ଭୁବନେଶ୍ୱର,୧୧/୦୨: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ରେମୁଣା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ତେବେ ବାଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ରେଡ଼ ଜାରି ରହିଛି।
ଏହା ମଧ୍ୟ ପଢନ୍ତୁ- ଘର ଡିହ ବିକ୍ରି କରିଦେଲା ବଡ ପୁଅ, ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କଲେ ବାପାମା’
ତେବେ ବାଲେଶ୍ବର , ଭୁବନେଶ୍ବର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ବର ଶୈଳଶ୍ରୀ ବିହାରସ୍ଥିତ ଫ୍ଲାଟ, ଭୁବନେଶ୍ବର ରୁଦ୍ରପୁରସ୍ଥିତ ଫ୍ଲାଟ, ବାଲେଶ୍ବର କୁରୁଡାସ୍ଥିତ ଘର, ବାଲେଶ୍ବର ସୋରସ୍ଥିତ ପୈତୃକ ଘର, ବାଲେଶ୍ବର ରେମୁଣାସ୍ଥିତ ଅଫିସ ଚାମ୍ବର, ବାଲେଶ୍ବରରେ ରହୁଥିବା ଘର, ଭୁବନେଶ୍ବର ଡୁମଡୁମାସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢାଉ ଜାରି ରହିଛି। ଚଢାଉରେ ୬ ଜଣ ଡିଏସ୍ପି, ୩ ଜଣ ଇନସ୍ପେକ୍ଟର, ୧୦ ଜଣ ASI ଏବଂ ଅନ୍ୟ କର୍ମଚାରୀ ସାମିଲ ଥିବା ଜଣାପଡିଛି ।