ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ବେତନଟୀ ଶାଖା କେନାଲରେ ଖସି ପଡ଼ିଥିବା ହାତୀ ଶାବକ ଦୀର୍ଘ ୪ ଘଣ୍ଟା ପରେ ଉଦ୍ଧାର

ବେତନଟୀ, ୦୩/୦୭ : ବେତନଟୀ ରେଞ୍ଜ ତଥା ଥାନା ଅଧୀନ ଅସନବଣି ଗାଁ ଦେଇ ଯାଇଥିବା ଶାଖା କେନାଲରେ ଏକ ହାତୀଶାବକ ଗଳି ପଡ଼ିଥିଲା। ଦୀର୍ଘ ୪ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟର ଉଦ୍ୟମ ପରେ ଶେଷରେ ହାତୀଶାବକକୁ କେନାଲରୁ ବୁଧବାର ସକାଳେ ଉଦ୍ଧାର କରିବାରେ ସଫଳ ହୋଇଛି ବେତନଟୀ ବନବିଭାଗ। 

ସୂଚନା ମୁତାବକ, ଏକ ବଣୁଆ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଅସନବଣି ଗାଁ ମୁହାଁ ହୋଇଥିବା ବେଳେ ଅନ୍ଧାର ରାତିରେ ଆସବଧାନତାବଶତଃ ହାତୀଶାବକଟି ସୁବର୍ଣ୍ଣରେଖା ଶାଖା କେନାଲରେ ଖସି ପଡ଼ିଥିଲା। ହାତୀଶାବକ ଶାଖା କେନାଲରେ ଖସି ପଡିବା ପରେ ବାହାରି ନପାରିବାରୁ ହାତୀଶାବକର ମା ଓ ଅନ୍ୟହାତୀ ପ୍ରଚଣ୍ଡ ଗର୍ଜନ କରିଥିଲେ। ହାତୀମାନଙ୍କ ଗର୍ଜନ ଶୁଣି ଗ୍ରାମବାସୀ, ଗଜସାଥୀ ଟିମ୍ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଜେସିବି ଦ୍ୱାରା କେନାଲର କିଛି ଅଂଶକୁ ପୋତି ଶାବକକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ତେବେ ହାତୀ ଶାବକ ପାଖରେ ଜଗି ରହିଥିବା ମା'ହାତୀ ଓ ଅନ୍ୟ ଏକ ବିଶାଳ ହାତୀ ଶାବକର ସୁରକ୍ଷାକୁ ନେଇ ଆକ୍ରମଣାତ୍ମକ ହୋଇଉଠିଥିଲେ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜେସିବି ଉପରେ ଘନ ଘନ ଆକ୍ରମଣ କରୁଥିଲେ। ଶେଷରେ ଦୀର୍ଘ ଚାରି ଘଣ୍ଟାର ନିରବଛିନ୍ନ ଉଦ୍ୟମ ପରେ କେନାଲ ଭିତରୁ ହାତୀ ଶାବକକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ଶାବକ ନିଜର ମା ସହିତ ଜଙ୍ଗଲରେ ଥିବା ମୁଖ୍ୟ ଦଳକୁ ଫେରି ଯାଇଥିଲା।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.