ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଭାରତର ସବୁଠାରୁ ଅସଫଳ ଅଭିନେତା: ବନିଛନ୍ତି ସୁପରଷ୍ଟାର୍, ୨୫ ବର୍ଷରେ ଦେଇଛନ୍ତି ୧୮୦ଟି ଫ୍ଲପ୍ ଫିଲ୍ମ

ମୁମ୍ବାଇ ୧୭/୦୬: ଏକବିଂଶ ଶତାବ୍ଦୀ ଭାରତୀୟ ସିନେମା ପାଇଁ ଏକ ଭିନ୍ନ ଯୁଗ। ଭାରତୀୟ ସିନେମା ଜଗତ ଇତିହାସରେ ପ୍ରଥମ ଥର ବଡ଼ ଷ୍ଟାରମାନେ ନିଜ କାମର ବୋଝକୁ କମ୍ କରିଦେଇଛନ୍ତି। ବର୍ତ୍ତମାନ ସେମାନେ ବର୍ଷକୁ ଗୋଟିଏ ନଚେତ୍ ଦୁଇଟି ସିନେମାରେ କାମ କରୁଛନ୍ତି ଏବଂ କିଛି   ଏହାଠାରୁ ମଧ୍ୟ କମ୍‌ରେ ଅଛନ୍ତି। ବହୁତ ସୁପରଷ୍ଟାରଙ୍କର ହିଟ୍ ଫିଲ୍ମ ଆସିବା କମି ଯାଉଛି କିନ୍ତୁ ଏଥିସହିତ ଫ୍ଲପ୍ ଫିଲ୍ମ ମଧ୍ୟ କମିଛି। ଏହା ଗତ ଶତାବ୍ଦୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେତେବେଳେ ଅଭିନେତା ମାନେ ପ୍ରତ୍ୟେକ ବର୍ଷ ୧୨ ରୁ ଅଧିକ ସିନେମାରେ କାମ କରୁଥିଲେ ଏବଂ କିଛି ତ ଆଉରି ଅଧିକ ମଧ୍ୟ କରୁଥିଲେ। ଉକ୍ତ କାରଣରୁ ଏହି ସୁପରଷ୍ଟାର୍ଙ୍କର ଫିଲ୍ମ ସଂଖ୍ୟା ୧୮୦ ରେ ପହଞ୍ଚି ସାରିଛି, ଯାହା ଭାରତରେ ଜଣେ ପ୍ରମୁଖ ଅଭିନେତାଙ୍କ ସବୁଠାରୁ ଅଧିକ ଫିଲ୍ମ ହୋଇଥାଏ।

ମିଥୁନ ଚକ୍ରବର୍ତ୍ତୀଙ୍କୁ ଭାରତୀୟ ସିନେମାରେ ଏକ ଅଭିନେତା ରୂପରେ ସବୁଠାରୁ ଅଧିକ ଫ୍ଲପ୍ ଫିଲ୍ମ ଦେବାର ସନ୍ଦିଗ୍ଧ ଗୌରବ ପ୍ରାପ୍ତହୋଇଛି। ଅଭିନେତା ନିଜର ପାଞ୍ଚଦଶକର ଯାତ୍ରାରେ ୨୭୦ ଟି ଫିଲ୍ମ ରେ କାମ କରିଛନ୍ତି। ସେଥିରୁ ରେକର୍ଡ ୧୮୦ ଟି ଫିଲ୍ମ ଫ୍ଲପ୍ ହୋଇଛି। ଏହା ମିଥୁନଙ୍କ ଦ୍ଵାରା ୮୦ ଏବଂ ୯୦ ଦଶକରେ ଭାରି ସଂଖ୍ୟାରେ କମ୍ ବଜେଟର ଫିଲ୍ମ କରିବାର ପରିଣାମ। ୨୦୦୦ ଦଶକର ଆରମ୍ଭରେ ଏକ ସମୟ ଥିଲା, ଯେତେବେଳେ ମିଥୁନଙ୍କର ୩୩ ଟି ଫିଲ୍ମ ଲଗାତାର ଫ୍ଲପ ହୋଇଥିଲା । ସେଥିପାଇଁ ୨୦୦୭ ପରଠାରୁ ଅଭିନେତା ନିଜର ପ୍ରୋଜେକ୍ଟ ପାଇଁ ଅତ୍ୟନ୍ତ ଚୟନାତ୍ମକ ହୋଇଛନ୍ତି। ଯାହା ଫଳରେ ବିଗତ ୧୦ ବର୍ଷରେ ତାଙ୍କର ଫ୍ଲପ୍ ଫିଲ୍ମର ସଂଖ୍ୟା ସ୍ଥିର ରହିଛି ।

