ପ୍ରମୂଖ ଖବର
  • ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ବିଆଇପିଏଫ୍‌ ତରଫରୁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ୨୦୨୩ର ବିଜେତା ସମ୍ମାନିତ

ଭୁବନେଶ୍ୱର, ୪।୭ : ଇଣ୍ଡିଆନ୍‌ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍‌ ଲିମିଟେଡ଼ (ଇମ୍ଫା) ର ସାମାଜିକ ବିକାଶ ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍‌ (ବିଆଇପିଏଫ୍‌) ପକ୍ଷରୁ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଉଚ୍ଚ ଶିକ୍ଷା ନିମନ୍ତେ ପ୍ରଫେସର ଘନଶ୍ୟାମ ଦାଶ (ପିଜିଡିଏସ୍‌) ବୃତ୍ତି ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଛି ।

ଇଞ୍ଜିନିୟରିଂ, ମେଡିସିନ୍‌ ଏବଂ ଲିବରାଲ ଆର୍ଟସ୍‌ କ୍ଷେତ୍ରରେ ପେସାଦାର ଡିଗ୍ରୀ ହାସଲ କରିବା ପାଇଁ  ପ୍ରତ୍ୟେକ ବର୍ଷ ୬ ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ (ଓଡ଼ିଶାର ବାସିନ୍ଦା) ଏହି ବୃତ୍ତି ପ୍ରଦାନ କରାଯାଇଥାଏ । ପିଜିଡିଏସ୍‌ ର ୧୯ତମ ସଂସ୍କରଣରେ ୪ ଜଣ ବୃତ୍ତିଧାରୀ କେ.ଭି.ଏମ୍‌ ପ୍ରସନ୍ନ କୁମାରଙ୍କୁ ଆଇଆଇଆଇଟି ଧାରୱାଡ଼, ପ୍ରିୟାଂଶୁ ପଣ୍ଡାଙ୍କୁ ଆଇଆଇଟି ମାଡ୍ରାସ୍‌, ହିମାଂଶୁ ଶେଖର ପାତ୍ରଙ୍କୁ ଆଇଜିଆଇଟି ସାରଙ୍ଗ ଏବଂ ପ୍ରିୟଙ୍କା ଦଳାଇଙ୍କୁ ଦୀନ ଦୟାଲ ଉପାଧ୍ୟୟ କଲେଜରେ ଇଂଞ୍ଜିନିୟରିଂ ପାଠ୍ୟକ୍ରମ ଓ ଅନ୍ୟ ୨ ଜଣ ଯଥା ପ୍ରୟାସ ରାଉତ ଓ ଅଭିପ୍ସା ଚୌଧୁରୀଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସର ମେଡ଼ିସିନ୍‌ ବିଭାଗରେ ମେଡ଼ିକାଲ ଡିଗ୍ରୀ ପାଠ୍ୟକ୍ରମ ପାଇଁ ଏହି ବୃତ୍ତି ପ୍ରଦାନ କରାଯାଇଛି । 

ଏହି କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ସିଇଓ ପ୍ରଫେସର (ଡଃ) ଆଶୁତୋଷ ବିଶ୍ୱାସ, ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍‌  ଟ୍ରଷ୍ଟି ତଥା ସିଇଓ ଶ୍ରୀମତି ପଣ୍ଡାଙ୍କ ସମେତ ବିଆଇଏଫ୍‌ର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । 

ଏହି ବୃତ୍ତି ଅନ୍ତର୍ଗତ ଏକାଡେମିକ୍‌ ଫି ର ୯୦ ପ୍ରତିଶତ ଓ ୪ ବର୍ଷ ମଧ୍ୟରେ ହେବାକୁ ଥିବା ଅନ୍ୟ ଖର୍ଚ୍ଚକୁ ମିଶାଇ ପ୍ରତ୍ୟେକ ବୃତ୍ତିଧାରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଆର୍ଥିକ ସହାୟତା ବ୍ୟତୀତ ବୃତ୍ତିଧାରୀମାନେ ବିଆଇପିଏଫ୍‌ ଦ୍ୱାରା ପରିଚାଳିତ ଏକ ସ୍ୱତନ୍ତ୍ର ମେଂଟର ସିପ୍‌ କାର୍ଯ୍ୟକ୍ରମ “ଉତ୍ସାହ” ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଇମ୍ଫାର କର୍ମଚାରୀ ସ୍ୱେଚ୍ଛାସେବା ଯୋଜନା ଅନ୍ତର୍ଗତ ଏହାର ଅଧିକାରୀମାନଙ୍କ ଦ୍ୱାରା ବୃତ୍ତିଧାରୀ ଛାତ୍ରଛାତ୍ରୀମାନଙ୍କ ମାର୍ଗଦର୍ଶନ କରାଯିବ । ଏହି ମାର୍ଗଦର୍ଶନ ଅନ୍ତର୍ଗତ ଏକ ସୁଚିନ୍ତିତ ଶୈଳୀରେ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ପରାମର୍ଶ, ନୀତିଗତ ସହାୟତା, ଶିକ୍ଷା ଉପରେ ଗୁରୁତ୍ୱକୁ ସୁଦୃଢ କରିବା, ସେମାନଙ୍କ ଅର୍ନ୍ତନିହିତ ଗୁଣର ବିକାଶ,  ନେଟୱର୍କିଂର ସୁଯୋଗ ଓ ଦକ୍ଷତା ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । 

