ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ଟେକେଲଗୁଡାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣା : ୯ ନକ୍ସଲ ଗିରଫ

ମାଲକାନଗିରି, ୧।୭(ଆପ୍ର ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲା ଟେକେଲଗୁଡା ଠାରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ୯ ଜଣ ନକ୍ସଲଙ୍କୁ କାବୁ କରିବାରେ ସଫଳ ହୋଇଛି ପୁଲିସ।ଟେକାଲଗୁଡା ନକ୍ସଲ ବିସ୍ଫୋରଣ ପରେ ଜାଗରଗୁଣ୍ଡା ଅଞ୍ଚଳରେ ପୁଲିସ ତରଫରୁ ତଲାସି ଜାରି ରହିଥିଲା। ଆଜି ପୁଲିସ ଭିନ୍ନ ଭିନ୍ନ ଅଞ୍ଚଳରୁ ୯ ଜଣ ନକ୍ସଲଙ୍କୁ ଗିରଫ କରିଛି।ଗିରଫ ହୋଇଥିବା ୯ ଜଣ ନକ୍ସଲଙ୍କ ମଧ୍ୟରୁ ୪ ଜଣ ନକ୍ସଲ ଜୁନ୍ ୨୩ ତାରିଖରେ ଘଟିଥିବା ଟେକାଲଗୁଡା ନକ୍ସଲ ବିସ୍ଫୋରଣରେ ସମ୍ପୃକ୍ତ ଥିଲେ।

 ସୂଚନାଯୋଗ୍ୟ ଯେ ଗତ ମାସ ୨୩ ତାରିଖରେ ନକ୍ସଲମାନେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରିଥିଲେ। ଯେଉଁଥିରେ ଦୁଇ ଯବାନ ସହୀଦ ହୋଇଥିଲେ। ତେବେ ଜିଲ୍ଲା ପୁଲିସର ଡିଆରଜି, ସିଆରପିଏଫ ଏବଂ କୋବ୍ରା ବାଟାଲିୟନର ମିଳିତ ସର୍ଚ୍ଚ ଅପରେସନରେ ୯ ନକ୍ସଲଙ୍କୁ ଗିରଫ କରିବାରେ ସଫଳତା ମିଳିଛି।ଏସପି କିରଣ ଚାଭାନ ଏହି ଗିରଫ ଘଟଣା ସମ୍ପର୍କ ରେ ସୂଚନା ଦେଇନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.