ପ୍ରମୂଖ ଖବର
  • ନବରଙ୍ଗପୁର : ଗୁରୁସିଙ୍ଗା ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଠାବ, କାରଣ ଅସ୍ପଷ୍ଟ
  • ||
  • ନୟାଗଡ : ବିପୁଳ ପରିମାଣର କଫ୍ ସିରଫ ଜବତ, ୩ ଅଟକ
  • ||
  • ବାତ୍ୟା ପାଇଁ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବାତିଲ, ଜାରି ହେଲା ହେଲ୍ପ ଲାଇନ ନମ୍ୱର
  • ||
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

କଂଗ୍ରେସ, ଉଦ୍ଧବ, ଶରଦ ବନାମ ବିଜେପି, ସିନ୍ଦେ, ଅଜିତ: ଫାଇନାଲ ହୋଇଗଲା ସିଟ୍‌ ଫର୍ମୁଲା?

ମୁମ୍ବାଇ, ୨୩/୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୦ ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ତେବେ ଏଥିପାଇଁ ଭୋଟ୍ ଗଣନା ୨୩ ନଭେମ୍ବରରେ କରାଯିବ। ଏହାରି ଭିତରେ ମହାବିକାଶ ଆଘାଡି ଏବଂ ମହାୟୁତି ମଧ୍ୟରେ ସିଟ୍‌ ବଣ୍ଟନ ସମ୍ପର୍କରେ ଆଲୋଚନା ଚାଲିଛି। ସୂଚନାନୁସାରେ, ଉଭୟ ଗୋଷ୍ଠୀ ସିଟ୍ ବାଣ୍ଟିବା ନେଇ ପ୍ରାୟ ଏକ ଚୁକ୍ତି କରିଛନ୍ତି। କଂଗ୍ରେସ, ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ, ଶରଦ ପାୱାରଙ୍କ ଏନସିପି ମଧ୍ୟରେ ସିଟ୍ ବଣ୍ଟନ ସମ୍ପର୍କରେ ଆଲୋଚନା ଚୂଡ଼ାନ୍ତ ହୋଇଛି। ଏଥି ସହ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପି ମଧ୍ୟ ଏହି ଫର୍ମୁଲା ସ୍ଥିର କରିଛନ୍ତି। ଏହାକୁ ଯେକୌଣସି ଦିନ ବିଧିବଦ୍ଧ ଭାବେ କରାଯାଇପାରେ।

ମହାରାଷ୍ଟ୍ରରେ ଏନଡିଏରେ ଆସନ ବଣ୍ଟନ ପ୍ରାୟ ସ୍ଥିର ହୋଇସାରିଛି। ଭାରତୀୟ ଜନତା ପାର୍ଟି ୧୫୦ ରୁ ୧୫୫ ଟି ସିଟ୍‌ ପାଇଁ ପ୍ରାର୍ଥୀ ଦେଇପାରେ। ଏଠାରେ ଏକନାଥ ସିନ୍ଦେଙ୍କ ଶିବସେନା ୭୮ ଟି ସିଟ୍ ପାଇବାର ସମ୍ଭାବନା ରହିଛି। ଏଥିସହ ଅଜିତ ପାୱାରଙ୍କ ଦଳକୁ ୫୨ ରୁ ୫୪ ଟି ସିଟ୍ ମିଳିପାରେ। ଏନଡିଏରେ ସିଟ୍‌ ବଣ୍ଟନକୁ ନେଇ ଅନେକ ପର୍ଯ୍ୟାୟ ଆଲୋଚନା ହୋଇଛି। ଏହାର ବିଧିବଦ୍ଧ ଘୋଷଣା ଯେକୌଣସି ସମୟରେ କରାଯାଇପାରେ। 

ଏକନାଥ ସିନ୍ଦେଙ୍କ ଦଳ ମଙ୍ଗଳବାର ବିଳମ୍ବିତ ରାତିରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ୪୫ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଠାଣେର କୋପରି-ପାଚପାଖାଡିରୁ ତଥା ଅଧା ଡଜନେରୁ ଅଧିକ କ୍ୟାବିନେଟ ସଦସ୍ୟଙ୍କୁ ସେମାନଙ୍କ ସମ୍ବନ୍ଧିତ ଆସନରୁ ମନୋନୀତ କରିଛନ୍ତି। କ୍ଷମତାସୀନ ଦଳ ପାଖାପାଖି ସମସ୍ତ ବିଧାୟକଙ୍କୁ ପୁଣିଥରେ ଟିକଟ ଦେଇଛି, ଯେଉଁମାନେ ଜୁନ୍ ୨୦୨୨ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହର ନେତୃତ୍ୱ ନେଇ‌ଥିବା ଏକନାଥ ସିନ୍ଦେଙ୍କୁ ସମର୍ଥନ କରି‌ଥିଲେ। 

ଅଭିଳେଶ ମାଗିଲେ ୧୨ ସିଟ୍: 

