ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ମୋବାଇଲ ଚୋରି ଅଭିଯୋଗରେ ନାବାଳକ ସହ ୩ ଜଣ ଧରାପଡିଲେ , ୨୬ ମୋବାଇଲ ଜବତ

ମାଲକାନଗିରି/ଚିତ୍ରକୋଣ୍ଡା, ୨୭/୬ :  ଏକ ଦୋକାନରୁ ମୋବାଇଲ ଚୋରି ଅଭିଯୋଗରେ ୩ଜଣ ପୋଲିସ ହାତରେ ଧରାପଡିଛି। ସେମାନଙ୍କ ମଧ୍ୟରେ ୨ଜଣ ନାବାଳକ ଅଛନ୍ତି। ୨୬ଟି ମୋବାଇଲ ପୋଲିସ ଜବତ  କରିଛି। 

 ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଦୈନିକ ବଜାରରୁ ମଙ୍ଗଳବାର ରାତିରେ ଗୋଟିଏ ମୋବାଇଲ ଦୋକାନରୁ ୩୦ରୁ ଅଧିକ ମୋବାଇଲ ଚୋରି ହୋଇଥିଲା । ଚିତ୍ରକୋଣ୍ଡା ଥାନା ଅଧୀନରେ ଚିତ୍ରକୋଣ୍ଡା ଦୈନିକ ବଜାରର ମୁଖ୍ୟ ଛକଠାରେ ଥିବା ସଞ୍ଜୟ ଥାପା ମୋବାଇଲ ଦୋକାନରୁ ମୁଖ୍ୟ ଗେଟ୍ ଦୁଇଟି ଚାବି ଭାଙ୍ଗି ପଶିଥିଲେ ଚୋରମାନେ। ୩୦ଟି ଦାମୀ ମୋବାଇଲ ସହ ବିଭିନ୍ନ ସ୍ପେୟାର ପାର୍ଟସ ନେଇଯାଇଥିଲେ।  ସିସିଟିଭି ଫୁଟେଜ୍ ଆଧାରରେ ପ୍ରାଥମିକ ତଦନ୍ତରୁ ୩ ଜଣ ପୋଲିସ ହାତରେ ଧରାପଡିଛନ୍ତି ବୋଲି ଚିତ୍ରକୋଣ୍ଡା ଆଇଆଇସି ମୁକୁନ୍ଦ ମେଳକା ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କ ନିକଟରୁ ୨୬ଟି ମୋବାଇଲ ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି। ସେମାନଙ୍କ ମଧ୍ୟରେ ଦୁଇଜଣ ନାବାଳକ ଥିବାବେଳେ ଅନ୍ୟ ଜଣେ ହସିନି ସାଗର (୨୧) ବୋଲି ଜଣାପଡ଼ିଛି। ସମସ୍ତେ ଚିତ୍ରକୋଣ୍ଡା ଅଞ୍ଚଳର। ଚିତ୍ରକୋଣ୍ଡା ଥାନାରେ ୧୩୦/୨୪ରେ ଏନେଇ ମାମଲା ରୁଜୁ ହୋଇଛି। ନାବାଳକ ଦୁଇଜଣଙ୍କୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ହାଜର କରାଯିବ ଓ ଜଣେ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.