ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ବୁଲେଟ୍‌ ପ୍ରୁଫ୍‌ କାର୍ କିଣିଲେ ସଲମାନ ଖା, ଦାମ୍ ଜାଣିଲେ ଉଡିଯିବ ହୋସ୍..

ମୁମ୍ବାଇ,୨୦/୧୦: ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ବଢିଯାଇଛି ସୁରକ୍ଷା।  ଲଗାତାର ସଲମାନ ଏବଂ ତାଙ୍କ ପରିବାରକୁ ମିଳୁଛି ଧମକ। ।ଯାହାକୁ ନେଇ ଚିନ୍ତାରେ ପୋଲିସ । ସଲମାନ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି। କିନ୍ତୁ ଜଣେ ରାଜନେତା ତଥା ସଲମାନ ଖାନଙ୍କ ନିକଟତର ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ ପୁଣିଥରେ ମୃତ୍ୟୁ ଧମକ ମିଳିଛି। ଏହା ପରେ ତାଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଛି। 

ଏହାରି ମଧ୍ୟରେ ସଲମାନ ଖାନ ବୁଲେଟ୍‌ ପ୍ରୁଫ୍‌ ନିସାନ ପାଟ୍ରୋଲ ଏସ୍‌ୟୁଭି କିଣିଥିବା ସୂଚନା ମିଳିଛି। ଏହି କାର୍‌ ଭାରତୀୟ ବଜାରରେ ଉପଲବ୍ଧ ନୁହେଁ, ତେଣୁ ସଲମାନ ଏହାକୁ ଦୁବାଇରୁ କିଣିଥିବା ଜଣାଯାଇଛି। ଯାହାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା। ଏହା ବ୍ୟତୀତ ଭାରତରେ କାର୍‌ର ଶୀଘ୍ର ଡେଲିଭରୀ କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ନିସାନ ପେଟ୍ରୋଲ ଏସ୍‌ୟୁଭିର ସ୍ପେସିଫିକେସନ୍ ବିଷୟରେ କହିବାକୁ ଗଲେ ଏଥିରେ ହାଇ ସିକ୍ୟୁରିଟି ଟୁଲ୍ସ ମଧ୍ୟ ରହିଛି। କାରରେ ଏକ ବିସ୍ଫୋରକ ସତର୍କ ସୂଚକ, ପଏଣ୍ଟ-ବ୍ଲାକ୍ ବୁଲେଟ୍ ସଟ୍‌କୁ ରୋକିବା ପାଇଁ ମୋଟା ଗ୍ଲାସ ଶିଲ୍ଡ ଏବଂ ଡ୍ରାଇଭର କିମ୍ବା ଲୋକଙ୍କୁ ଲୁକ୍କାୟିତ ରଖିବା ପାଇଁ ବ୍ଲାକ୍ ଶେଡ୍ କେମ୍‌ଫ୍ଲାସ୍ ଅଛି। ଏହା ମାଧ୍ୟମରେ କାର୍‌ରେ ବସିଥିବା ଡ୍ରାଇଭର କିମ୍ବା ଯାତ୍ରୀଙ୍କୁ ବାହାରୁ କେହି ଚିହ୍ନି ପାରିବେ ନାହିଁ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.