ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

Jaipur: ପରକୀୟା ପ୍ରୀତିର କରୁଣ ପରିଣତି; ସ୍ୱାମୀକୁ ମାରି ପୋଡିଦେଲା ସ୍ତ୍ରୀ

Published By : Bijay Swain | March 20, 2025 6:18 PM

Image courtesy: indiatoday

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମିରଟ ହତ୍ୟାକାଣ୍ଡ ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ରାଜସ୍ଥାନ ଜୟପୁରରେ ଅନୁରୁପ ଭାବେ ଜଣେ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ଘଟଣାରେ ଅଭିଯୁକ୍ତ ମହିଳା ଜଣଙ୍କ ଏତିକିରେ ନଅଟକି ନିଜ ସ୍ୱାମୀଙ୍କ ଦେହରେ ନିଆଁ ମଧ୍ୟ ଲଗାଇଦେଇଥିବା ଜଣାପଡିଛି। ତେବେ ପରକିୟା ପ୍ରୀତି ପାଇଁ ସ୍ତ୍ରୀଲୋକ ଜଣଙ୍କ ଏପରି କାଣ୍ଡ ଘଟାଇଛି ବୋଲି ପୋଲିସ ସୂଚନା ପ୍ରଦାନ କରିଛି।

ଏହି ହତ୍ୟାକାଣ୍ଡରେ ମୃତ୍ୟୁ ହୋଇଥିବା ଯୁବକର ନାମ ଧନ୍ନାଲାଲ ସାଇନି ହୋଇଥିବା ବେଳେ ସେ ଜୟପୁରର ବିଭିନ୍ନ ଅଞ୍ଚଳରେ ପରିବା ବିକ୍ରି କରନ୍ତି ବୋଲି ଜଣାପଡିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ମୃତ ଯୁବକଙ୍କ ସ୍ତ୍ରୀର ନାମ ଗୋପାଳି ଦେବି ବୋଲି ଜଣାପଡିଛି। ଖବର ମୁତାବକ ଗୋପାଳି ଦୀର୍ଘ ପାଞ୍ଚ ବର୍ଷ ହେବ ସ୍ଥାନିୟ ଅଞ୍ଚଳର ଏକ ଲୁଗାଦୋକାନରେ କାମ କରୁଥିବା ଦୀନଦୟାଲ ନାମକ ଅନ୍ୟ ଏକ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ। ତେବେ ଏନେଇ ଧନଲାଲ କିଛି ଜାଣିନଥିବା ବେଳେ ମାତ୍ର କିଛି ଦିନ ତଳେ ତାଙ୍କୁ ଏ ସମ୍ପର୍କରେ ସୂଚନା ମିଳିଥିଲା। 

ଏ ସମ୍ପର୍କରେ ସୂଚନା ପାଇ ଧନ୍ନାଲାଲ ଗତ ମାର୍ଚ୍ଚ ୧୫ ତାରିଖରେ ଦୀନଦୟାଲ କାମ କରୁଥିବା ଦୋକାନରେ ପହଞ୍ଚି ଥିଲେ। ଦୋକାନରେ ପହଞ୍ଚିବା ପରେ ଧନ୍ନାଲାଲ ଉଭୟ ଦୀନଦୟାଲ ଓ ଗୋପାଳିଙ୍କୁ ଅଂସଯତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଆଉ ଏହା ପରେ ଏହାକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା। ହେଲେ ଝଗଡା ମଧ୍ୟରେ ଗୋପାଳି ଦେବୀ ଓ ତାଙ୍କ ପ୍ରେମିକା ଦୀନଦୟାଲ ରାଗରେ ନିଜ ହିତାହିତ ଜ୍ଞାନ ହରାଇ ଧନ୍ନାଲାଲଙ୍କୁ ହତ୍ୟା କରିଥିଲେ। 

ମାତ୍ର ଏତିକିରେ ଉଭୟଙ୍କ ମନ ଶାନ୍ତ ହୋଇନଥିଲା। ଉଭୟେ ଧନ୍ନାଲାଲଙ୍କ ମୃତଦେହକୁ ମୁଖ୍ୟ ଦୋକାନକୁ ନେଇଯାଇ ସେଠାରେ ଏକ ଲୁହାଛଡରେ ମୁଣ୍ଡକୁ ଛେଚିଦେଇଥିଲେ। ଏହାପରେ ମଧ୍ୟ ମନ ନବୁଝିବାରୁ ସେମାନେ ଏକ ରଶି ସାହାଯ୍ୟରେ ତାଙ୍କ ବେକ ଚାପିଦେଇଥିଲେ। ଏହାପରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ସ୍ପଷ୍ଟ ହେବାପରେ ଉଭୟେ ଧନ୍ନାଲାଲଙ୍କ ମୃତଦହକୁ ଏକ ଅଖାରେ ପୁରାଇ ଏକ ବାଇକ ଯୋଗେ ଭେରୁଜୀ ମନ୍ଦିର ନିକଟବର୍ତ୍ତୀ ଏକାନ୍ତ ଅଞ୍ଚଳକୁ ନେଇଯାଇଥିଲେ। ତେବେ ହତ୍ୟାର ପ୍ରମାଣ ଲୁଚାଇବାକୁ ଉଭୟେ ମୃତଦେହରେ ନିଆଁ ଲଗାଇଦେଇଥିଲେ। 

ଏହାପରେ ଉଭୟ ଦୀନଦୟାଲ ଓ ଗୋପାଳି ଦେବୀ ଜୟପୁର ଫେରାର ହୋଇଯିବାକୁ ଯୋଜନା କରିଥିଲେଷ ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଉଭୟଙ୍କୁ ଅଧାରାସ୍ତାରୁ ମାଡି ବସିଥିଲା। 

ଉତ୍ତରପ୍ରଦେଶର ମେରଟ ସହରରେ ହୋଇଥିବା ହତ୍ୟାକାଣ୍ଡକୁ ନେଇ ଦେଶରେ ଚର୍ଚ୍ଚା ଥମି ନଥିବା ବେଳେ ସେହିଭଳି ଆଉ ଏକ ହତ୍ୟାକାଣ୍ଡ ପାଇଁ ଦେଶରେ ଉତ୍ତେଜନା ପ୍ରକାଶ ପାଇଛି। ଆପଣଙ୍କୁ ଜଣାଇରଖୁ ଯେ ଗତକାଲି ମେରଟରେ ଜଣେ ମହିଳା ଓ ତାଙ୍କ ପ୍ରେମିକା ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଏକ ଡ୍ରମରେ ରଖି ତା ଉପରେ ସିମେଣ୍ଟ ଭରି ଦେଇଥିଲେ ବୋଲି ଜଣାପଡିଛି। ତେବ ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତ ମହିଳାଙ୍କ ସହ ତାଙ୍କ ପ୍ରେମିକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.