ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଛାତ୍ରଙ୍କ କମ୍ପ୍ୟୁଟର ଭଳି ହସ୍ତାକ୍ଷର ଦେଖି ଶିକ୍ଷକ ହୋଇଗଲେ ଆଶ୍ଚର୍ଯ୍ୟ, ଆନ୍ସରଶିଟ୍ ଭାଇରାଲ

ନୂଆଦିଲ୍ଲୀ – ଭଲ ହ୍ୟାଣ୍ଡରାଇଟିଂ ବା ହସ୍ତାକ୍ଷରକୁ ଦେଖିଲେ ସମସ୍ତଙ୍କ ମନ ଖୁସି ହୋଇଯାଏ। ସେ ଲେଖାଟିକୁ ପଢିବାକୁ ଆଗ୍ରହ ଆସେ। ଏହାର ଫାଇଦା ସ୍କୁଲରୁ ନେଇ କଲେଜ ଯାଏ ମିଳିଥାଏ। ଏଥିରେ କେବଳ କପି ଦେଖିବାକୁ ସୁନ୍ଦର ଲାଗି ନଥାଏ , ଶିକ୍ଷକ ମଧ୍ୟ ଭଲ ଭାବେ ପଢି ପାରନ୍ତି। ଏଥିପାଇଁ ପିଲାଦିନରୁ ହିଁ ପିତମାତା ହ୍ୟାଣ୍ଡରାଇଟିଂକୁ ଉତ୍ତମ ଭାବେ ଲେଖିବା ଉପରେ ଜୋର ଦେଇଥାନ୍ତି। ଇନଷ୍ଟାଗ୍ରାମରେ ହ୍ୟାଣ୍ଡରାଇଟିଂ ସହ ଜଡ଼ିତ ଏକ ଭିଡ଼ିଓ ଖୁବ୍‌ ଅଧିକ ଭାଇରାଲ ହେଉଛି।

ଏହି ଭିଡ଼ିଓଟି ପାକିସ୍ତାନର ଥିବା କୁହାଯାଉଛି। ଭିଡ଼ିଓରେ ଆପଣ ଦେଖିବେ କି ପିଲାମାନେ ଅନେକ କଳାଚାତୁରୀ ସହ ନିଜ ନିଜର ଆନ୍ସରଶିଟ୍‌ରେ ପ୍ରଶ୍ନର ଉତ୍ତର ଲେଖିଛନ୍ତି। ଉତ୍ତର ପେପରକୁ ଦେଖି ଜଣାପଡ଼ୁ କି, ପିଲାଟି ୮ମ ଶ୍ରେଣୀର ଛାତ୍ର। ସେ କାଲିଗ୍ରାଫିରେ ନିଜର ଉତ୍ତରକୁ ଲେଖିଛନ୍ତି। ତାଙ୍କର କପି ଖୁବ୍‌ ଆକର୍ଷଣୀୟ କରିବା ଭଳି। ଯିଏ ବି ଥରେ ଦେଖିବ ସେହି କପିକୁ ଆଉ ଥରେ ଦେଖିବାକୁ ଚାହିଁବ। 

ପିଲାଟି ନିଜ କପିର ହେଡିଂ ଓ ଉତ୍ତର ନମ୍ୱରକୁ ବଡ଼ ସୁନ୍ଦର ଭାବେ ହାଇଲାଇଟ୍‌ କରିଛନ୍ତି , ଯେଉଁଥିରେ କପି ଆହୁରି ଅଧିକ ସ୍ପଷ୍ଟ ଓ ସୁନ୍ଦର ଲାଗୁଛି। ଏହି ଭିଡ଼ିଓ ଇନଷ୍ଟାଗ୍ରାମର ହ୍ୟାଣ୍ଡଲ zoigram ରେ ସେୟାର କରାଯାଇଛି। ଭିଡ଼ିଓରେ ସେୟାର କରି କ୍ୟାପସନରେ ଲେଖାଯାଇଛି – ଏତେ ସମୟ କାହା ପାଖରେ ଥାଏ । 

ଉକ୍ତ ପୋଷ୍ଟକୁ ଏବେସୁଦ୍ଧା ୭ ଲକ୍ଷରୁ ଅଧିକ ଲାଇକ୍ସ ଓ ୧୩ ମିଲିୟନରୁ ଅଧିକ ଭ୍ୟୁଜ୍ ମିଳିଛି। ଅନେକ ୟୁଜର୍ସ ଏହି ଭିଡ଼ିଓରେ କମେଣ୍ଟ ମଧ୍ୟ କରିଛନ୍ତ। ଜଣେ ୟୁଜର ଲେଖିଛନ୍ତି – ଚଳନ୍ତା ପ୍ରିଣ୍ଟିଂ ମେସିନ୍‌ ଲାଗିଛି। ଦ୍ୱିତୀୟ ୟୁଜର ଲେଖିଛନ୍ତି-ଏମିତି ଏକ ପିଲା ତ ପ୍ରତି କ୍ଲାସରେ ରହିଥାଏ । ୩ୟ ୟୁଜର ଲେଖିଛନ୍ତି ଷ୍ଟୁଡେଣ୍ଟ ନା ପ୍ରିଣ୍ଟର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.