ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ହ୍ୱାଟ୍ସଆପ୍‌ ବ୍ୟବହାର କରୁଥିଲେ ସାବଧାନ ! ଏହି ଜରୁରୀ ଟିପ୍‌ସକୁ ଧ୍ୟାନରେ ରଖନ୍ତୁ

Published By : Prameya | June 9, 2024 6:37 PM

ନୂଆଦିଲ୍ଲୀ- ଏହି ସମୟରେ ହ୍ୱାଟ୍ସଆପ୍‌ ସାରା ଦୁନିଆର ୟୁଜରଙ୍କର ଅତି ପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହୋଇ ଯାଇଛି। କମ୍ପାନୀ ୟୁଜରଙ୍କ ଚ୍ୟାଟିଂ ଏକ୍ସପେରିଏନ୍ସକୁ ଉତ୍ତମ କରିବା ପାଇଁ ନୂଆ ନୂଆ ଫିଚର ଆଣିଥାଏ। ଏହା ସହ ସମୟ ସମୟରେ କମ୍ପାନୀ ସିକ୍ୟୁରିଟି ଓ ପ୍ରାଇଭେସି ସହ ଜଡ଼ିତ ଫିଚର ମଧ୍ୟ ରୋଲ୍‌ ଆଉଟ୍ କରିଥାଏ , ଏଇଥି ପାଇଁକି ୟୁଜରଙ୍କ ଡାଟା ନିରାପଦ ରହିବ। ହ୍ୱାଟ୍ସଆପ୍‌ ମାଧ୍ୟମରେ ହେବାକୁ ଥିବା ସ୍କାମ୍ସ ଯୋଗୁଁ ୟୁଜରଙ୍କୁ ମଧ୍ୟ ଆଲର୍ଟ ରହିବାର ଆବଶ୍ୟକ। ଏଥିପାଇଁ ଏଠାରେ ଆପଣଙ୍କ ପାଇଁ କିଛି ସାଧାରଣ ଭୁଲ୍‌ ବିଷୟରେ ଜଣାଇ ଦିଆ ଯାଉଛି। ଯାହା ଆପଣଙ୍କୁ ବଡ଼ ସମସ୍ୟାରେ ପକାଇ ପାରେ। ଏହାସହ ଆପଣ ହ୍ୱାଟ୍ସଆପ୍‌ରେ କେମିତି ସେଫ୍ ରହିବେ, ଏହାର ଟିପ୍ସ ମଧ୍ୟ ରହିଛି। ଆସନ୍ତୁ ଜାଣିବା ହ୍ୱାଟ୍ସଆପ୍‌ର ଏହି ସେଫ୍ଟି ଟିପ୍ସ ବିଷୟରେ। 

ମୋବାଇଲ ଫଟୋକୁ ହାଇଡ୍‌ ନକରିବା – ପ୍ରୋଫାଇଲ୍‌ ଫଟୋ ମାଧ୍ୟମରେ ଆଜିକାଲି ଖୁବ୍‌ ସ୍କାମ୍‌ ହେଉଛି। ଏଥିରେ ପ୍ରୋଫାଇଲ ଫଟୋକୁ ହାଇଡ୍‌ ନକରିବା ଆପଣଙ୍କୁ ବଡ଼ ଚିନ୍ତାରେ ପକାଇ ପାରେ। ଭଲ ହେବ କି କଣ୍ଟାକ୍ଟ ଲିଷ୍ଟର ବାହାର ୟୁଜରଙ୍କୁ ନିଜ ପ୍ରୋଫାଇଲ ଫଟୋ ଦେଖା ନଯାଉ। ହ୍ୱାଟ୍ସଆପ୍‌ ସବୁ ୟୁଜର ଓ ସିଲେକ୍ଟେଡ୍‌ କଣ୍ଟାକ୍ଟଙ୍କ ଠାରୁ ପ୍ରୋଫାଇଲ ପିକ୍ଚର ହାଇଡ୍‌ କରିବାର ଅପସନ ଦେଉଛି। ଏହି ଅପସନ ପାଇଁ ସର୍ବ ପ୍ରଥମେ ସେଟିଂସରେ ପ୍ରାଇଭେସି ଭିତରେ ଦିଆଯାଇ ଥିବା ପ୍ରୋଫାଇଲ ଫଟୋରେ ଟ୍ୟାପ୍‌ କରନ୍ତୁ। ଏଠାରେ ଆପଣଙ୍କୁ ଏଭ୍ରିୱାନ, ନୋବଡ଼ି ଓ ମାଇଁ କଣ୍ଟାକ୍ଟସର ଅପସନ ମିଳିବ।

