ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଲଷ୍ମୀ ବସ ସହ ଟ୍ରକ ମୁହାଁମୁହିଁ ଧକ୍କା : ୬ ଯାତ୍ରୀ ଆହତ

ମାଲକାନଗିରି /ଚିତ୍ରକୋଣ୍ଡା,:  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳ ର ଯୋଡଆମ୍ବ ନିକଟରେ ଲଷ୍ମୀ ବସ ଓ ଏକ ମାଲବାହି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବସରେ ବସିଥିବା ଯାତ୍ରୀଙ୍କ ମଧ୍ୟରେ ୬ ଜଣ ସାମାନ୍ୟ ଆହତ ହୋଇଛନ୍ତି।

 ସୂଚନା ଅନୁଯାୟୀ ଗତକାଲି  ଚିତ୍ରକୋଣ୍ଡା ଠାରୁ ପଣସଫୁଟକୁ ଯାଉଥିବା  ଓଡି ୩୦ଏଫ ୧୯୫୧ନମ୍ବର ଲକ୍ଷ୍ମୀ ବସ ଓ  ଏପି ୩୧ଟିସି  ୫୧୩୧ ନମ୍ବର ଏକ ମାଲ ବୋଝେଇ ଟ୍ରକ ମଧ୍ୟରେ  ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଯୋଡଆମ୍ବ ପଞ୍ଚା୍ୟତ ନିକଟ ଦର୍ଲାବେଢ଼ା  ଟର୍ଣ୍ଣିଙ୍ଗ ରାସ୍ତା ରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ବସରେ ବସିଥିବା ୬ ଜଣ ଯାତ୍ରୀ ସାମାନ୍ୟ  ଆହତ ହୋଇଥଲ।. ତୁରନ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଯୋଡଆମ୍ବ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଥିଲା। ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଯାଇଥିବା ସୂଚନା ମିଳିଛି।ଦୁର୍ଘଟଣା ପରେ କିଛି ସମୟ ଧରି ଚିତ୍ରକୋଣ୍ଡା ପଣସଫୁଟ ମୂଖ୍ୟ ରାସ୍ତରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା.ପୋଲିସ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ର ତଦନ୍ତ  କରିବା ସହ ରାସ୍ତାରୁ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ହଟାଇଥିଲେ। ଦୁର୍ଘଟଣା ରେ ଲକ୍ଷ୍ମୀ ବସର ଗ୍ଲାସ ଭାଙ୍ଗିଯିବା ସହ ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଛି।  ଟ୍ରକ ର ବିଶେଷ କ୍ଷତି ହୋଇ ନ ଥିବା ଜଣାପଡିଛି। ଯୋଡଆମ୍ବ ଥାନା ପୋଲିସ ଟ୍ରକ ଓ ବସକୁ ଜବତ କରି ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.