ଏହାରି ଭିତରେ ସମାଜବାଦୀ ପାର୍ଟି (ସପା) ମହାରାଷ୍ଟ୍ରର ମହାବିକାଶ ଆଘାଡି (ଏମ୍‌ଭିଏ) ରୁ ୧୨ ଟି ଆସନ ମାଗିଛନ୍ତି। ଅକ୍ଟୋବର ୧୯ ରେ ଦଳର ମୁଖ୍ୟ ଅଖିଳେଶ ଯାଦବ ଧୁଲେ ବିଧାନସଭା ସିଟି ଆସନରୁ ପ୍ରାର୍ଥୀ ଘୋଷଣା କରିଥିଲେ। ଅଖିଳେଶ ଯାଦବ କହିଛନ୍ତି, "ଆମେ ଏମ୍‌ଭିଏ ରୁ ୧୨ ଟି ସିଟ୍ ମାଗିଛୁ। ସିଟ୍ ଗୁଡିକର ସବିଶେଷ ତଥ୍ୟ ମଧ୍ୟ ସେମାନଙ୍କୁ ପଠାଯାଇଛି।" ଅକ୍ଟୋବର ୧୮ ରେ ସମାଜବାଦୀ ପାର୍ଟି ଭିୱଣ୍ଡି ପୂର୍ବର ବିଧାୟକ ରଇସ ଶେଖ, ଭିଓ୍ବଣ୍ଡି ପଶ୍ଚିମରୁ ରିୟାଜ ଆଜମୀ ଏବଂ ମାଲେଗାଓଁ ସେଣ୍ଟ୍ରାଲରୁ ଶାନ-ଏ-ହିନ୍ଦଙ୍କ୦ ନାମାଙ୍କନ ଘୋଷଣା କରିଥିଲେ।

ପୁଣି ଶଙ୍କଟମୋଚକ ସାଜିଲେ ଶରଦ: 

ବିରୋଧୀ ଦଳ ମଧ୍ୟରେ ଆସନକୁ ନେଇ ବିବାଦ ବଢ଼ୁଥିବା ଦେଖି କଂଗ୍ରେସ ଏବଂ ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ଶରଦ ପାୱାରଙ୍କ ଶରଣ ନେଇଥିଲେ। ପାୱାରଙ୍କୁ ଏମ୍‌ଭିଏ ର ପ୍ରତିଷ୍ଠାତା ଭାବରେ ବିବେଚନା କରାଯାଏ। ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ଅନିଲ ପରବ ଏବଂ ଆଦିତ୍ୟ ଠାକରେ ମୁମ୍ବାଇର ଓ୍ବାଇ ବି ଚହ୍ବାନ କେନ୍ଦ୍ରରେ ଶରଦ ପାୱାରଙ୍କୁ ଭେଟିଥିଲେ। ଶରଦ ପାୱାରଙ୍କ ସହ ଆଲୋଚନା ପାଇଁ ନସିମ ଖାନଙ୍କୁ କଂଗ୍ରେସ ନିଯୁକ୍ତ କରିଥିଲା। ପୱାରଙ୍କ ସହ କଥା ହେବା ପରେ ଖାନ୍ ଆଶା କରିଛନ୍ତି ଯେ ଏହି ବିବାଦ ଶୀଘ୍ର ସମାଧାନ ହେବ। ଶରଦ ପାୱାର ଦିଲ୍ଲୀରେ କଂଗ୍ରେସ ନେତାଙ୍କ ସହ ମଧ୍ୟ କଥା ହୋଇଥିଲେ।

କେଉଁ ଆସନକୁ ନେଇ କଂଗ୍ରେସ ଓ ଶିବସେନା ମଧ୍ୟରେ ଲାଗିଥିଲା ବିବାଦ: 

ଅରମୋରି, ଗଡଚିରୌଲି, ଗୋନ୍ଦିଆ, ଭଣ୍ଡାରା, ଚିମୁର, ବଲ୍ଲାରପୁର, ଚନ୍ଦ୍ରପୁର, ରାମଟେକ, କାମଠି, ଦକ୍ଷିଣ ନାଗପୁର, ଆହେରୀ ଏବଂ ଭଦ୍ରାବତୀ ବରୋରା ଆସନକୁ ନେଇ କଳହ ଲାଗି ରହିଥିଲା। ଏଥିମଧ୍ୟରୁ ବିଜେପି ଗତ ନିର୍ବାଚନରେ ଆରମୋରୀ, ଗଡଚିରୌଲି, ଚିମୁର, ବଲାରପୁର, କାମାଠି ଏବଂ ଦକ୍ଷିଣ ନାଗପୁର ଆସନ ଜିତିଥିଲା। ସ୍ବାଧୀନ ପ୍ରାର୍ଥୀମାନେ ଗୋନ୍ଦିଆ, ଚନ୍ଦ୍ରପୁର, ରାମଟେକ ବିଧାନସଭା ଆସନ ଜିତିଥିଲେ। ଏଥିମଧ୍ୟରୁ କେବଳ ଭଦ୍ରାବତୀ ଆସନ କଂଗ୍ରେସ ହାତେଇ‌ଥିଲା। ସେଠାରେ ଥିବା ବିଧାୟକ, ପ୍ରତୀକ ଧନକୋର ଜଣେ ଲୋକସଭା ସାଂସଦ। ବର୍ତ୍ତମାନ ସିଟ୍ ବଣ୍ଟନ ଆଲୋଚନା ସମୟରେ ଉଭୟ ଶିବସେନା (ଉଦ୍ଧବ ଗୋଷ୍ଠୀ) ଏବଂ କଂଗ୍ରେସ ଏହି ଆସନ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ବିବାଦ ଜାରି ରହିଛି। ଏମାନଙ୍କ ବ୍ୟତୀତ ଉଦ୍ଧବ ଠାକରେଙ୍କ ଶିବସେନା ମଧ୍ୟ ମୁମ୍ବାଇର ସେହି ଆସନଗୁଡିକ ଦାବି କରୁଥିଲା ଯାହା କଂଗ୍ରେସ କେବେ ଜିତିନଥିଲା। ତେବେ ବର୍ତ୍ତମାନ ସମସ୍ତ ସମସ୍ୟାର ସମାଧାନ ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.