ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ସରିଲା ଟେଡ୍ଡି ଦିଆନିଆ, ପ୍ରତିଶ୍ରୁତି ବନ୍ଧନରେ ବାନ୍ଧିହେବେ ପ୍ରେମୀ ଯୁଗଳ

Published By : Prameya | February 11, 2025 8:54 AM

ଭୁବନେଶ୍ୱର ୧୧/୦୨: ସରିଲା  ଟେଡ୍ଡି ଡେ’। ଏହି  ଅବସରରେ ପ୍ରେମିକାର ମନଲାଖି ଛୋଟରୁ ବଡ଼ ଯାଏ ସବୁ ପ୍ରକାରର ଟେଡ୍ଡି ଆଣି ଦେଇଥିଲେ ପ୍ରେମିକ । ଟେଡ୍ଡି ଦାମ୍‌ ବି ଅନ୍ୟ ଦିନ ଅପେକ୍ଷା ବହୁତ ଅଧିକ ଥିଲା । ବଜାରରେ ବିଭିନ୍ନ ଭେରାଇଟିର ନୂଆ ଟେଡ୍ଡି ଦେଖିବାକୁ ମିଳିଥିଲା । କେହି କେହି ପ୍ରେମିକା ମାନଙ୍କୁ ଭାଲୁ ମଧ୍ୟ ଉପହାରରେ ପ୍ରଦାନ କରିଥିଲେ । 

ଆଜି ଭାଲେଣ୍ଟାଇନ୍ସ ସପ୍ତାହର ପଞ୍ଚମ ଦିନ ହେଉଛି ପ୍ରମିଜ୍‌ ଡେ’। ପ୍ରେମୀ ଯୁଗଳଙ୍କ ପାଇଁ ଏହି ଦିନଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଫେବୃଆରୀ ମାସ ୧୧ ତାରିଖରେ ସବୁ ପ୍ରେମିକ ପ୍ରେମିକା ପରସ୍ପରକୁ ସାରା ଜୀବନ ଏକାଠି ରହିବାକୁ ପ୍ରତିଶ୍ରୁତି ଦେଇଥାନ୍ତି। ଏକ ସୁନ୍ଦର ଓ ମଜଭୁତ ସମ୍ପର୍କର ଆଧାର ହେଉଛି ପ୍ରତିଶ୍ରୁତି। ଏଣୁ ପ୍ରମିଜ୍‌ ଡେ’ ଅବସରରେ ସବୁ ପ୍ରେମୀଯୁଗଳ ପରସ୍ପରକୁ ସୁଖ,ଦୁଃଖ, ଭଲମନ୍ଦରେ ଏକାଠି ରହିବା ପାଇଁ ହାତରେ ହାତ ଛନ୍ଦି ପ୍ରତିଶ୍ରୁତି ଦେଇଥାନ୍ତି। ଏହି ଦିନରେ କୌଣସି ପରିସ୍ଥିତିରେ କେହି କାହାରି ହାତ  ନ ଛାଡିବା ପାଇଁ ପ୍ରତିଜ୍ଞା ନେଇ ଆଗକୁ ବଢିଥାନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.