ପ୍ରମୂଖ ଖବର
  • ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ପଦକ୍ଷେପ : କିଛି ଘଣ୍ଟା ଭିତରେ ଗରିବ ମହିଳାଙ୍କ ଘରେ ହେଲା ବିଦ୍ୟୁତ ସଂଯୋଗ


ମାଲକାନଗିରି,୪/୭(ଆପ୍ର ) : ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ପଦକ୍ଷେପ ଯୋଗୁଁ କିଛି ଘଣ୍ଟା ଭିତରେ ଜଣେ ଗରିବ  ମହିଳା ଗ୍ରାହକଙ୍କ ଘରେ ଟାଟା ପାୱାର କରିଛି ବିଜୁଳି ସଂଯୋଗ।

କିଛି ତଦନ୍ତ ନ କରି ଟାଟା ପାୱାର ମନମୁଖୀ ଭାବେ  ମାଲକାନଗିରି ଅର୍.ଆଇ କାର୍ଯ୍ୟାଳୟ ନିକଟରେ ରହୁଥିବା  ଶାନ୍ତି ନାମ୍ନୀ ଜଣେ ମହିଳାଙ୍କ ଘରୁ ବିଜୁଳି ସଂଯୋଗ ବିଛିନ୍ନ କରି ଦେଇଥିଲେ। ଉକ୍ତ ମହିଳା  ଜଣକ ଟାଟା ପାଓ୍ବାର ଅଧିକାରୀମାନଙ୍କୁ ଯେତେ ଅନୁରୋଧ କରିଥିଲେ  ମଧ୍ୟ ସେମାନେ କିଛି ଶୁଣି ନ ଥିଲେ । ଉକ୍ତ ମହିଳା ଜଣକ  ବିଡ଼ିଓ, ମ୍ୟୁନିସିପାଲଟି ଅଧିକାରୀ ଓ ଅନ୍ୟାନ୍ୟ ପଦାଧିକାରୀଙ୍କୁ ଗୁହାରି ଜଣାଇ ଥିଲେ।  କିନ୍ତୁ କିଏ କିଛି ନ ଶୁଣିବାରୁ ଶେଷରେ  ଆଇନସେବା ପ୍ରାଧିକରଣର ଦ୍ବାରସ୍ଥ ହୋଇଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ର ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତଙ୍କ  ବିଚାରପତି ସଂଗୀତା ପାତ୍ରଙ୍କ ନିକଟରେ ଗୁହାରି ଜଣାଇଥିଲେ।

ବିଚାରପତି ଏହାକୁ ଖୁବ୍ ଗୁରୁତ୍ବର ସହ ଗ୍ରହଣକରି ଟାଟା ପାୱାର ର ଅଧିକାରୀଙ୍କୁ   ଅଦାଲତକୁ ଡକାଇଥିଲେ। ବିନା ନୋଟିସରେ ଓ ବିନା କାରଣରେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିଥିବାରୁ ଦୁଇ ପକ୍ଷଙ୍କ ଉପସ୍ଥିତିରେ ତତକ୍ଷଣାତ୍ ବିଜୁଳି ସଂଯୋଗ ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଆଦେଶ ପାଳନ ପୂର୍ବକ ଟାଟା ପାୱାର ତୁରନ୍ତ ବିଜୁଳି ସଂଯୋଗ କରି ଅଦାଲତକୁ  ବିଜୁଳି ସଂଯୋଗ କଥା ଜଣାଇଥିଲା । 

ପୂର୍ବ ସଚିବଙ୍କ ବଦଳି ପରେ  ବିଚାରପତି ସଂଗୀତା ପାତ୍ର ତିନି ଦିନ ତଳେ ପୁରୀ ଜିଲ୍ଲା ପିପିଲିରୁ ବଦଳି ହୋଇ ମାଲକାନଗିରି ଜିଲ୍ଲାରେ ପଦଭାର ଗ୍ରହଣ କରିଥିଲେ। ପଦଭାର ଗ୍ରହଣ କରିବା ପରେ ଏହା  ତାଙ୍କର ପ୍ରଥମ ଦୃଷ୍ଟାନ୍ତ ମୂଳକ ଆଦେଶ ଥିଲା । ଯେଉଁଥିରେ ସେ ଜଣେ ଅସହାୟ ମହିଳାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିଥିଲେ। ଏହି ମାମଲାରେ ବରିଷ୍ଠ ଆଇନଜୀବୀ ତଥା ରିମାଣ୍ଡ   ଆଡଭୋକେଟ ଗୌତମ ସରକାର ସହଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.