ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଏଥର ବାଲିଯାତ୍ରାରେ ‘ଡିଜିଟାଲ୍‌ ଏସି ହ୍ୟାଙ୍ଗର୍‌’ ଆକର୍ଷଣ, ମଜା ଦେବ ହୋଲୋଗ୍ରାଫିକ୍‌ ଓ ଆନାମରଫିକ୍‌ ସୋ'

କଟକ, ୨୫/୧୧: ଡିଜିଟାଲ୍‌ କାନ୍‌ଭାସ୍‌ରେ ମ୍ୟାଜିକ୍‌ ମିରର୍‌ର ଭ୍ରମ । ତାହା ସହିତ ହୋଲୋଗ୍ରାଫିକ୍‌ ଓ ଆନାମରଫିକ୍‌ ସୋ ।  ଏସବୁ ମଧ୍ୟରେ ଏଲ୍‌ଇଡି ଡିସ୍‌ପ୍ଲେ । ତାହାବାଦ୍‌  ଚକିତ କଲା ଭଳି ଏଲ୍‌ଇଡି ସେଲ୍‌ଫି ପଏଣ୍ଟ୍‌  ପାଇଁ ରହିଛି ଆକର୍ଷଣୀୟ ରଙ୍ଗୀନ ହରିଣ ଓ  ଗଛ । ଏହିଭଳି ଅନେକ ଡିଜିଟାଲ୍‌ କାର୍ଯ୍ୟ ମଧ୍ୟରେ ବାଲିଯାତ୍ରାରେ ବୁଲିବା ପାଇଁ ଆସୁଥିବା ଲୋକଙ୍କୁ ନିଆରା ଅନୁଭବ ଦେବ ଡିଜିଟାଲ୍‌ ଏସି ହ୍ୟାଙ୍ଗର୍‌  ତଥା କଟକ ବାଲିଯାତ୍ରାର ଡିଜିଟାଲ୍‌ ପ୍ରଦର୍ଶନୀ ।  

ସିଏମ୍‌ସି ଦ୍ୱାରା ଚଳିତ ବର୍ଷ ବାଲିଯାତ୍ରା ତଳ ପଡିଆ ସ୍ଥିତ ‘କଟକ ଇନ୍‌ କଟକ’ ପାଶ୍ୱର୍ରେ  ୧୨ ହଜାର ବର୍ଗଫୁଟରେ ତିଆରି ଚାଲିଥିବା  ଏହି ଡିଜିଟାଲ୍‌ ଏସି ହ୍ୟାଙ୍ଗର୍‌ ହେବ ମୁଖ୍ୟ ଆକର୍ଷଣ । ଏଥିପାଇଁ ପଡିଆରେ ଠିକା ସଂସ୍ଥା ଦ୍ୱାରା ଜୋର୍‌ଦାର ନିର୍ମାଣ କାର୍ଯ୍ୟ ଚଳାଇଛି । ରାଜ୍ୟ ମାନ୍ୟତା ପାଇବା ପରେ ପ୍ରଶାସନ ପକ୍ଷରୁ ବାଲିଯାତ୍ରାରେ ନୂଆ ନୂଆ କାର୍ଯ୍ୟକ୍ରମ ଆୟୋଜନ  ହେଉଛି । ଗତ ବର୍ଷ ସିଏମ୍‌ସି  ପକ୍ଷରୁ କାଗଜ ଡଙ୍ଗା ତିଆରି  ହେବା ସହ ମହାନଦୀର ଜଳରାଶିରେ ଲେଜର୍‌ ଲାଇଟ୍‌ ସୋ ପ୍ରଦର୍ଶିତ ହୋଇଥିଲା ।  ସେହି ଅନୁସାରେ ଚଳିତ  ବର୍ଷ ମଧ୍ୟ ସିଏମ୍‌ସି ପକ୍ଷରୁ ଡିଜିଟାଲ୍‌ ବ୍ୟବସ୍ଥାକୁ  ଗୁରୁତ୍ୱ ଦିଆଯାଇ ସ୍ୱତନ୍ତ୍ର ଡିଜିଟାଲ୍‌ ପ୍ରଦର୍ଶନୀ ଜୋନ୍‌ ତିଆରି ଚାଲିଛି ।  