ଏହି ଅବସରରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍‌  ଟ୍ରଷ୍ଟି ତଥା ସିଇଓ ଶ୍ରୀମତି ପଣ୍ଡା କହିଛନ୍ତି ଯେ, “ଶିକ୍ଷା ଦ୍ୱାରା ସମାଜରେ ପରିବର୍ତ୍ତନ ଅଣାଯାଇପାରିବ । ଏକ ପ୍ରଗତିଶୀଳ-ଅର୍ନ୍ତଭୁକ୍ତକାରୀ-ନ୍ୟାୟୋଚିତ ସମାଜ ଗଠନ ଲକ୍ଷ୍ୟରେ ପିଜିଡିଏସ୍‌ର ଆରମ୍ଭ କରାଯାଇଛି । ଏହି ବୃତ୍ତିରେ ସମ୍ମାନିତ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସାମାଜିକ ଅର୍ଥନୈତିକ-ପ୍ରତିବନ୍ଧକରୁ ମୁକ୍ତ କରିବା ଲକ୍ଷ୍ୟରେ ଆମ ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ଛାତ୍ରବୃତ୍ତିର ପରିକଳ୍ପନା କରାଯାଇଛି । 

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ସିଇଓ ପ୍ରଫେସର (ଡଃ) ଆଶୁତୋଷ ବିଶ୍ୱାସ “ପ୍ରକୃତ ସଫଳତା ହାସଲ ପାଇଁ ସଚୋଟ୍ଟତା ଓ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ । ଜୀବନରେ ଶିକ୍ଷାଗତ ଉତ୍କର୍ଷତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାବେଳେ ସାମାଜରେ ନିଜର ଯୋଗଦାନ ଦ୍ୱାରା ଏହି ସଫଳତାକୁ ଦୀର୍ଘସ୍ଥାୟୀ କରାଯାଇପାରିବ ଓ ମାନବତାର ପ୍ରେତ୍ସାହାନ ମାଧ୍ୟମରେ ନିଜର ଶିକ୍ଷାଗତ ପ୍ରୟାସକୁ ସନ୍ତୁଳିତ କରି ଏକ ପ୍ରଭାବୀ ପଦକ୍ଷେପସ୍ୱରୁପ ସାଧାରଣ ଜନତାଙ୍କ ପାଇଁ ସକ୍ରିୟତାର ସହିତ କାର୍ଯ୍ୟ କରିବା ଉଚିତ ବୋଲି ସେ ମତ ଦେଇଥିଲେ । 

୨୦୦୫ ମସିହାରୁ ଇମ୍ଫା ପକ୍ଷରୁ ଆରମ୍ଭ ହୋଇଥିବା ଏହି ମେଧା ବୃତ୍ତି ଖ୍ୟାତିସମ୍ପନ୍ନ ଐତିହାସିକ ସ୍ୱର୍ଗତ ପ୍ରଫେସର ଘନଶ୍ୟାମ ଦାଶ (ସ୍ୱର୍ଗତ ଇଲା ପଣ୍ଡାଙ୍କ ପିତା) ଙ୍କ ନାମରେ ନାମିତ କରାଯାଇଛି । ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ମାଧ୍ୟମରେ ସମାନ ସୁଯୋଗ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ବିଆଇପିଏଫ୍‌ ୱେବ୍‌ସାଇଟ୍‌ ମାଧ୍ୟମରେ ପିଜିଡିଏସ୍‌-୨୦୨୪ ନିମନ୍ତେ ଅଗଷ୍ଟ ମାସରୁ ଆବେଦନ ପଦ୍ର ଗ୍ରହଣ କରାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.