ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଖୁବଶୀଘ୍ର କୋଟିଏ ଛୁଇଁବ ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ସଂଖ୍ୟା, ୯୮ଲକ୍ଷ ଲୋକ ଯୋଜନାରେ ହୋଇଛନ୍ତି ସାମିଲ

Published By : prameya | February 11, 2025 2:36 PM

ଭୁବନେଶ୍ୱର,୧୧/୦୨:  ମାର୍ଚ୍ଚ ୮ ତାରିଖ ପୂର୍ବରୁ କୋଟିଏ ଛୁଇଁବ ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷ ଲୋକ ସୁଭଦ୍ରା ଯୋଜନାରେ ହୋଇସାରିଛନ୍ତି ସାମିଲ । ଡ଼ିବିଟି ମାଧ୍ୟମରେ ମହିଳା ହିତାଧିକାରୀଙ୍କକୁ ଦିଆଯାଉଛି ଟଙ୍କା । ଏନେଇ ଲୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଏହା ମଧ୍ୟ ପଢନ୍ତୁ- ପାଞ୍ଜିରେ ଭୁଲ୍ ତଥ୍ୟ ଦେଲେ ହେବ କାର୍ଯ୍ୟାନୁଷ୍ଠାନ, ୫ଟି ପଞ୍ଜିକାକୁ ସ୍ଵୀକୃତି

୩୨ ତମ ମହିଳା ଆୟୋଗ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ସେ ଏହି ସୂଚନା ଦେଇଛନ୍ତି। ଯେଉଁ ଯୋଗ୍ୟ ମହିଳାମାନେ ବାଦ ପଡିଛନ୍ତି ବା ତାଙ୍କର ନାମ କଟିଯାଇଛି  । ତାଙ୍କ ନାମ ଆଙ୍ଗନବାଡ଼ି କେନ୍ଦ୍ର ବା ବ୍ଲକ ବା ଜିଲ୍ଲା ତାଲିକାରେ ଅଛି । ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନେ  ବ୍ଲକରେ ଯାଇ ସୁଭଦ୍ରା କମିଟିକୁ ଭେଟି ଆବେଦନ କରନ୍ତୁ ସୁଭଦ୍ରା ଯୋଜନାରେ ସେମାନଙ୍କୁ ପୁଣି ଯୋଡ଼ି ଦିଆଯିବ। ଯେଉଁ ମହିଳାଙ୍କ  ଡି଼ବିଟି ଆକାଉଣ୍ଟ ନାହିଁ ସେମାନେ ବ୍ୟାଙ୍କ ଯାଇ ତୁରନ୍ତ ଅପଡେଟ କରିଦେବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.