ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଫର୍ମୁଲା ୱାନରେ ଭର୍ଷ୍ଟାପେନଙ୍କ ନୂଆ ରେକର୍ଡ, ସିଜନରେ କ୍ରମାନ୍ୱୟରେ ୧୦ଟି ରେସ ଜିତିବାରେ ପ୍ରଥମ ଚାଳକ

ମୋଞ୍ଜା,୦୪/୦୯: ଫର୍ମୁଲା ୱାନ ସିଜନର ୨୦୨୩ ସଂସ୍କରଣରେ ରେଡ୍‌ବୁଲ ଏବଂ ରେଡ୍‌ବୁଲ  ଚାଳକ ମାକ୍ସ ଭର୍ଷ୍ଟାପେନଙ୍କ ଦବଦବା ଜାରି ରହିଛି । ଇଟାଲିଆନ ଗ୍ରାଁପ୍ରିରେ ସେ ଆଜି  ସିଜନରେ କ୍ରମାନ୍ୱୟରେ ୧୦ମ ବିଜୟ  ହାସଲ କରି ନୂଆ ରେକର୍ଡର ଅଧିକାରୀ  ହୋଇଥିଲେ । ସେହିପରି ରେଡ୍‌ବୁଲ ମଧ୍ୟ  କ୍ରମାନ୍ୱୟରେ ୧୫ଟି ରେସ୍‌ରେ ବିଜୟୀ  ହୋଇ ନୂଆ ରେକର୍ଡ କରିଛି । 

ଇଟାଲିଆନ ଗ୍ରାଁପ୍ରିର ୫୧  ଲାପ୍‌ ବିଶିଷ୍ଟ (୨୯୫.୧୩୪ କି.ମି)  ରେସ୍‌କୁ ଭର୍ଷ୍ଟାପେନ ୧:୧୩:୪୧.୧୪୩  ଟାଇମିଂ ସହ ପ୍ରଥମ ସ୍ଥାନ ହାସଲ କରି  ଚାମ୍ପିଅନ ହୋଇଥିଲେ । ସେହିପରି ସାଥି  ଚାଳକ ସର୍ଜିଓ ପେରେଜ ଅତିରିକ୍ତ +୬.୦୬୪  ସେକେଣ୍ଡ ନେଇ ଦ୍ୱିତୀୟ ଏବଂ ଫରାରିର  କାର୍ଲୋସ ସେଞ୍ଜ୍‌ ଜୁନିୟର ଅତିରିକ୍ତ +୧୧.୧୯୩  ସେକେଣ୍ଡ ନେଇ ତୃତୀୟ ସ୍ଥାନ ସହ ପୋଡିୟମ  ଶେଷ କରିଥିଲେ । ଅଭ୍ୟାସରେ କାର୍ଲୋସ ସେଞ୍ଜ୍‌  ପୋଲ ପଜିସନ୍‌ ହାସଲ କରିଥିଲେ  ବି ଫାଇନାଲରେ ଭର୍ଷ୍ଟାପେନଙ୍କୁ  ପଛରେ ପକାଇ ପାରିନଥିଲେ । 

ଏହି ରେସ୍‌ରେ ମର୍ସିଡିସର ଲୁଇସ  ହାମିଲଟନଙ୍କୁ ଷଷ୍ଠ ସ୍ଥାନରେ ରହିବାକୁ ପଡ଼ିଥିଲା। ଫାଇନାଲ ରେସର ୧୪ଟି ଲାପ୍‌ ପର୍ଯ୍ୟନ୍ତ ଭର୍ଷ୍ଟାପେନଙ୍କୁ କଡ଼ା ଟକ୍କର ଦେଇ ସେଞ୍ଜ ଆଗୁଆ  ରହିଥିଲେ ପରେ ସଞ୍ଜଙ୍କ ତ୍ରୁଟି ହିଁ ଭର୍ଷ୍ଟାପେନଙ୍କୁ ଆଗକୁ ବଢ଼ିବାରେ  ସହାୟକ ହୋଇଥିଲା। ଏହାପରେ ସେଞ୍ଜ ପଛରେ  ପଡ଼ିଯାଇଥିଲେ । ବେଶ କିଛି ସମୟ ସେ ଦ୍ୱିତୀୟ  ସ୍ଥାନରେ ରହିଥିଲେ କିନ୍ତୁ ଶେଷରେ ପେରେଜ ତାଙ୍କୁ ହଟାଇ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । 

ଚଳିତ ସିଜନର ୧୪ଟି  ରେସ୍‌ ଶେଷ ହୋଇଛି ।  ସେଥିରୁ ଭର୍ଷ୍ଟାପେନ  ୧୨ଟି ଏବଂ ପେରେଜ  ୨ଟିରେ ବିଜୟୀ ହୋଇଛନ୍ତି ।  ମାୟାମି ଗ୍ରାଁପ୍ରିରୁ ଭର୍ଷ୍ଟାପେନ  ଅପରାଜେୟ ରହିଛନ୍ତି ।  ପରବର୍ତ୍ତୀ ସମୟରେ  ସେ ମୋନାକୋ,  ସ୍ପାନିସ, କାନାଡିଆନ,  ଅଷ୍ଟ୍ରିଆନ, ବ୍ରିଟିଶ,  ହଙ୍ଗେରିଆନ, ବେଲଜିୟମ, ଡଚ୍‌  ଓ ଇଟାଲିଆନ ଗ୍ରାଁପ୍ରିରେ ଚାମ୍ପିଅନ ହୋଇଛନ୍ତି । 

ଡଚ୍‌ ଗ୍ରାଁପ୍ରିରେ ଚାମ୍ପିଅନ ହେବା ପରେ  ଭର୍ଷ୍ଟାପେନ ସେବାଷ୍ଟିଆନ ଭେଟେଲଙ୍କ ରେକର୍ଡର  ସମକକ୍ଷ ହୋଇଥିଲେ । ଭେଟେଲ ୨୦୧୩  ସଂସ୍କରଣରେ ବେଲଜିୟମ, ଇଟାଲି, ସିଙ୍ଗାପୁର,  କୋରିଆ, ଜାପାନ, ଭାରତ, ଆବୁଧାବି, ଆମେରିକା  ଓ ବ୍ରାଜିଲ ଏଭଳି କ୍ରମାନ୍ୱୟରେ ୯ଟି ରେସ୍‌  ଜିତିଥିଲେ । ଯେଉଁ ରେକର୍ଡକୁ ଭର୍ଷ୍ଟାପେନ ଆଜି  ଭଙ୍ଗ କରିଛନ୍ତି । 

 ଏହି ରେସ୍‌ ଶେଷ ସୁଦ୍ଧା ଭର୍ଷ୍ଟାପେନ  ଡ୍ରାଇଭର ଷ୍ଟାଣ୍ଡିଂ ତାଲିକାରେ ସର୍ବାଧିକ ୩୬୪  ପଏଣ୍ଟ ସହ ବିଶ୍ୱ ଟାଇଟଲର ନିକଟତର  ହୋଇଛନ୍ତି । ପେରେଜ (୨୧୯) ଦ୍ୱିତୀୟ,  ଫର୍ଣ୍ଣାଡୋ ଆଲୋନସୋ (୧୭୦) ତୃତୀୟ ଏବଂ  ହାମିଲଟନ (୧୬୪) ଚତୁର୍ଥ ସ୍ଥାନରେ ରହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.