ପ୍ରମୂଖ ଖବର
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଫିଲ୍ମ ‘ହମାରେ ବାରାହ’ ରିଲିଜ ଉପରେ ରୋକ୍‌, ବିବାହିତ ମୁସଲମାନ ମହିଳାଙ୍କୁ ଭୁଲ୍‌ ଢଙ୍ଗରେ ଦର୍ଶାଯାଇଥିବା ଅଭିଯୋଗ

ନୂଆଦିଲ୍ଲୀ ୧୪/୦୬: ଅନୁ କପୁରଙ୍କ ଫିଲ୍ମ ‘ହମାରେ ବାରାହ’ ମୁକ୍ତିଲାଭ କରିବା ଉପରେ ସୁପ୍ରିମକୋର୍ଟ ଗୁରୁବାର ରୋକ ଲଗାଇଛନ୍ତି । ଶୁଣାଣିବେଳେ ଜଷ୍ଟିସ୍‌ ବିକ୍ରମ ନାଥ ଏବଂ ଜଷ୍ଟିସ୍‌ ସନ୍ଦୀପ ମେହତାଙ୍କ ଖଣ୍ଡପୀଠ କହିଥିଲେ, ଫିଲ୍ମର ଟିଜର ଦେଖିଛୁ । ସେଥିରେ ଥିବା ଡାଏଲଗ୍‌ ବେଶ୍‌ ଆପତ୍ତିଜନକ । ବମ୍ବେ ହାଇକୋର୍ଟରେ ଦାଖଲ ପିଟିସନରେ କୁହାଯାଇଥିଲା ଯେ, ଏହି ଫିଲ୍ମ ଇସ୍‌ଲାମର ମାନ୍ୟତା ବିରୋଧୀ ଏବଂ ବିବାହିତ ମୁସଲମାନ ମହିଳାଙ୍କୁ ଭୁଲ୍‌ ଢଙ୍ଗରେ ଦର୍ଶାଯାଇଛି । 

ଏହା ଉପରେ ଖଣ୍ଡପୀଠ କହିଥିଲେ, ଯେ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟରେ ଦାଖଲ ପିଟିସନ ଉପରେ କୌଣସି ରାୟ ଆସିନି ସେପର୍ଯ୍ୟନ୍ତ ଫିଲ୍ମର ସ୍କ୍ରିନିଂ ଉପରେ ରୋକ ରହିବ । ଏଥିସହ ହାଇକୋର୍ଟ ଏହି ମାମଲାରେ ଶୀଘ୍ର ଫଇସଲା ଶୁଣାନ୍ତୁ ବୋଲି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ଆସନ୍ତା ୧୪ ତାରିଖରେ ଫିଲ୍ମ ମୁକ୍ତିଲାଭ କରିବାକୁ ଥିବାବେଳେ ଏବେ ତାହାକୁ ଟାଳି ଦିଆଯାଇଛି । ପୂର୍ବରୁ ବମ୍ବେ ହାଇକୋର୍ଟ ଫିଲ୍ମର ରିଲିଜ ଉପରେ ରୋକ ଲଗାଇବାକୁ ମନା କରିଥିଲେ । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଆବେଦନକାରୀଙ୍କ ଓକିଲ ଫୌଜିଆ ଶକିଲ କହିଥିଲେ ଯେ, ହାଇକୋର୍ଟ ଏକ ଅନୁଚିତ ଆଦେଶ ମାଧ୍ୟମରେ ଏହି ଫିଲ୍ମର ରିଲିଜ ଉପରେ ରୋକ ଲଗାଇବାକୁ ମନା କରିଥିଲେ । ଫିଲ୍ମ ରିଲିଜ ଉପରେ ରୋକ ଲାଗିଲେ କ୍ଷତି ହେବ ବୋଲି ଚଳଚ୍ଚିତ୍ର ନିର୍ମାତାଙ୍କ ପକ୍ଷରୁ କୁହାଯାଇଥିଲା । ପୂର୍ବରୁ କର୍ଣ୍ଣାଟକରେ ‘ହମାରେ ବାରାହ’ ଫିଲ୍ମ ଉପରେ ବ୍ୟାନ୍‌ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.