ପ୍ରମୂଖ ଖବର
  • ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ମାଡ଼ି ଆସୁଛି ଦାନା
  • ||
  • ବାତ୍ୟା ଦାନା ପାଇଁ ୨ ଦିନ ବନ୍ଦ ରହିବ ହାଇକୋର୍ଟ
  • ||
  • କେନ୍ଦୁଝର : ପୋଖରୀରେ‌ ଗାଧୋଇବା ବେଳେ ଅଘଟଣ; ଗଭୀର ପାଣିରେ ବୁଡି ପୁଅ, ଝିଅ ସହ ମାଙ୍କ ମୃତ୍ୟୁ
  • ||
  • ନବରଙ୍ଗପୁର : ଗୁରୁସିଙ୍ଗା ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଠାବ, କାରଣ ଅସ୍ପଷ୍ଟ
  • ||
  • ନୟାଗଡ : ବିପୁଳ ପରିମାଣର କଫ୍ ସିରଫ ଜବତ, ୩ ଅଟକ
  • ||
  • ବାତ୍ୟା ପାଇଁ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବାତିଲ, ଜାରି ହେଲା ହେଲ୍ପ ଲାଇନ ନମ୍ୱର
  • ||
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

୫୦ ମିନିଟ୍‌ ଧରି କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି । ଋଷରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ୨୦୧୯ରେ ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଏହା ପରେ ଯଦିଓ ୨୦୨୨ ଏବଂ ୨୦୨୩ରେ ଦୁଇ ନେତାଙ୍କ ମଧ୍ୟରେ ସଂକ୍ଷିପ୍ତ ସାକ୍ଷାତ ହୋଇଥିଲା କିନ୍ତୁ ବ୍ରିକ୍ସ ସମ୍ମିଳନୀ ଅବସରରେ ଦୁହେଁ ପ୍ରାୟ ୫୦ ମିନିଟ ଧରି କଥାବାର୍ତ୍ତା ହୋଇଛନ୍ତି । ଦ୍ବିପାକ୍ଷିକ ବୈଠକରେ ଜିନପିଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ବିଶ୍ବ ଶାନ୍ତି ଏବଂ ସ୍ଥିରତା ଲାଗି ଆମର ଏହି ବୈଠକ ଗୁରୁତ୍ବପୂର୍ଣ୍ଣ । ସୀମା ପ୍ରସଙ୍ଗରେ ସହମତି ଲାଗି ଧନ୍ୟବାଦ । ମୋତେ ବିଶ୍ବାସ ଅଛି ଯେ ଆମେ ଖୋଲାମନରେ ଆଲୋଚନା କରିବା ।’ 

 ସେପଟେ କାଜାନରେ ଆୟୋଜିତ ଏହି ଦ୍ବିପାକ୍ଷିକ ବୈଠକ ଚୀନ ଏବଂ ଭାରତ ମଧ୍ୟରେ ସଂପର୍କକୁ ଆହୁରି ମଜଭୁତ କରିବ ବୋଲି ସି ଜିନପିଙ୍ଗ କହିଛନ୍ତି । ଏହା ସହ ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ମଜଭୁତ କରିବା ଉଚିତ, ମତଭେଦକୁ ଉଚିତ ଢ଼ଙ୍ଗରେ ପରିଚାଳନା କରିବା ସହ ଦୁହେଁ ଦୁହିଁଙ୍କ ବିକାଶର ସ୍ବପ୍ନ ସାକାର କରିବା ଦରକାର ବୋଲି ସି ଜିନପିଙ୍ଗ କହିଥିବା ନେଇ ଚୀନ୍ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।   


    


 ବୈଠକରେ ଜିନପିଙ୍ଗ ଆହୁରି କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ସମ୍ବନ୍ଧକୁ ବୁଝିବାକୁ ହେବ । ସେପଟେ ପ୍ରଧାନମନ୍ତ୍ରୀ ମୋଦୀ  ଭାରତ-ଚୀନ୍ ସୀମା ପ୍ରସଙ୍ଗରେ ହୋଇଥିବା ସହମତିକୁ ସ୍ବାଗତ କରିଛନ୍ତି । ସୀମା ବୁଝାମଣା, ଦ୍ବିପାକ୍ଷିକ ବିଶ୍ବାସ, ସମ୍ମାନ ଏବଂ ସମ୍ବେଦନଶୀଳତା ଦୁଇ ଦେଶର ସଂପର୍କର ମୂଳଦୁଆ ହେବା ଦରକାର ବୋଲି ମୋଦୀ କହିଛନ୍ତି । ତେବେ ମୋଦୀ ଏବଂ ଜିନପିଙ୍ଗ ବ୍ରିକ୍ସ ନେତାଙ୍କ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ବାରା ଆୟୋଜିତ ରାତ୍ର ଭୋଜନ ପୂର୍ବରୁ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ଦୀର୍ଘ ୫ ବର୍ଷ ପରେ ଦୁଇ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଦୁଇ ଦେଶ ପୁଣି ପାଟ୍ରୋଲିଂ ଲାଗି ରାଜି ହେବା ପରେ ମୋଦୀ ଏବଂ ଜିନପିଙ୍ଗଙ୍କ ଏହି ବୈଠକ  ଭାରତ ଓ ଚୀନ୍‌ ମଧ୍ୟରେ ସୁସଂପର୍କ ସ୍ଥାପନ  ଲାଗି ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।    

  • Russia
  • Narendra Modi
  • Xi Jinping
  • Russian President
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.