ଠିକା ସଂସ୍ଥା ଦ୍ୱାରା ପାଖାପାଖି ୩ କୋଟି ଟଙ୍କା  ଖର୍ଚ୍ଚ କରାଯାଇ ଏସି ହ୍ୟାଙ୍ଗର୍‌ ତଥା ଶୀତତାପ ନିୟନ୍ତ୍ରିତ ବନ୍ଦ କୋଠରୀ ତିଆରି ଚାଲିଛି । ଏଥିରେ ଡିଜିଟାଲ୍‌ର ନିଆରା ଅନୁଭବ ପାଇବେ ଲୋକେ । ଏଥିପାଇଁ ଦୁଇଟି ଆମ୍ୟୁଜମେଣ୍ଟ୍‌ ରହିଛି । ଗୋଟିଏରେ ୩ଡି ସଦୃଶ ରଙ୍ଗୀନ ଗଛ, ହରିଣ ଓ ଚଢେଇର ସେଲ୍‌ଫି ପଏଣ୍ଟ୍‌ ରହିବ ।  ତାହାସହିତ ଡିଜିଟାଲ୍‌ ଡିସ୍‌ ପ୍ଲେରେ ବାଲିଯାତ୍ରାର ଐତିହ୍ୟ ପ୍ରଦର୍ଶିତ କରାଯିବ । ଅନ୍ୟପକ୍ଷରେ  ଚକିତ କରିବା ଭଳି ଅତ୍ୟାଧୁନିକ ଆନାମରଫିକ୍‌  ଓ ହୋଲୋଗ୍ରାଫିକ୍‌ ଟେକ୍ନୋଲୋଜିରେ ଅନେକ  ସୋ’ ପ୍ରଦର୍ଶିତ ହେବ । ତାହାବାଦ୍‌ ଭର୍ଚୁଆଲ୍‌  ଜୋନ୍‌ରେ ୨୭୦ ଡିଗ୍ରୀ ପାନାରୋମିକ ସୋ’ର  ମଜା ନେବେ ଲୋକେ । ଗୋଟିଏ ଜୋନ୍‌ରୁ ଅନ୍ୟ  ଜୋନ୍‌କୁ ଯିବା ବାଟରେ ଏଲ୍‌ଇଡି କାନ୍‌ଭାସ୍‌ରେ  ମ୍ୟାଜିକ୍‌ ମିରର ଅନୁଭବ ପାଇବେ । 

ଏସବୁ  ପରେ କ୍ରିଏଟିଭ୍‌ ଆର୍ଟ ୱାଲ୍‌ ସାଙ୍ଗକୁ ପ୍ରବେଶ  ଦ୍ୱାରା ହେବ ବେଶ୍‌ ଆକର୍ଷଣୀୟ । ଗୋଟିଏ ଛାତ  ତଳେ ଏଭଳି ଅନେକ କିଛି ଅନୁଭବ ମିଳିବ ।  ଅନ୍ୟପକ୍ଷରେ ବାଲିଯାତ୍ରାରେ ଏକକାଳୀନ  ଲକ୍ଷାଧିକ ଲୋକଙ୍କ ସମାଗମ ହେବାକୁ ଥିବାରୁ ଏହି  ଜୋନ୍‌ରେ କିଭଳି ଭିଡ ନିୟନ୍ତ୍ରଣ କରାଯିବ ତାକୁ  ନେଇ ମଧ୍ୟ ଚିନ୍ତା ବଢିଛି । କାରଣ ‘କଟକ ଇନ୍‌  କଟକ’ ପାଖରେ ଟନେଲ୍‌ ଆକ୍ୱାରିୟମ, ଅକ୍ଷୟ  ମହାନ୍ତି ମଞ୍ଚ ରହିଥିବାରୁ ବେଶ ଭିଡ ଜମିବ ।

ବାଲିଯାତ୍ରା ଗାଡ଼ି ଷ୍ଟାଣ୍ଡ୍‌ ଟେଣ୍ଡର୍‌ ବିବାଦ: ୬୦ କୋଟିର ଷ୍ଟାଣ୍ଡ୍‌ ୧୯ ଲକ୍ଷକୁ ଖସିଲା, ନିଲାମରେ ୮ଟି ଷ୍ଟାଣ୍ଡ୍‌ ଆବଣ୍ଟନ

  • prameyanews
  • PrameyaOdia
  • prameya
  • BaliYatra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.