ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ମାଲକାନଗିରିରେ ପ୍ରବଳ ବର୍ଷା : ଗଛ ଉପୁଡ଼ି ରାସ୍ତା ଅବରୋଧ, ଅଳ୍ପକେ ବର୍ତ୍ତିଲେ ପରିବାର

ମାଲକାନଗିରି,୨୮/୬ : ଗତକାଲି ମଧ୍ୟରାତ୍ରରେ ପ୍ରବଳ ବର୍ଷା ହେବା ଦ୍ୱାରା ମାଲକାନଗିରି ଜିଲ୍ଲା ସଦର ମହାକୁମାସ୍ଥ ୧୧୯କଲୋନୀ ତାରିଣୀ ପିଠ ନିକଟରେ ଥିବା ଦୀନବନ୍ଧୁ ଗରଡ଼ାଙ୍କ ବାଡ଼ିରେ ଥିବା ବୃହତ କୃଷ୍ଣଚୁଡା ଗଛ ଉପୁଡି ପଡି ଥିଲା । ଭଗ୍ୟ ବସତ ଏହି ଗଛଟି ଘର ଉପରେ ନ ପଡି ରାସ୍ତାରେ ପଡି ଯାଇଥିବାରୁ ଘରେ ଶୋଇଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗଛଟି ରାସ୍ତା ଉପରେ ପଡ଼ିଯାଇଥିବାରୁ ରାସ୍ତା ଅବରୋଧ ହୋଇଥିଲା, ଆଜି ସକାଳେ ଏ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଫୋନ କରାଯିବାରୁ ଖବରପାଇ ଆଜି ସକାଳୁ ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଗଛକାଟି ତୁରନ୍ତ ରାସ୍ତା ସଫା କରିଥିଲେ। 

ମାଲକାନଗିରି ଜିଲ୍ଲାକୁ ଗତ ଦୁଇ ଦିନ ହେଲା ଦ୍ଵିତୀୟ ଥର ପାଇଁ ମୌସୁମି ଛୁଇଁ ଥିବାରୁ ଗତ ଦୁଇ ଦିନ ହେବ ଜିଲ୍ଲାରେ ବର୍ଷା ଲାଗି ରହିଛି । ଜିଲ୍ଲାରେ ୨୪ଘଣ୍ଟା ମଧ୍ୟରେ ହାରାହାରି ୪୯.୧୬ପ୍ରତିଶତ ବର୍ଷା ହୋଇଛି । ମାଲକାନଗିରି ବ୍ଲକରେ ୯୪.୮ମିଲି ମିଟର  ବର୍ଷା, ମାଥିଲି ବ୍ଲକରେ ୩୫ ମିଲିମିଟର, ଖଇରପୁଟ ବ୍ଲକ ରେ ୮ମିଲିମିଟର,ଚିତ୍ରକୋଣ୍ଡା ବ୍ଲକରେ ୬୮ମିଲିମିଟର, କୋରକୁଣ୍ଡା ବ୍ଲକରେ ୪୦ମିଲିମିଟର, କାଲିମେଳା ବ୍ଲକରେ ୪୧ ମିଲିମିଟର, ପଡିଆ ବ୍ଲକରେ ୫୭ ମିଲି ମିଟର ବର୍ଷା ହୋଇଥିବାର ଜିଲ୍ଲା ଜରୁରୀକାଳୀନ ବିଭାଗ ସୂତ୍ରରୁ ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.