ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ପିଲାଦିନରୁ ଅଭିନୟ ପ୍ରତି ଥିଲା ଦୁର୍ବଳତା, କୁଳଭୂଷଣ ଖରବନ୍ଦାଙ୍କ ଜନ୍ମଦିନରେ ଜାଣନ୍ତୁ କିଛି ଖାସ୍ କଥା...

ମୁମ୍ୱାଇ, ୨୧।୧୦: ହିନ୍ଦୀ ଚଳଚ୍ଚିତ୍ରର ପୋଖତ୍ କଳାକାର ତଥା ଜଣେ ବରିଷ୍ଠ ଅଭିନେତା କୁଳଭୂଷଣ ଖରବନ୍ଦା । ୮୧ ବର୍ଷରେ ପାଦ ଥାପିଛନ୍ତି କୁଳଭୂଷଣ । ୧୯୪୪ ଅକ୍ଟୋବର ୨୧ ପଞ୍ଜାବରେ କୁଳଭୂଷଣ ଖରବନ୍ଦା ଜନ୍ମଗ୍ରହଣ କରିଥିଲେ । କୁଳଭୂଷଣ ଖରବନ୍ଦା ଅଧିକାଂଶ ଚଳଚ୍ଚିତ୍ରରେ ସହ-କଳାକାର ଭୂମିକାରେ ଅଭିନୟ କରିଛନ୍ତି, ଯାହା ଦର୍ଶକଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଛି । ସେ ନିଜ କ୍ୟାରିୟରରେ ଅନେକ ବଡ଼ ବଡ଼ ବଲିଉଡ ଅଭିନେତାଙ୍କ ସହ କାମ କରି ସୁନାମ ଅର୍ଜନ କରଛନ୍ତି । ୧୯୪୪ ଅକ୍ଟୋବର ୨୧ ପଞ୍ଜାବରେ କୁଳଭୂଷଣ ଖାରବାନ୍ଦା ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ପ୍ରାଥମିକ ଶିକ୍ଷା ପଞ୍ଜାବର କିରୋରୀ ମାଲ୍ କଲେଜ ଏବଂ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କରିଥିଲେ । କଲେଜ ଦିନରୁ ହିଁ କୁଳଭୂଷଣ ଅଭିନୟକୁ ଭଲ ପାଉଥିଲେ । ସେ କଲେଜରେ ପଢ଼ୁଥିବା ସମୟରେ ଅନେକ ନାଟକର ଅଭିନୟ ମଧ୍ୟ କରିଥିଲେ । କଲେଜ ପାଠପଢ଼ା ସରିବା ପରେ ସେ ତାଙ୍କ ନିଜ ବନ୍ଧୁମାନଙ୍କ ସହ 'ଅଭିଯାନ' ନାମକ ଏକ ଥିଏଟର ଆରମ୍ଭ କରିଥିଲେ ।

ସେ ଅନେକ ଥିଏଟର ଦଳରେ ମଧ୍ୟ ଯୋଗ ଦେଇଥିଲେ । ଚଳଚ୍ଚିତ୍ରରେ ଯିବା ପୂର୍ବରୁ ସେ ଦୀର୍ଘ ସମୟ ଧରି ଥିଏଟର ପାଇଁ କାମ କରୁଥିଲେ । ଏହାପରେ ସେ ଚଳଚ୍ଚିତ୍ର ଆଡ଼କୁ ଯିବାକୁ ସ୍ଥିର କଲେ । 'ଜାଦୁ କା ଶଙ୍ଖ' ବଲିଉଡରେ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିଲେ ସେ । ୧୯୭୪ ମସିହାରେ ଏହି ଚଳଚ୍ଚିତ୍ର ରିଲିଜ୍ ହୋଇଥିଲା । ସେହି ବର୍ଷ ସେ ଶ୍ୟାମ୍ ବେନେଗଲଙ୍କ ଫିଲ୍ମ 'ନିଶାନ୍ତ'ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ବେଶ୍ ପ୍ରଶଂସା ମିଳିଥିଲା । ଏଇଠୁ ହିଁ ଆରମ୍ଭ ହୋଇଥିଲା ବଲିଉଡ୍‌ରେ ତାଙ୍କ ସିନେମା ଜଗତର କ୍ୟାରିୟର । ସେ ଭୂମିକା, ଅର୍ଥ, କଲ୍‌ୟୁଗ୍, ମେନ୍ ଜିନ୍ଦା ହୁଁ ଏବଂ ନସିବ ଭଳି ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଥିଲେ । ସେ ଅଭିନୟ କରିଥିବା ପ୍ରାୟ ସମସ୍ତ ଚଳଚ୍ଚିତ୍ରରେ ସହ-କଳାକାର ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ, ସେ ତାଙ୍କ ଅଭିନୟ ସହ ଫିଲ୍ମ ସ୍କ୍ରିନରେ ଏକ ଅବିସ୍ମରଣୀୟ ଛାପ ଛାଡିଥିଲେ । ଯେତେବେଳେ 'ଶାନ' ଫିଲ୍ମରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ, ସେତେବେଳେ ଅନେକ ଖବରକାଗଜର ହେଡଲାଇନ ପାଲଟିଥିଲେ କୁଳଭୂଷଣ । 

୧୯୮୦ରେ ଫିଲ୍ମ 'ଶାନ୍' ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ଶଶି କପୁର ଏବଂ ଶତ୍ରୁଘ୍ନ ସିହ୍ନା ପ୍ରମୁଖ ଭୂମିକାରେ ଥିଲେ । ଏହି ଚଳଚ୍ଚିତ୍ରରେ କୁଳଭୂଷଣ ଖରବନ୍ଦାଙ୍କ ଖଳନାୟର ଚରିତ୍ର ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ବର୍ତ୍ତମାନ ତାଙ୍କର ଲୋକପ୍ରିୟ ତଥା ହିଟ୍ ୱେବ୍ ସିରିଜ୍ ମିର୍ଜାପୁର କାରଣରୁ ସେ ଚର୍ଚ୍ଚାରେ ଅଛନ୍ତି । ମିର୍ଜାପୁରର ପ୍ରଥମ ସିଜିନ୍‌ରେ କୁଳଭୂଷଣ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରିଥିଲେ । ଖୁବ୍ ଶୀଘ୍ର ଏହାର ଦ୍ୱିତୀୟ ସିଜନ୍ ମଧ୍ୟ ରିଲିଜ୍ ହେବାକୁ ଯାଉଛି ।   

 

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.