ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ପୋଲିସ -ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ,୧୧ ମାଓବାଦୀ ମୃତ !

ମାଲକାନଗିରି, ୨।୭(ଆପ୍ର ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁରରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ବଡ ଧରଣର ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ଯେଉଁଥିରେ ପ୍ରାୟ ୧୧ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରା ଯାଉଛି । 

ସୂଚନା ଅନୁଯାୟୀ ଛତିଶଗଡର ନାରାୟଣପୁର ଜିଲ୍ଲାରେ ଥିବା ମାଓ ଗଡ ଅବୁଝମାଡର ଘାମାଣ୍ଡି ଏବଂ କୁରେଭାଇ ଗ୍ରାମ ମଧ୍ୟରେ ଛତିଶଗଡର ୪ ଜିଲ୍ଲାରୁ ୧୦୦ରୁ ଊର୍ଦ୍ଧ୍ଵ ଏସଟିଏଫ, ଡିଆରଜି, ସିଆରପିଏଫର ଯବାନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଗତ ୩୦ ତାରିଖରୁ ମାଓ ଦମନ ନିମନ୍ତେ ତଲାସି ଅଭିଯାନ ଆରମ୍ଭ କରିଥିଲେ । ଏହି ତଲାସି ଅଭିଯାନ ଦୁଇ ଦିନ ଧରି ଜାରି ରହିଥିବା ବେଳେ ଆଜି ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । 

ଯେଉଁଥିରେ ମାଓବାଦୀ ମାନେ ଯବାନଙ୍କୁ ଦେଖି ଗୁଳି ଚାଳନା ଆରମ୍ଭ କରିଥିବା ବେଳେ ପୋଲିସ ଓ ଯବାନଙ୍କ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିଲା । ଦୀର୍ଘ ସମୟ ଧରି ଏହି ଗୁଳି ବିନିମୟ ଜାରି ରହିଥିବା ବେଳେ ବର୍ତ୍ତମାନ  ସୁଦ୍ଧା ପ୍ରାୟ ୧୧ ଜଣ ମାଓବାଦୀ ନିହତ ହୋଇଥିବା ସହ ଅନେକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ବର୍ତ୍ତମାନ ମଧ୍ୟ ଗୁଳି ବିନିମୟ ଜାରି ରହିଥିବା ବେଳେ ଯବାନଙ୍କ ଫେରିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଇଛି । ଏହାସହ ଗୁଳି ବିନିମୟରେ ଏବେ ଯାଏଁ କୌଣସି ଯବାନ ଆହତ ହୋଇନଥିବା ମଧ୍ୟ ବସ୍ତର ଆଇଜି ସୁନ୍ଦର ରାଜ ପି ସୂଚନା ଦେଇଛନ୍ତି ।

ଆହୁରି ପଢନ୍ତୁ : ମୁକ ବଧିର ଅଭିନୟ କରି ଘରୁ କରୁଥିଲେ ଚୋରୀ : ୨ ଗିରଫ, ୨୨ ମୋବାଇଲ ଜବତ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.