ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଡ୍ରାଏ ଡେ ଘୋଷଣା କରି ବିଏମ୍‌ସି ଚୁପ୍‌: ରାଜଧାନୀରେ ଦୁଇ ଦିନରେ ୬ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର,୧୦/୦୬: ରାଜଧାନୀରେ ପୁଣି କାୟା ବିସ୍ତାର କଲାଣି ଡେଙ୍ଗୁ । ଗତ ଦୁଇ ଦିନରେ ଭୁବନେଶ୍ୱରରୁ  ୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ ଠୁ ସ୍ଥିତି  ବେକାବୁ ହେଲାଣି । ବିଏମ୍‌ସି କେବଳ ଡ୍ରା ଡେ ଘୋଷଣା କରି ଚୁପ ବସିଥିବା ଅଭିଯୋଗ ହୋଇଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜୁନ୍‌ ମାସରେ  ମୋଟ୍‌ ୧୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।  ସେଥିରୁ କେବଳ ଗତ ଶୁକ୍ରବାର ଦିନ ଟେଷ୍ଟିଂରୁ ୫  ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ଭୁବନେଶ୍ୱରୁ  ଆଉ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ଜାନୁଆରୀ ମାସ ଏଯାବତ ଏହି ସଂଖ୍ୟା ୨୯ରେ ପହଞ୍ଚିଛି । ଏହି  ସବୁ ରୋଗୀ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ବିଶେଷ କରି ଉତ୍ତର ଜୋନ୍‌ର  ବୁଦ୍ଧ ପାର୍କ, ନିଳାଦ୍ରିବିହାର ଅଞ୍ଚଳରୁ ବେଶୀ ଡେଙ୍ଗୁ  ରୋଗୀ ଚିହ୍ନଟ ହୋଇଛି ।  

ରାଜଧାନୀରେ ଗତ ବର୍ଷ ୫ ହଜାର ଡେଙ୍ଗୁ  ରୋଗୀ ଚିହ୍ନଟ ହୋଇଥିଲେ । ଡେଙ୍ଗୁ ୫ ଜଣଙ୍କ ମୁଣ୍ଡ  ନେଇଥିଲା । ଏଥିରେ ଜଣେ ଅବସରପ୍ରାପ୍ତ ପୁଲିସ  ଅଧିକାରୀ, ଗର୍ଭବତୀ ମହିଳାଙ୍କ ସହ ଜଣ ବରିଷ୍ଠ  ନାଗରିକ ପ୍ରାଣ ହରାଇଥିଲେ । ବିଏମ୍‌ସିର ଖାମଖାଆଲି ମନୋବାବ ଯୋଗୁ ସ୍ଥିତି ବିଗିଡିଥିଲା । ବିଶେଷ କରି  ସହିଦନଗର, ନୂଆପଲ୍ଲୀ, ଶାସ୍ତ୍ରୀ ନଗର, ନିଳାଦ୍ରୀ ବିହାର,  ପଟିଆ ହଟସ୍ପଟ ପାଲଟିଥିଲା । ବିଏମ୍‌ସି ସେଥିରୁ କିଛି  ଶିଖିଲା ନାହିଁ । ଏ ବର୍ଷ ବି ଡେଙ୍ଗୁ ଉପରମୁହାଁ ହେଲାଣି । 

ଡେଙ୍ଗୁ ମୁକାବିଲା କରିବାକୁ ବିଏମ୍‌ସି ପକ୍ଷରୁ ପ୍ରତି  ଶୁକ୍ରବାରକୁ ଡ୍ରା ଡେ ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟ  କର୍ମୀ ଓ ବିଏମ୍‌ସି ମିଳିତ ଭାବେ ବସ୍ତି, ଆପାର୍ଟମେଣ୍ଟ  ଯାଇ ଲୋକଙ୍କୁ ସଚେତନ କରିବେ ବୋଲି ଯୋଜନା  ହୋଇଥିଲା । ହେଲେ ଘୋଷଣା କରି ବିଏମ୍‌ସି ଚୁପ  ବସିଛି । ଫଳରେ ଡେଙ୍ଗୁ ସଚେତନତା ହୋଇ ପାରୁନି ।  ଜୁନ୍‌ ମାସରେ ଡେଙ୍ଗୁ ବଢିଲାଣି । ଆଗକୁ ବର୍ଷା ଋତୁ  ଆସୁଥିବାରୁ ସ୍ଥିତି ସାଂଘାତିକ ହେବା ଆଶଙ୍କାକୁ ଏଡାଇ  ଦିଆଯାଇ ନପାରେ । ରାଜଧାନୀରେ ପରିମଳ ଅବସ୍ଥା ବି  ଶୋଚନୀୟ ହୋଇପଡ଼ିଛି । ବିଭିନ୍ନ ୱାର୍ଡରେ ଅଳିଆ ପଡି ରହୁଛି । ୱାର୍ଡରେ ସଫେଇ ଠପ୍‌ ହୋଇଯାଇଛି । ଆଗ  ଭଳି ଅଳିଆ ଉଠୁନି । ତେଣୁ ସ୍ଥିତି ଆଗକୁ ବିଗିଡିବା  ଏକ ପ୍ରକାର ଥୟ । ଏନେଇ ପରିମଳ ବିଭାଗ ପକ୍ଷକୁ  କୌଣସି ପଦକ୍ଷେପ ନିଆଯାଉନି ।  

ପୂର୍ବରୁ ବିଏମ୍‌ସି ପକ୍ଷରୁ ମଶା ଉତ୍ପତି ସ୍ଥଳ  ଚିହ୍ନଟ କରିବାକୁ ଡ୍ରୋନ ଭେଳିକି ଦେଖାଇଥିଲେ ।  ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା । ହେଲେ  ମଶା ମଲେ ନାହିଁ । ଏଥର ନୂଆ ସରକାର ଶପଥ  ନେଲା ପରେ ନଗର ଉନ୍ନୟନ ବିଭାଗ କଣ ପଦକ୍ଷେପ  ନେଉଛି ତାକୁ ଦେଖିବାକୁ ବାକି ରହିଲା।

  • PrameyaOdia
  • prameya
  • dengue
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.