ଅଜଣା ଲୋକଙ୍କୁ ଗ୍ରୁପ୍‌ରେ ଯୋଡ଼ନ୍ତୁ ନାହିଁ ଏବଂ ଭୁଲ୍‌ ସୂଚନା ସେୟାର କରନ୍ତୁ ନାହିଁ – 

ହ୍ୱାଟ୍ସଆପ୍‌ରେ କୌଣସି ବି ଅଜଣା ନମ୍ୱରରୁ ଆସିଥିବା ଗ୍ରୁପ୍‌ ରିକ୍ୱେଷ୍ଟକୁ ଓକେ କରନ୍ତୁ ନାହିଁ। ଆଜିକାଲି ଅନେକ ଗୁଡ଼ିଏ ବିଟକଏନ୍‌ ଓ ଟ୍ରେଡିଂ ସ୍କାମ୍‌ ୱାଟ୍ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ହିଁ କରାଯାଉଛି। ଏହା ବ୍ୟତୀତ ଜରୁରୀ କି ଆପଣ ବି କାହାକୁ ଗ୍ରୁପ୍‌ରେ ତାଙ୍କର ବିନା ଅନୁମତିରେ ଆଡ୍‌ ନକରନ୍ତୁ। ଏହାସହ ଏହା ବି ଧ୍ୟାନ ରଖିଥିବେ କି ଆପଣ ନିଜେ କେଉଁ ବିଷୟରେ ଗ୍ରୁପ୍‌ରେ କଣ ତଥ୍ୟ ସେୟାର କରୁଛନ୍ତି। 

ଲୋଭନୀୟ ମେସେଜ୍‌ ଉପରେ ଭରସା କରନ୍ତୁ ନାହିଁ – ହ୍ୟାକରମାନେ ଲୋଭନୀୟ ମେସେଜ୍‌ ପଠାଇ ୟୁଜରଙ୍କୁ ଠକି ଚାଲିଛନ୍ତି । ଏଥିରେ ଭଲ ହେବ କି ଆପଣ ଫ୍ରି ଗିଫ୍ଟ ବା କୌଣସି କଣ୍ଟାକ୍ଟର ୱିନର ହେବା ଟାଇପ୍‌ର ମେସେଜ୍‌ ଉପରେ ଭରସା କରନ୍ତୁ ନାହିଁ। ଏହାସହ ଏହି ମେସେଜ୍‌ରେ ପଠାଯାଇ ଥିବା ଲିଙ୍କ୍ସ ଉପରେ ମଧ୍ୟ ଭୁଲ୍‌ରେ କ୍ଲିକ୍‌ କରନ୍ତୁନି। ଏହା ବ୍ୟତୀତ ଗୁଡ୍‌ ଲକ୍‌ ପାଇଁ ୧୦ ଲୋକଙ୍କୁ ମେସେଜ୍‌ ଫରୱାର୍ଡ କରିବାର ଫେକ୍‌ ମେସେଜ୍‌ରୁ ନିବୃତ୍ତ ରୁହନ୍ତୁ।

ଟୁ-ଷ୍ଟେପ୍‌ ଭେରିଫିକେସନ ଖୁବ୍‌ ଜରୁରୀ – ହ୍ୱାଟ୍ସଆପ୍‌ରେ ସେଫ୍‌ ରହିବା ପାଇଁ ଟୁ-ଷ୍ଟେପ୍‌ ଭେରିଫିକେସନକୁ ଇନେବଲ କରିବା ବହୁତ ଜରୁରୀ। ଏହା ବ୍ୟତୀତ ନିଜର ଫୋନ୍‌କୁ ଲାଟେଷ୍ଟ ସଫ୍ଟୱେୟାର ଓ ସିକ୍ୟୁରିଟି ପ୍ୟାଚ୍‌ ସହ ଅପଡେଟ୍‌ କରିବା ଜାରି ରଖନ୍ତୁ। ଏହି ଦୁଇଟି ଦ୍ୱାରା ଫୋନ୍‌ ଓ ହ୍ୱାଟ୍ସଆପ୍‌ ଡାଟାର ସିକ୍ୟୁରିଟି ଆହୁରି ମଜବୁତ୍‌ ହୋଇଯାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.