ପ୍ରମୂଖ ଖବର
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ଆଜି ସାଉଥ୍ ସୁପର ଷ୍ଟାର ପ୍ରଭାସଙ୍କ ଜନ୍ମଦିନ; ଏହି ଫିଲ୍ମରୁ ଆରମ୍ଭ କରିଥିଲେ କ୍ୟାରିୟର

ମୁମ୍ବାଇ ,୨୩/୧୦ : ତାଙ୍କୁ କିଏ କହେ ଡାର୍ଲିଂ, ଆଉ କିଏ କହେ ରିବେଲ୍ ତ ଆଉ କିଏ କହେ ବାହୁବଳୀ । ପରିଚୟ ପାଇଁ ତାଙ୍କ ଅଭିନିତ ଗୋଟିଏ ଗୋଟିଏ ଚରିତ୍ର ହିଁ ଯଥଷ୍ଟ । ସିନେମା ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଆଜି ଏହି ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଜନ୍ମଦିନ । ୪୫ ବର୍ଷରେ ପାଦ ଥାପିଛନ୍ତି 'ଡାର୍ଲିଂ' ହିରୋ । ରିବେଲ୍ ପରି ଅନ୍ଦାଜ୍, ରୋମାଣ୍ଟିକ୍ ସିନରେ ମଧ୍ୟ ରହିଛି ଦବରଦସ୍ତ ଦଖଲ । ବାହୁବଳୀ ପରି ବ୍ଲକ୍ ବ୍ଲଷ୍ଟର ଆକ୍ସନ୍ ମୁଭିରେ ତୀକ୍ଷ୍ଣ ଅଭିନୟ କରି ସାରା ବିଶ୍ବରେ ପରିଚୟ ସୃଷ୍ଟି କରିପାରିଥିଲେ ପ୍ରଭାସ । ଏହି ଫିଲ୍ମରେ ପ୍ରଭାସଙ୍କ ପାୱାର ପ୍ୟାକ୍ ଆକ୍ସନ ସିନ୍ ଓ ଷ୍ଟଣ୍ଟ ତାଙ୍କୁ ଅଧିକ ସଫଳତା ଦେଇଥିଲା ।

ତେବେ ୧୯୭୯ ମସିହାରେ ଆଜିର ଦିନରେ ପ୍ରଭାସ୍ ତାମିଲନାଡୁରେ ଜନ୍ମ ଗ୍ରହଣ କରିଥିଲେ । ସାଉଥ୍ ଇଣ୍ତଷ୍ଟ୍ରି ସହ ବଲିଉଡ୍‌ରେ ମଧ୍ୟ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି । କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କ ଲୋକପ୍ରିୟତା ବେଶ୍ ରହିଛି । ପ୍ରଭାସ ୨୦୦୨ରେ ଫିଲ୍ମ ‘ଈଶ୍ୱର’ ସହ କରିଥିଲେ ଡେବ୍ୟୁ କରିଥିଲେ । ୨୦୦୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବର୍ଷମ୍‌’ ପ୍ରଭାସଙ୍କ ଅଭିନୀତ ପ୍ରଥମ ସଫଳ ଚଳଚ୍ଚିତ୍ର ଥିଲା । ଏସ୍ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଛତ୍ରପତି’ ତାଙ୍କୁ ଅଧିକ ଲୋକପ୍ରିୟ କରିଥିଲା । ଏହା ପରେ ସେ ଆଉ ପଛକୁ ଫେରିନାହାଁନ୍ତି । ପରେ ସାଉଥ୍ ଇଣ୍ତଷ୍ଟ୍ରିକୁ ଦେଇଥିଲେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ସିନେମା । ୨୦୦୮ରେ ‘ବୁଜିଗଡୁ’, ୨୦୧୦ରେ ‘ଡାର୍ଲିଂ’ ଏବଂ ୨୦୧୩ ରେ ‘ମିର୍ଚି’ ଭଳି ଅନେକ ସୁପରହିଟ୍ ଫିଲ୍ମରେ ଜଲଓ୍ବା ଦେଖାଇଛନ୍ତି ପ୍ରଭାସ । 

କିନ୍ତୁ ୨୦୧୫ରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ବାହୁବଳୀ’ ତାଙ୍କ କ୍ୟାରିଅରର ବଡ଼ ପରିବର୍ତ୍ତନ କରିଥିଲା । ଏହାପରେ ୨୦୧୭ରେ ରିଲିଜ୍‌ ହୋଇଥିବା ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାହୁବଳୀ-୨’ ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରିରେ ଏକ ରେକର୍ଡ ସୃଷ୍ଟି କରିଥିଲା । ତେବେ ଆଗକୁ ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ସାଲାର' ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶକ ଅଛନ୍ତି ପ୍ରଶାନ୍ତ ନୀଲ । ଆସନ୍ତା ଡିସେମ୍ବର ୨୨ରେ ଫିଲ୍ମ 'ସାଲାର' ରିଲିଜ୍ ହେବ । ଆଉ ଏ ଫିଲ୍ମଟି ମଧ୍ୟ ସୁପର ହିଟ ହେବାନେଇ ପ୍ରଭାସଙ୍କ ପ୍ରଶଂସକ ଆଶା କରିଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.