ମାଲକାନଗିରି, ୨୧/୩ (ଆପ୍ର ):- ପୂର୍ତ୍ତ ବିଭାଗ ପକ୍ଷରୁ ଜାତୀୟ ରାଜପଥ ରେ ବିଚିତ୍ର ଧରଣ ର ନାମ ଫଳକ ଲଗା ଯାଇଛି। ଯେଉଁଠି ଓଡ଼ିଆରେ ୪୪ କିଲୋମିଟର ଦୂରତା ଲେଖା ଯାଇଥିବା ବେଳେ ଇଂରାଜୀରେ ୨୯ କିଲୋମିଟର ଦୂରତା ବୋଲି ଲେଖା ଯାଇଛି। ଏପରି ବିଚିତ୍ର ମାଇଲ ବୋର୍ଡ ଦେଖିବାକୁ ମିଳିଛି ମାଲକାନଗିରି ସ୍ଥିତ ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ମାଥିଲି ଥାନା ନିକଟସ୍ଥ ମୂଖ୍ୟରାସ୍ତା ପାର୍ଶ୍ଵରେ ଥିବା Overhead gentry board ରେ।
ସୂଚନା ମୁତାବକ, ମାଥିଲି ଠାରୁ ମାଲକାନଗିରି ଦୂରତା ଓଡ଼ିଆ ରେ ଲେଖାଯାଇଅଛି ୪୪ କିମି କିନ୍ତୁ ଇଂରାଜୀ ରେ ତାର ଦୁରତା ୨୯ କିମି କିପରି ହୋଇଛି ତାହା ସମସ୍ତଙ୍କୁ ଚକିତ କରିଛି। ଏଥିପ୍ରତି ପୂର୍ତ୍ତ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନର କିପରି ନଜର ପଡୁନାହିଁ ତାହା ସାଦାରଣରେ ପ୍ରଶ୍ନବାଚି ସୃଷ୍ଟି କରିଚି। ମାଥିଲିରୁ ମାଲକାନଗିରିକୁ ପ୍ରକୃତ ଦୂରତା କେତେ ସେନେଇ ଗାଡିଚାଳକ ଓ ବାଟୋଇ ମାନେ ଠିକସେ ସୂଚନା ପାଇପାରୁ ନାହାନ୍ତି। ପୂର୍ତ୍ତ ବିଭାଗ ର ଏପରି ଭୁଲ ଲେଖା କୁ ନାପସନ୍ଦ କରିଛନ୍ତି ଜିଲ୍ଲା ବାସୀ।