ପ୍ରମୂଖ ଖବର
  • ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ
  • ||
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

କ୍ରେନ ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ମାଲକାନଗିରି, ୩୦।୬(ଆପ୍ର ): ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜପଥ ଜିଲ୍ଲା ସଦର ମହକୁମା ଜୟପୁରିୟାଗୁଡା ଛକ ଠାରେ  ଏକ କ୍ରେନ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକେ ନ୍ୟାୟ ଓ କ୍ଷତି ପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ଜୟପୁରୀୟାଗୁଡା ସାହିର  ରାମସିଂ ଖରା ।

 ମାଲକାନଗିରି ଜିଲ୍ଲା ସଦରର ଜୟପୁରିଆଗୁଡା ଦେଇ ଯାଇଥିବା ମାଲକାନଗିରି ଜୟପୁର ଜାତୀୟ ରାଜପଥରେ ଆଜି ସନ୍ଧ୍ୟାରେ ଏକ କ୍ରେନ ମାଲକାନଗିରି ଅଭିମୁଖେ ଆସୁଥିବା  ବେଳେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ଫଳରେ ଉକ୍ତ ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।  କ୍ରେନ ଚାଳକ ଜଣଙ୍କ କ୍ରେନ ଛାଡି ସେଠାରୁ ଖସି ପଳାଇ ଥିଲା । ମୃତ ବ୍ୟକ୍ତି ଜନ ଙ୍କ ଜୟପୁରୀୟାଗୁଡା ସାହିର  ରାମସିଂ ଖରା ବୋଲି ଜଣା ପଡିବା ବେଳେ ତାଙ୍କ ମୃତ୍ୟୁକୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । 

ଏହି ଘଟଣା କୁ ନେଇ ସ୍ଥାନୀୟ ଲୋକେ ଜୟପୁର ମାଲକାନଗିରି ମୁଖ୍ୟ ରାସ୍ତା ଉପରେ ମର ଶରୀର ରଖି ସନ୍ଧ୍ୟା ଠାରୁ ରାତ୍ର ପର୍ଯ୍ୟନ୍ତ ରାସ୍ତା ରୋକ କରିଥିଲେ। ନ୍ୟାୟ ଦାବିରେ ଲୋକେ ଅଡି ବସିଥିବା ବେଳେ ମାଲକାନଗିରି ଆଇଆଇସି ରିଗନ କିଣ୍ଡୋ ପୋଲିସ ସଦଳ ବଳ ଓ ପ୍ରଶାନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ରାତ୍ର ୯ଟା  ପରେ ଆନ୍ଦୋଳନ ପ୍ରତ୍ୟା ହର କରିଥିଲେ। ପରେ ପୁଲିସ ମୃତ ଶରୀର ଜବତ କରି ବ୍ୟବଛେଦ ପାଇଁ ମାଲକାନଗିରି ହସ୍ପିଟାଲ କୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ଫେରାର ଥିବା କ୍ରେନ ଡ୍ରାଭର କୁ ଥାନାରେ ଅଟକ ରଖି ପୁଲିସ ପଚରା ଉଚରା ଚଲାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.