କେନ୍ଦ୍ରାପଡ଼ା, ୨୪/୧୦ : କେନ୍ଦ୍ରାପଡ଼ାରେ ଦେଖାଦେଲାଣି ବାତ୍ୟାର ପ୍ରକୋପ। ବୁଧବାର ରାତିରୁ ତୁହାକୁ ତୁହା ବର୍ଷା ସହ ପବନ ବହିବା ଆରମ୍ଭ ହୋଇଛି। ଆକି ସକାଳୁ ପବନ ଓ ବର୍ଷାର ଗତି ବଢିଯାଇଛି। କେନ୍ଦ୍ରାପଡା ପୌରାଞ୍ଚଳରେ ବସ୍ତି ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏଥିପାଇଁ ମୁନିସିପାଲଟି ପକ୍ଷରୁ ୮ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଛି।
ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ହେଉଛି ଦାନା। ଗତ ୬ ଘଣ୍ଟାରେ ୧୨ କିମି ବେଗରେ ବାତ୍ୟା ଗତି କରୁଛି। ପାରାଦୀପର ଦକ୍ଷିଣପୂର୍ବକୁ ୨୬୦ କିମି ଦୂରରେ ରହିଛି। ସେହିପରି ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୨୯୦ କିମି ଦୂରରେ ରହିଛି। ସାଗର ଦ୍ଵୀପର ଦକ୍ଷିଣକୁ ୩୫୦ କିମି ଦୂରରେ ରହିଛି। ଆଜି ମଧ୍ୟରାତି ଓ କାଲି ସକାଳ ମଧ୍ୟରେ ଭିତରକନିକା ଓ ଧାମରା ପାଖରେ ଲ୍ୟାଣ୍ଡଫଲ୍ କରିବ।