ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

Shammi Kapoor Birthday: ପ୍ରେମର ବାଜିଗର ଶମ୍ମି କପୁର...ମଧୁବାଲା-ମୁମତାଜଙ୍କୁ ବି ଦେଇ ବସିଥିଲେ ମନ

ମୁମ୍ବାଇ ୨୧/୧୦: ବଲିଉଡର ଏଲଭିସ୍‌ ପ୍ରେସ୍ଲି ଭାବେ ଜଣାଶୁଣା ଶମ୍ମି କପୁରଙ୍କ ଆଜି ଜନ୍ମ ବାର୍ଷିକୀ। ଯଦି ସେ ବଞ୍ଚିଥାନ୍ତେ ତେବେ ତାଙ୍କୁ ଆଜି ୯୩ ବର୍ଷ ହୋଇଥାନ୍ତା। ଶମ୍ମି ତାଙ୍କ ସମୟର ସବୁଠାରୁ ଏନର୍ଜେଟିକ୍‌ ଅଭିନେତାଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କ ଅନ୍ଦାଜକୁ ଲୋକେ ଖୁବ୍‌ ପସନ୍ଦ କରୁଥିଲେ। ତାଙ୍କ ଜୀବନ କାଳ ମଧ୍ୟରେ ଶମ୍ମି ଅନେକ ଥର ପ୍ରେମରେ ପଡିଥିଲେ। ତାଙ୍କର ପ୍ରଥମ ପ୍ରେମ ଥିଲେ ମଧୁବାଲା। କିନ୍ତୁ ଧର୍ମ ହେତୁ ସେ ମଧୁବାଲାଙ୍କୁ ବିବାହ କରିପାରିନଥିଲେ। 

ଆଇଏମଡିବି ଅନୁଯାୟୀ, ଶମ୍ମିଙ୍କୁ ଯେତେବେଳେ ୨୦ ବର୍ଷ ହୋଇଥିଲା ସେତେବେଳେ ସେ ମଧୁବାଲାଙ୍କ ଦିୱାନା ହୋଇଯାଇଥିଲେ ଏବଂ ତାଙ୍କୁ ସେ ବିବାହ କରିବାକୁ ଚାହୁଁଥିଲେ। ହେଲେ ତାଙ୍କ ମା’ ତାଙ୍କୁ କହିଥିଲେ ଯେ ସେ ହିନ୍ଦୁ ଏବଂ ମଧୁବାଲା ମୁସଲମାନ, ତେଣୁ ଏହି ବିବାହ ସମ୍ଭବ ନୁହେଁ। ଖାଲି ମଧୁବାଲା  ନୁହଁନ୍ତି ଶମ୍ମିଙ୍କ ନାମ ଇଜିପ୍ଟର ବେଲି ଡ୍ୟାନ୍ସର ନାଦିଆ ଗମାଲଙ୍କ ସହ ମଧ୍ୟ ଯୋଡି ହୋଇଥିଲା। ଏହା ପରେ ସେ ଗୀତା ବାଲିଙ୍କ ପ୍ରେମରେ ପଡିଥିଲେ ଏବଂ ୧୯୫୫ ରେ ତାଙ୍କୁ ବିବାହ କରିଥିଲେ। କିନ୍ତୁ ୧୯୬୫ ରେ ଗୀତା ବାଲିଙ୍କର ମୃତ୍ୟୁ ହୋଇଥିଲା।  

କୁହାଯାଏ, ଗୀତାଙ୍କ ମୃତ୍ୟୁ ପରେ ଶମ୍ମି ବୀଣା ରମାନୀଙ୍କୁ ହୃଦୟ ଦେଇ ବସିଥିଲେ। ଏହାର କିଛି ସମୟ ପରେ ସେ ମୁମତାଜଙ୍କ ପ୍ରେମରେ ପଡିଗଲେ। ମୁମତାଜ ଏକ ସାକ୍ଷାତକାରରେ କହିଥିଲେ ଯେ ଶମ୍ମି ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ସେ ସେତେବେଳେ କ୍ୟାରିୟର କରିବାକୁ ଚାହୁଁଥିଲେ ତେଣୁ ସେ ବିବାହ କରିବାକୁ ମନା କରିଦେଇଥିଲେ। ବାସ୍ତବରେ, ସେତେବେଳେ ମୁମତାଜ ବହୁତ ଛୋଟ ଥିଲେ ଏବଂ ଶମ୍ମିଙ୍କ ବୟସ ତାଙ୍କର ଦୁଇଗୁଣା ଥିଲା।

ମୁମତାଜ କହିଥିଲେ ଯେ ସେମାନଙ୍କ ସମ୍ପର୍କ ପ୍ରାୟ ଦୁଇ ବର୍ଷ ଧରି ଚାଲିଥିଲା। ଦିନେ ଶମ୍ମି ମୁମତାଜଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ କହିଥିଲେ ଯେ କପୁର ପରିବାରରେ ବିବାହ କରୁଥିବା ଝିଅ ବଲିଉଡରେ କାମ କରିପାରିବେ ନାହିଁ। ଏହା ଶୁଣି ମୁମତାଜ ଶମ୍ମିଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ ମୁମତାଜଙ୍କଠାରୁ ଅଲଗା ହେବା ପରେ ଶମ୍ମି ୧୯୬୯ ମସିହାରେ ନୀଲା ଦେବୀ ଗୋହିଲଙ୍କୁ ବିବାହ କରିଥିଲେ। ନୀଲା ଦେବୀ ଗୁଜରାଟର ରାଜ ପରିବାରର ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.