ପ୍ରମୂଖ ଖବର
  • ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ମାଡ଼ି ଆସୁଛି ଦାନା
  • ||
  • ବାତ୍ୟା ଦାନା ପାଇଁ ୨ ଦିନ ବନ୍ଦ ରହିବ ହାଇକୋର୍ଟ
  • ||
  • କେନ୍ଦୁଝର : ପୋଖରୀରେ‌ ଗାଧୋଇବା ବେଳେ ଅଘଟଣ; ଗଭୀର ପାଣିରେ ବୁଡି ପୁଅ, ଝିଅ ସହ ମାଙ୍କ ମୃତ୍ୟୁ
  • ||
  • ନବରଙ୍ଗପୁର : ଗୁରୁସିଙ୍ଗା ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଠାବ, କାରଣ ଅସ୍ପଷ୍ଟ
  • ||
  • ନୟାଗଡ : ବିପୁଳ ପରିମାଣର କଫ୍ ସିରଫ ଜବତ, ୩ ଅଟକ
  • ||
  • ବାତ୍ୟା ପାଇଁ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବାତିଲ, ଜାରି ହେଲା ହେଲ୍ପ ଲାଇନ ନମ୍ୱର
  • ||
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ମହାରାଷ୍ଟ୍ର ନିର୍ବାଚନ: ୮୫-୮୫-୮୫ ଫର୍ମୁଲାରେ ରାଜି କଂଗ୍ରେସ, ଉଦ୍ଧବ ସେନା ଓ ଶରଦ ପାଓ୍ବାରଙ୍କ ଏନସିପି

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ମହାବିକାଶ ଅଘାଡ଼ି (ଏମଭିଏ)  ମେଣ୍ଟରେ ଆସନ ବୁଝାମଣା ହୋଇଛି । କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନସିପି (ଏସ୍‌ପି) ୮୫ଟି ଲେଖାଏଁ ଆସନରେ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର ହୋଇଛି । ଏମଭିଏର ପ୍ରତି ସହଯୋଗୀଙ୍କୁ ୮୫ ଆସନ ମିଳିଥିବା ବେଳେ ମୋଟ ୨୫୫ ଆସନରେ ସହମତି ହୋଇଛି । ତେବେ ୨୮୮ ଆସନ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବାକି ସିଟ୍‌ ଏମଭିଏ ଅନ୍ୟ ଛୋଟ ସହଯୋଗୀ ଦଳଙ୍କ ଲାଗି ଛାଡ଼ିବ ବୋଲି ଜଣାପଡ଼ିଛି । ଏମଭିଏରେ ଆସନ ବୁଝାମଣା ଶେଷ ହୋଇଥିବା ନେଇ ଶିବସେନା (ୟୁବିଟି) ନେତା ସଂଜୟ ରାଉତ କହିଛନ୍ତି । 

 ସଂଜୟ ରାଉତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆସନ ବୁଝାମଣା ନେଇ ଆମର ଶେଷ ବୈଠକ ଶରଦ ପାଓ୍ବାରଙ୍କ ସାମ୍ନାରେ ହୋଇଛି । ମୋତେ ଏନେଇ ସୂଚନା ଦେବାକୁ ସେ କହିଛନ୍ତି । ଆମେ ପିଡବ୍ଲୁପି, ସିପିଏମ, ସିପିଆଇ ଏବଂ ଆମ ଆଦମୀ ପାର୍ଟି କେତେକ ଆସନ ଦେବୁ ।’ ସେପଟେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ କହିଛନ୍ତି, ଗୁରୁବାର ବାକି ଆସନର ଚିତ୍ର ସ୍ପଷ୍ଟ ହୋଇଯିବ । ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ଆମକୁ ହିଁ ବହୁମତ ମିଳିବ । 




 କଂଗ୍ରେସ, ଶରଦ ପାଓ୍ବାର ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ଯେଉଁ ବାକି ଥିବା ଆସନ ସଂପର୍କରେ ଆଲୋଚନା ହେବ, ଏଥିରୁ କାହାକୁ କେତେ ଆସନ ମିଳିବ ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ିବା ଲାଗି ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି ଏବଂ ଅନ୍ୟ ଦଳ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ଏଥର ମହାରାଷ୍ଟ୍ର ନିର୍ବାଚନରେ କେବଳ ଏମଭିଏ ନୁହେଁ ବରଂ ଇଣ୍ଡି ମେଣ୍ଟର ପ୍ରାର୍ଥୀମାନେ ମୈଦାନରେ ରହିବେ ।

 

 

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.