ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ଧାର୍ଯ୍ୟ ସମୟ ସୀମା ଭିତରେ ସରୁନି ଜାତୀୟ ରାଜପଥର ନୂତନ ଉଚ୍ଚା ପୋଲ କାର୍ଯ୍ୟ

ମାଲକାନଗିରି,୩୦/୬: ଜାତୀୟ ରାଜପଥ ରେ ଗତ ଦୁଇବର୍ଷ ହେଲା ନିର୍ମାଣ ଚାଲିଥିବା ଉଚ୍ଚ ପୋଲ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସରୁନଥିବାରୁ ବର୍ଷା ଆସିଲେ ଜିଲ୍ଲା ବାସୀଙ୍କ ଚିନ୍ତା ବଢିଯାଉଛି। କାରଣ ବର୍ଷା ଋତୁ ଆସିବା ମାତ୍ରକେ ଜିଲ୍ଲାର ୩୨୬ ନମ୍ବର ଜାତୀୟ ରାଜପଥରେ ରହିଥିବା ୯ ଗୋଟି ତଳିଆ ବ୍ରିଜ ଜଳମଗ୍ନ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥାଏ। 

 ସ୍ବଳ୍ପ ବର୍ଷା ରେ ମଧ୍ୟ ଏହି ବ୍ରିଜ ଗୁଡ଼ିକ ଉପରେ ପାଣି ପ୍ରବାହିତ ହୋଇଥିବା କାରଣରୁ, ଶହ ଶହ ଗାଁ ଜିଲ୍ଲା ମୁଖ୍ୟାଳୟ ଠାରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥାନ୍ତି । ତତ୍କାଳୀନ ସରକାର ଜିଲ୍ଲାର ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଯାଇଥିବା ସମସ୍ତ ୯ଟି ବ୍ରିଜକୁ ନିର୍ମାଣ କରିବା ପାଇଁ ଅନୁଦାନ ପ୍ରଦାନ କରିଥିଲେ। ତେବେ ଜିଲ୍ଲାର ଏମଭି-୭ ଗ୍ରାମ ନିକଟରେ ରହିଥିବା ବ୍ରିଜ ସହ ଏମଭି-୧୯, ଆମଲାଯୋଡି, ମହାରାଜପାଲ୍ଲୀ, ପୋଟେରୁ, ପାଙ୍ଗାମ, କାଙ୍ଗରୁକୋଣ୍ଡା, ଏମଭି-୯୦ ଓ ଏମଭି-୯୬ ବ୍ରିଜ ପ୍ରତିବର୍ଷ ବର୍ଷା ଜଳରେ ବୁଡି ରହେ। ଯାହାଫଳରେ ଯୋଗାଯୋଗ ବିଛିନ୍ନ ସହ ବହୁ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଥାଏ।

ସରକାର ଏମଭି-୭,ଏମଭି-୧୯,ଅମଲାଯୋଡି ଏବଂ ମହାରାଜପାଲ୍ଲୀ ବ୍ରିଜ ନିର୍ମାଣ ପାଇଁ ୩୭ କୋଟି ଟଂକା ମଞ୍ଜୁର କରିଛନ୍ତି।ଏହି ବ୍ରିଜଗୁଡିକ ୨୦୨୫ ମସିହା ମେ ମାସରେ ସମାପ୍ତ ହେବ ବୋଲି ସମୟ ଧାର୍ଯ୍ୟ ରହିଛି।ସେହିପରି ପୋଟେରୁ, ପାଙ୍ଗାମ, କାଙ୍ଗରୁକୋଣ୍ଡା, ଏମଭି-୯୦ ଏବଂ ଏମଭି-୯୬ ବ୍ରିଜ ନିର୍ମାଣ ପାଇ ୭୯ କୋଟି ଟଂକା ଖର୍ଚ୍ଚ ହେବାକୁ ଥିବା ବେଳେ ଏହି ବ୍ରିଜଗୁଡିକ ସମାପ୍ତ କରିବାର ଶେଷ ସମୟ ଚଳିତ ଜୁଲାଇ ମାସ ରହିଛି।  ମାତ୍ର ୨୦ ପ୍ରତିଶତ ହିଁ କାମ ସମାପ୍ତ ହୋଇପାରି । ସେହିପରି ଅମଲାଯୋଡି ଏବଂ ମହାରାଜପାଲୀ ବ୍ରିଜ ପାଇଁ ଜମି ଅଧିଗ୍ରହଣ ହୋଇପାରୁନଥିବାରୁ ବିଳମ୍ବ ହେଉଥିବା ଜାତୀୟ ରାଜପଥ ବିଭାଗ ସୂଚନା ଦେଇଛନ୍ତି। ବ୍ରିଜର କାମ ଏତେ ମନ୍ଥର ଗତିରେ ଚାଲୁଥିବାରୁ ଏହା ଧାର୍ଯ୍ୟ ସମୟ ସୀମାରେ ସରିବ ନାହିଁ।ଯାହାକୁ ନେଇ ଲୋକେ ନାହିଁ ନଥିବା ହଇରାଣ ହେବେ।

