ପୁରୀ, ୨୫/୧୦ : ଗୁରୁବାର ଶ୍ରୀମନ୍ଦିରରେ ରାତ୍ର ପହୁଡ଼ ଶୀଘ୍ର ହୋଇଥିବାରୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସମସ୍ତ ପାଳିଆ ସେବକ ଏବଂ ଶ୍ରୀମନ୍ଦିର କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଗୁରୁବାର ଏକାନ୍ତ ନୀତି ସାରି ଦିଅଁ ବାହୁଡ଼ା ବିଜେ ୭ଟା ୩୫ରେ ହୋଇଥିଲା । ସେହିପରି ମଇଲମ ୭ଟା ୫୦ମିନିଟରେ , ଚନ୍ଦନ ଲାଗି ୮ଟା ୧୦ରେ, ବଡ଼ ସିଂହାର ବେଶ ୮ଟା ୫୦ରେ, ବଡ଼ସିଂହାର ଭୋଗ ୯ଟା ୨୫ରେ , ରାତ୍ର ପହୁଡ଼, ୯ଟା ୫୫ରେ ହୋଇଥିଲା ।