୁ ତାପସ କୁମାର ମିତ୍ରା(୩୫) ନାମକ ଜଣେ ଯୁବକ କାର( ନଂ ସିଜି୧୮ସି ୦୬୭୫) ଧରି ଆଜି ଭୋରୁ ଜୟପୁର ଅଭିମୁଖେ ଯାଉଥିଲେ । ଉକ୍ତ କାରଟି ଭାରସାମ୍ୟ ହରାଇ ସିଙ୍ଗଲାବେଛା ଛକ ଜାତୀୟ ରାଜପଥ କଡ଼ରେ ଥିବା ବର ଗଛରେ ପିଟି ହୋଇ ୫୦ ଫୁଟ ଉପରକୁ ଉଠିଯାଇ ତଳକୁ କଚାଡି ହୋଇପଡିଥିଲା। କାର ଟି ଖଣ୍ଡ ବିଖଣ୍ଡିତ ହୋଇ ଦୂରକୁ ଛିଟିକି ହୋଇପଡ଼ିଥିଲା।  କାର ଚାଳକ  ତାପସ ମଧ୍ୟ ଛିଟିକି ହୋଇ ପଡି ମୃତ୍ୟୁ ଘଟିଛି।

ଏସମ୍ପର୍କ ରେ ସ୍ଥାନୀୟ ଲୋକେ ମାଥିଲି ଥାନା କୁ ଜଣାଇ ଥିଲେ।  ଘଟଣାସ୍ଥଳରେ   ମାଥିଲି ଥାନା ପୁଲିସ ପହଁଚି କାର ଜବତ କରିବା ସହିତ  ଗାଡି ଚାଳକ ଙ୍କ ମୃତଦେହ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ମାଥିଲି ହସ୍ପିଟାଲ କୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଯୋଗ୍ୟ ଯେ ସୋମବାର ଦିନ କୁଡୁମୁଳୁଗୁମ୍ମା ସୁନାନଗର ଛକ ଠାରେ ସିରିଜ ବାଇକ ଦୁର୍ଘଟଣା ରେ ଦୁଇଜଣ ଙ୍କର ମୃତ୍ୟୁ ଘଟିବା ସହିତ ୫ଜଣ ଆହତ ହୋଇଥିଲେ।

ଆହୁରି ପଢନ୍ତୁ : ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା କାର : ୨ମୃତ , ଜଣେ ଆହତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.