ଆସନ୍ତା ମାସ ସୁଦ୍ଧା ୫ଟି ବ୍ରିଜ କାମ ସରିବା ନେଇ ଯେଉଁ ଲକ୍ଷ୍ୟ ରଖାଯାଇଛି। ତାହା ମାତ୍ର ୨୦ ପ୍ରତିଶତ କାର୍ଯ୍ୟ ସରିଥିବାରୁ ଏହା ସଂପୂର୍ଣ୍ଣ ହେବାକୁ ଆହୁରି କେତେ ମାସ କି ବର୍ଷ ଲାଗିବ ତାହା କହିବା ମୁସ୍କିଲ ହୋଇ ପଡ଼ିଛି । କିଛି ବ୍ରିଜ ମାସ ମାସ ଧରି କାମ ନହୋଇ ଠପ୍ ହୋଇ ପଡି଼ରହିଥିବା ବେଳେ ଆଉ କିଛି ବ୍ରିଜର ମନ୍ଥର ଗତିରେ କାର୍ଯ୍ୟ ଚାଲିଛି। 

ବାରମ୍ବାର ଲୋକଙ୍କ ଅଭିଯୋଗ ରହିଥିବା କାରଣରୁ, ଏନେଇ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନଙ୍କୁ ପଚାରିବାରୁ ଜମି ଅଧିଗ୍ରହଣ କାର୍ଯ୍ୟ ଖୁବ ଶୀଘ୍ର ସରିବା ସହିତ ବ୍ରିଜ କାମ କୁ ତ୍ୱରାନ୍ୱିତ କରିବା ପାଇଁ ଠିକାଦାର ମାନଙ୍କୁ ତାଗିଦ କରାଯାଇଛି। ଦୁଇଟି କମ୍ପାନୀ କୁ ଯଥାଶୀଘ୍ର କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ଚଳିତବର୍ଷ ବର୍ଷା ଆରମ୍ଭ ହୋଇଥିବା କାରଣରୁ ନଦୀରେ ପାଣି ଭର୍ତ୍ତି ହୋଇଯାଇଛି । ଯାହାଫଳରେ ସମସ୍ତ ବ୍ରିଜ ଗୁଡ଼ିକର କାର୍ଯ୍ୟ ଆସନ୍ତା ବର୍ଷ ଶେଷ ହେବ ବୋଲି କହିଛନ୍ତି। ଅନ୍ୟପଟେ ଛତିଶଗଡ଼ର ଶିବ ଶକ୍ତି କନସଟ୍ରକ୍ସନ କୁ ପଚାରିବାରୁ ଏପର୍ଯ୍ୟନ୍ତ ଅନେକ ଯାଗାରେ ଫରେଷ୍ଟ କ୍ଲିଆରେସ୍ସ ମିଳିନଥିବା କହିଛନ୍ତି। ତେବେ କେବେ ସରିବ କାର୍ଯ୍ୟ ତାହା ଏପର୍ଯ୍ୟନ୍ତ କହିବା ଅସମ୍ଭବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.