ମିଥୁନଙ୍କର ୧୮୦ ଟି ଅର୍ଥାତ୍ ଦୁଇ ତୃତୀୟାଂଶ ଫିଲ୍ମ ଫ୍ଲପ୍ ହେବା ପରେ ମଧ୍ୟ ତାଙ୍କୁ ବୋହୁତ ସମ୍ମାନ ମିଳୁଛି। ଏହାର କାରଣ ହେଉଛି ସେ କଣ କଣ କରିଛନ୍ତି। ମିଥୁନ ନିଜର ପ୍ରଥମ ଫିଲ୍ମ ‘ମୃଗୟା’ ପାଇଁ ସର୍ବଶ୍ରେଷ୍ଠ ଅଭିନେତାର ରାଷ୍ଟ୍ରୀୟ ପୁରସ୍କାର ପାଇଛନ୍ତି। ସେ ‘ଡିସ୍କୋ ଡାନସର୍’ ଫିଲ୍ମ ଜରିଆରେ ଇଣ୍ଡଷ୍ଟ୍ରିକୁ ପ୍ରଥମଥର ୧୦୦ କୋଟି ର ହିଟ୍ ଫିଲ୍ମ ମଧ୍ୟ ଦେଇଛନ୍ତି। ୮୦ଦଶକରେ ମିଥୁନ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି, ଯେଉଁଥିରେ  ସେ ଏକା ଏବଂ ସାମୁହିକ ଭାବରେ ଅଭିନୟ କରିଥିଲେ। ଏସବୁ ସହିତ ତାଙ୍କର ଚମତ୍କାର ନୃତ୍ୟ କଳା ତାଙ୍କୁ ସୁପରଷ୍ଟାର କରିଦେଇଛି।

ଫ୍ଲପ୍ ଫିଲ୍ମର ଗଣତିରେ ମିଥୁନଙ୍କର କୌଣସି ମୁକାବିଲା ହିଁ ନାହିଁ। ଏହି ସୂଚୀରେ ପରବର୍ତ୍ତୀ ନାମ ଜୀତେନ୍ଦ୍ରଙ୍କର ରହିଛି। ସେ ୧୦୬ ଟି ଫ୍ଲପ୍ ଫିଲ୍ମ ଦେଇଛନ୍ତି। ତାଙ୍କ ପରେ ଧର୍ମେନ୍ଦ୍ର ୯୯ ଟି ଫ୍ଲପ୍ ଫିଲ୍ମ କରିଛନ୍ତି। ବର୍ତ୍ତମାନର ଅଭିନେତାଙ୍କ ମଧ୍ୟରେ ଗୋବିନ୍ଦାଙ୍କର ୭୫, ସଞ୍ଜୟ ଦତ୍ତଙ୍କର ୭୦, ଅନିଲ କପୁରଙ୍କର ୫୫, ଅଜୟ ଦେବଗନଙ୍କର ୪୮, ସଲମାନ ଖାନଙ୍କର ୩୬, ସହାରୁଖ ଖାନଙ୍କର ୨୪ ଏବଂ ଆମିର ଖାନ ୧୭ ଟି ଫ୍ଲପ୍ ଫିଲ୍ମ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.